ନାକରେ ହାତ ମାରି ପିଜାରେ ପୋଝିଦେଲେ, କର୍ମଚାରୀଙ୍କ ଏଭଳି କାମ ଯୋଗୁ କ୍ଷମା ମାଗିଲା ଡୋମିନୋଜ

ଆଜିକାଲି ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ପିଜା ପ୍ରେମୀଙ୍କ ପାଇଁ କୌଣସି ଆଶ୍ଚର୍ଯ୍ୟଜନକ ନୁହେଁ । ଭିଡିଓରେ ଡୋମିନୋସ କର୍ମଚାରୀଙ୍କ ଏହି କାର୍ଯ୍ୟକୁ ଦେଖି ଆପଣ ମଧ୍ୟ ଘୃଣା କରିବେ। ଭିଡିଓରେ, ଜଣେ କର୍ମଚାରୀ ପ୍ରଥମେ ନାକରେ ଆଙ୍ଗୁଠି ପୂରାଇ ପିଜା ବେସ୍‌ ଉପରେ ପୋଛି ଦେଉଛନ୍ତି। ଏହି ଭିଡିଓ ଦେଖିବା ପରେ ଲୋକଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଛି। ଏହି ଭିଡିଓ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ପବନ ପରି ବ୍ୟାପୁଛି। […] The post ନାକରେ ହାତ ମାରି ପିଜାରେ ପୋଝିଦେଲେ, କର୍ମଚାରୀଙ୍କ ଏଭଳି କାମ ଯୋଗୁ କ୍ଷମା ମାଗିଲା ଡୋମିନୋଜ appeared first on Dharitri Odia News.

ନାକରେ ହାତ ମାରି ପିଜାରେ ପୋଝିଦେଲେ, କର୍ମଚାରୀଙ୍କ ଏଭଳି କାମ ଯୋଗୁ କ୍ଷମା ମାଗିଲା ଡୋମିନୋଜ

ଆଜିକାଲି ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ପିଜା ପ୍ରେମୀଙ୍କ ପାଇଁ କୌଣସି ଆଶ୍ଚର୍ଯ୍ୟଜନକ ନୁହେଁ । ଭିଡିଓରେ ଡୋମିନୋସ କର୍ମଚାରୀଙ୍କ ଏହି କାର୍ଯ୍ୟକୁ ଦେଖି ଆପଣ ମଧ୍ୟ ଘୃଣା କରିବେ। ଭିଡିଓରେ, ଜଣେ କର୍ମଚାରୀ ପ୍ରଥମେ ନାକରେ ଆଙ୍ଗୁଠି ପୂରାଇ ପିଜା ବେସ୍‌ ଉପରେ ପୋଛି ଦେଉଛନ୍ତି। ଏହି ଭିଡିଓ ଦେଖିବା ପରେ ଲୋକଙ୍କ କ୍ରୋଧ ଚରମ ସୀମାରେ ପହଞ୍ଚିଛି। ଏହି ଭିଡିଓ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ପବନ ପରି ବ୍ୟାପୁଛି। ଡୋମିନୋଜ କମ୍ପାନୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମଧ୍ୟ ତାଙ୍କ ତରଫରୁ ଏକ ପୋଷ୍ଟ କରିଛି।

ଏହି ଘଟଣା ଜାପାନର ଏକ ଷ୍ଟୋରରୁ ବୋଲି କୁହାଯାଉଛି। ଏହି ଭିଡିଓରେ, ଡୋମିନୋଜର ଜଣେ କର୍ମଚାରୀ ପିଜା ମଇଦା ପ୍ରସ୍ତୁତ କରିବା ସମୟରେ ନାକରେ ବାରମ୍ବାର ଆଙ୍ଗୁଠି ପରାଇବା ପରେ ପିଜା ବେସ୍‌ରେ ପୋଝିଥିବା ନଜର ଆସିଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯେତେବେଳେ ତାଙ୍କ ସାଥୀ ଏହି ଭିଡିଓ ପ୍ରସ୍ତୁତ କରୁଛନ୍ତି, ବ୍ୟକ୍ତି କ୍ୟାମେରା ଆଡକୁ ହସୁଥିବାବେଳେ ଏହି କାର୍ଯ୍ୟ କରୁଛନ୍ତି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଭିଡିଓ ଗତ ସୋମବାରର। କୁହାଯାଉଛି ଯେ ଭିଡିଓରେ ଦେଖାଯାଇଥିବା କର୍ମଚାରୀମାନେ ଏକ ପାର୍ଟ ଟାଇମର୍‌ ଥିଲେ।

ଭିଡିଓ ଭାଇରାଲ ହେବା ପରେ ଡୋମିନୋଜ ଦୁଇ କର୍ମଚାରୀଙ୍କୁ ବରଖାସ୍ତ କରିଛି। ଏହା ସହିତ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି। କେବଳ ଏତିକି ନୁହେଁ, ଡୋମିନୋଜ ଏହାର କର୍ମଚାରୀଙ୍କ ଏହି କାର୍ଯ୍ୟ ପାଇଁ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିଛନ୍ତି।