ନାକାବନ୍ଦୀ ବେଳେ ବିଭିନ୍ନ ସ୍ଥାନରୁ ୭ କୋଟି ଟଙ୍କା ଜବତ କଲା ମୁମ୍ବାଇ ପୁଲିସ

ମୁମ୍ବାଇ: ମହାରାଷ୍ଟ୍ର ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ତିନିଟି ଗାଡ଼ିରୁ ୫ କୋଟି ଟଙ୍କା ଜବତ କରାଯାଇଛି। ନଭେମ୍ବର ୨୦ରେ ବିଧାନସଭା ନିମନ୍ତେ ମତଦାନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ନାକାବନ୍ଦୀ କରାଯାଇ ଯାନବାହନଗୁଡ଼ିକର ଯାଞ୍ଚ କରାଯାଉଥିଲା। ଏହି ସମୟରେ, ମୁମ୍ବାଇ ପୁଲିସ ସିଏମ୍‌ଏସ୍‌ ଲୋଗ ଲାଗିଥିବା ଏକ ଏଟିଏମ୍‌ କ୍ୟାସ୍‌ ଗାଡ଼ି (ଏମ୍‌ଏଚ୍‌ ୪୩ ବିଏକ୍ସ ୫୪୪୩ ନମ୍ବର ପ୍ଲେଟ୍‌) କୁ ସନ୍ଦେହରେ ଅଟକାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ଗାଡ଼ିଟି ଗୋରେଗାଓଁରୁ ବାହାରି […]

ନାକାବନ୍ଦୀ ବେଳେ ବିଭିନ୍ନ ସ୍ଥାନରୁ ୭ କୋଟି ଟଙ୍କା ଜବତ କଲା ମୁମ୍ବାଇ ପୁଲିସ

ମୁମ୍ବାଇ: ମହାରାଷ୍ଟ୍ର ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ତିନିଟି ଗାଡ଼ିରୁ ୫ କୋଟି ଟଙ୍କା ଜବତ କରାଯାଇଛି। ନଭେମ୍ବର ୨୦ରେ ବିଧାନସଭା ନିମନ୍ତେ ମତଦାନ ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ନାକାବନ୍ଦୀ କରାଯାଇ ଯାନବାହନଗୁଡ଼ିକର ଯାଞ୍ଚ କରାଯାଉଥିଲା। ଏହି ସମୟରେ, ମୁମ୍ବାଇ ପୁଲିସ ସିଏମ୍‌ଏସ୍‌ ଲୋଗ ଲାଗିଥିବା ଏକ ଏଟିଏମ୍‌ କ୍ୟାସ୍‌ ଗାଡ଼ି (ଏମ୍‌ଏଚ୍‌ ୪୩ ବିଏକ୍ସ ୫୪୪୩ ନମ୍ବର ପ୍ଲେଟ୍‌) କୁ ସନ୍ଦେହରେ ଅଟକାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ଗାଡ଼ିଟି ଗୋରେଗାଓଁରୁ ବାହାରି ବିରାର୍‌ ଯାଉଥିଲା। ରାସ୍ତାରେ ଏହାକୁ ଅଟକାଇ ଯାଞ୍ଚ ବେଳେ ଗାଡ଼ି ଭିତରୁ ୩.୫ କୋଟି ଟଙ୍କା ନଗଦ ମିଳିଥିଲା। ଏନେଇ ଗାଡ଼ିଚାଳକ ଓ ଅନ୍ୟ ଦୁଇଜଣ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ। ଦ୍ବିତୀୟ ଘଟଣାକ୍ରମେ, ମୁମ୍ବାଇ-ଅହମ୍ମଦାବାଦ୍‌ ରାଜପଥରେ ସେହି କମ୍ପାନିର ଅନ୍ୟ ଏକ ଗାଡ଼ିରୁ ମାଣ୍ଡଭି ପୁଲିସ୍‌ ୨.୮୦ କୋଟି ଟଙ୍କା ଜବତ କରିଛି। ତୃତୀୟ ଘଟଣାରେ, ନୟାନଗର ପୁଲିସ ଥାନା ଅନ୍ତର୍ଗତ ମୀରା ରୋଡ୍‌ ଠାରେ ଏକ ଟେମ୍ପୋରୁ ୧ କୋଟି ଟଙ୍କା ଜବତ କରାଯାଇଛି। ଏହି ସମସ୍ତ ଘଟଣାରେ ପୃଥକ ପୃଥକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।