ନାଗ ଅଶ୍ଵିନଙ୍କ ବିଗ୍‌ ବଜେଟ୍‌ ଫିଲ୍ମରେ ଆଲିଆଙ୍କ ଏଣ୍ଟ୍ରି, ୨୦୨୫ରେ ଆରମ୍ଭ ହେବ ସୁଟିଂ

ମୁମ୍ଵାଇ ୧୨।୧୧; ଆଲିଆ ଭଟ୍ଟ ବର୍ତ୍ତମାନ ବଲିଉଡ୍‌ର ସବୁଠୁ ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଅଭିନୀତ ‘ଜିଗ୍‌ରା’ ବକ୍ସ ଅଫିସ୍‌ରେ ସେତେଟା ପ୍ରଭାବଶାଳୀ ସାବ୍ୟସ୍ତ  ହୋଇନଥିଲେ ବି ଆଲିଆଙ୍କ ନିକଟରେ କାମର ଅଭାବ ନାହିଁ। ଯଶରାଜ ଫିଲ୍ମସର ସ୍ପାଏ ଆକ୍ସନ୍‌ ଥ୍ରିଲର ‘ଆଲ୍‌ଫା’ର ସୁଟିଂରେ ଏବେ ସେ ବ୍ୟସ୍ତ   ଥିବାବେଳେ ଚଳିତ ମାସରୁ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କର ‘ଲଭ୍‌ ଆଣ୍ଡ  ୱାର୍‌’ ଲାଗି ସୁଟିଂ ଆରମ୍ଭ କରିବେ ।ତେବେ ଇତିମଧ୍ୟରେ ତାଙ୍କୁ ଆଉ  ଏକ ବଡ଼ ପ୍ରୋଜେକ୍ଟ ଲାଗି ଅଫର୍‌ ମିଳିଥିବା କୁହାଯାଉଛି । ‘କଲ୍‌କି  ୨୮୯୮ଏଡି’ ଫେମ୍‌ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କର ଆଗାମୀ ଫିଲ୍ମରେ ଫିମେଲ୍‌ ଲିଡ୍‌ ପାଇଁ ଆଲିଆଙ୍କ ନାମ ଚର୍ଚ୍ଚା ହେଉଛି । ଫିଲ୍ମର ଶୀର୍ଷକ  ଚୂଡ଼ାନ୍ତ ହୋଇନଥିବାବେଳେ ବଜେଟ୍‌ ପ୍ରାୟ ୫୦୦ କୋଟି ରହିବ । ଜଣେ  ସଶକ୍ତ ମହିଳାଙ୍କ ଉପରେ ଏହାର କାହାଣୀ ଆଧାରିତ ହୋଇଥିବାବେଳେ   ସେହି ଚରିତ୍ରପାଇଁ ଆଲିଆ ଏକଦମ୍‌ ଫିଟ୍‌ ହେବେ ବୋଲି ତାଙ୍କ ସହ  ଘନିଷ୍ଠ ଜଣେ ବ୍ୟକ୍ତି କହିଛନ୍ତି ।ଯଦିଓ ଆଲିଆ କିମ୍ବା ନାଗ ଅଶ୍ୱିନ କେହି  ଏ ସଂପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାନ୍ତି ତେବେ ସେମାନଙ୍କ ମଧ୍ୟରେ ଏଥିଲାଗି ପ୍ରାଥମିକ ଆଲୋଚନା ସରିଯାଇଛି ।  ଉଭୟ ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି । ଆସନ୍ତାବର୍ଷ ଫିଲ୍ମର ସୁଟିଂ ଆରମ୍ଭ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି ।

ନାଗ ଅଶ୍ଵିନଙ୍କ ବିଗ୍‌ ବଜେଟ୍‌ ଫିଲ୍ମରେ ଆଲିଆଙ୍କ ଏଣ୍ଟ୍ରି, ୨୦୨୫ରେ ଆରମ୍ଭ ହେବ ସୁଟିଂ

ମୁମ୍ଵାଇ ୧୨।୧୧; ଆଲିଆ ଭଟ୍ଟ ବର୍ତ୍ତମାନ ବଲିଉଡ୍‌ର ସବୁଠୁ ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ । ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଅଭିନୀତ ‘ଜିଗ୍‌ରା’ ବକ୍ସ ଅଫିସ୍‌ରେ ସେତେଟା ପ୍ରଭାବଶାଳୀ ସାବ୍ୟସ୍ତ  ହୋଇନଥିଲେ ବି ଆଲିଆଙ୍କ ନିକଟରେ କାମର ଅଭାବ ନାହିଁ। ଯଶରାଜ ଫିଲ୍ମସର ସ୍ପାଏ ଆକ୍ସନ୍‌ ଥ୍ରିଲର ‘ଆଲ୍‌ଫା’ର ସୁଟିଂରେ ଏବେ ସେ ବ୍ୟସ୍ତ   ଥିବାବେଳେ ଚଳିତ ମାସରୁ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କର ‘ଲଭ୍‌ ଆଣ୍ଡ  ୱାର୍‌’ ଲାଗି ସୁଟିଂ ଆରମ୍ଭ କରିବେ ।

ତେବେ ଇତିମଧ୍ୟରେ ତାଙ୍କୁ ଆଉ  ଏକ ବଡ଼ ପ୍ରୋଜେକ୍ଟ ଲାଗି ଅଫର୍‌ ମିଳିଥିବା କୁହାଯାଉଛି । ‘କଲ୍‌କି  ୨୮୯୮ଏଡି’ ଫେମ୍‌ ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କର ଆଗାମୀ ଫିଲ୍ମରେ ଫିମେଲ୍‌ ଲିଡ୍‌ ପାଇଁ ଆଲିଆଙ୍କ ନାମ ଚର୍ଚ୍ଚା ହେଉଛି । ଫିଲ୍ମର ଶୀର୍ଷକ  ଚୂଡ଼ାନ୍ତ ହୋଇନଥିବାବେଳେ ବଜେଟ୍‌ ପ୍ରାୟ ୫୦୦ କୋଟି ରହିବ । ଜଣେ  ସଶକ୍ତ ମହିଳାଙ୍କ ଉପରେ ଏହାର କାହାଣୀ ଆଧାରିତ ହୋଇଥିବାବେଳେ   ସେହି ଚରିତ୍ରପାଇଁ ଆଲିଆ ଏକଦମ୍‌ ଫିଟ୍‌ ହେବେ ବୋଲି ତାଙ୍କ ସହ  ଘନିଷ୍ଠ ଜଣେ ବ୍ୟକ୍ତି କହିଛନ୍ତି ।

ଯଦିଓ ଆଲିଆ କିମ୍ବା ନାଗ ଅଶ୍ୱିନ କେହି  ଏ ସଂପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିନାହାନ୍ତି ତେବେ ସେମାନଙ୍କ ମଧ୍ୟରେ ଏଥିଲାଗି ପ୍ରାଥମିକ ଆଲୋଚନା ସରିଯାଇଛି ।  ଉଭୟ ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି । ଆସନ୍ତାବର୍ଷ ଫିଲ୍ମର ସୁଟିଂ ଆରମ୍ଭ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି ।