ନାଗପୁର ରେଳ ଷ୍ଟେସନରେ ଘଟିଲା ଅଘଟଣ ,ମାନସିକ ରୋଗୀଙ୍କ ଆକ୍ରମଣରେ ଚାଲିଗଲା ଦୁଇ ଜୀବନ

ମହାରାଷ୍ଟ୍ରର ନାଗପୁର ରେଳ ଷ୍ଟେସନରେ ଆଜି ସକାଳ ସମୟରେ ଏକ ଘଟଣା ଘଟିଛି ଯାହାକି ଆପଣଙ୍କ ହୃଦୟକୁ ଦୋହଲାଇ ଦେବ । ଏକ ମାନସିକ ସ୍ତରରେ ରୋଗଗ୍ରସ୍ତ ବ୍ୟକ୍ତି ପ୍ଲାଟ୍ ଫର୍ମର ଶୋଇ ରହିଥିବା କିଛି ଲୋକଙ୍କ ଉପରେ କଂକ୍ରିଟ ସ୍ଲାବ୍ ମାଧ୍ୟମରେ ଆକ୍ରମଣ କରିଥିଲା । ଯାହାଫଳରେ ଦୁଇ ଜଣଙ୍କ ଜୀବନ ଚାଲି ଯାଇଥିଲା ଓ ଦୁଇ ଜଣ ଗୁରୁତର ହୋଇଛନ୍ତି । ଏ ସମସ୍ତ ଯାତ୍ରୀ ନାଗପୁର ରେଳ ଷ୍ଟେସନର ପ୍ଲାଟଫର୍ମ ୬ ନମ୍ବରରେ […] The post ନାଗପୁର ରେଳ ଷ୍ଟେସନରେ ଘଟିଲା ଅଘଟଣ ,ମାନସିକ ରୋଗୀଙ୍କ ଆକ୍ରମଣରେ ଚାଲିଗଲା ଦୁଇ ଜୀବନ appeared first on KNews Odisha.

ନାଗପୁର ରେଳ ଷ୍ଟେସନରେ ଘଟିଲା ଅଘଟଣ ,ମାନସିକ ରୋଗୀଙ୍କ ଆକ୍ରମଣରେ ଚାଲିଗଲା ଦୁଇ ଜୀବନ
nagpur station

ମହାରାଷ୍ଟ୍ରର ନାଗପୁର ରେଳ ଷ୍ଟେସନରେ ଆଜି ସକାଳ ସମୟରେ ଏକ ଘଟଣା ଘଟିଛି ଯାହାକି ଆପଣଙ୍କ ହୃଦୟକୁ ଦୋହଲାଇ ଦେବ । ଏକ ମାନସିକ ସ୍ତରରେ ରୋଗଗ୍ରସ୍ତ ବ୍ୟକ୍ତି ପ୍ଲାଟ୍ ଫର୍ମର ଶୋଇ ରହିଥିବା କିଛି ଲୋକଙ୍କ ଉପରେ କଂକ୍ରିଟ ସ୍ଲାବ୍ ମାଧ୍ୟମରେ ଆକ୍ରମଣ କରିଥିଲା । ଯାହାଫଳରେ ଦୁଇ ଜଣଙ୍କ ଜୀବନ ଚାଲି ଯାଇଥିଲା ଓ ଦୁଇ ଜଣ ଗୁରୁତର ହୋଇଛନ୍ତି । ଏ ସମସ୍ତ ଯାତ୍ରୀ ନାଗପୁର ରେଳ ଷ୍ଟେସନର ପ୍ଲାଟଫର୍ମ ୬ ନମ୍ବରରେ ଟ୍ରେନକୁ ଅପେକ୍ଷା କରି ଶୋଇ ରହିଥିଲେ । ତାପରେ ଭୋର ୩ ଟା ୧୫ ମିନିଟ୍ ରେ ଏକ ପାଗଳ ବ୍ୟକ୍ତି ପ୍ଲାଟଫର୍ମ ରେ ଶୋଇ ରହିଥିବା ବ୍ୟକ୍ତିଙ୍କ ଉପରେ ହଠାତ୍ ଆକ୍ରମଣ କରିଥିଲା ।

ଯାହା ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ଜଣ ବ୍ୟକ୍ତିଙ୍କ ପ୍ରାଣ ବାୟୁ ଉଡ଼ି ଯାଇଥିଲା । ଏହି ମୃତକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ତାମିନାଡୁର ବୋଲି ସୂଚନା ମିଳିଛି। ଆଉ ଅନ୍ୟ ବ୍ୟକ୍ତିଙ୍କର ପରିଚୟ ମିଳି ପାରିନାହିଁ । ତେବେ ଆହତ ହୋଇଥିବା ବ୍ୟକ୍ତି ଦୁଇ ଜଣଙ୍କ ମଧ୍ୟରୁ ଜଣେ ଯାତ୍ରୀ ନାଗପୁର ଓ ଅନ୍ୟ ଜଣେ ମଧ୍ୟ ପ୍ରଦେଶର ଗାୱେଲିୟରରେ ରହୁଥିବା ବ୍ୟକ୍ତି ବୋଲି ଜଣା ପଡିଛି । ବିନା କୌଣସି ଉତ୍ତେଜନା କରି ବ୍ୟକ୍ତିଟି ୬ନମ୍ବର ପ୍ଲାଟଫର୍ମରେ ପହଞ୍ଚିଥିଲା ଏହା ସହ ୫୦ କେଜିର ସ୍ଲାବ ଦ୍ଵାରା ଶୋଇ ରହିଥିବା ବ୍ୟକ୍ତିଙ୍କ ଉପରେ ପକାଇଥିଲା ।  ସେମାନଙ୍କ ଚିତ୍କାର ଶୁଣି ସେଠାରେ ଥିବା ଜିଆର୍ ପି ପୋଲିସ୍ ସେଠାରେ ପହଞ୍ଚି ଥିଲା ବୋଲି ରାଜକୀୟ ରେଳ ପୋଲିସ ଜିଆରପି ର ଏକ ଅଧିକାରୀ ଏ ସମ୍ପର୍କରେ କହିଥିଲେ ।

ପୋଲିସ ସିସିଟିଭି ଫୁଟେଜ ଆଧାରରେ ଜୟ କୁମାର କେବଟଙ୍କୁ ଗିରଫ କରିଥିଲା । ଜୟ କୁମାର ୟୁପିରେ ରୁହନ୍ତି । ତାଙ୍କ ପାଖରୁ କୌଣସି ରେଳ ଟିକେଟ ପାଇ ନଥିବା କହିଛନ୍ତି । ଏହା ସହ ସେ ମାନସିକ ସ୍ତରରେ ରୋଗଗ୍ରସ୍ତ ଥିବା ଜଣା ପଡ଼ିଛି ।  ଏହି ଆକ୍ରମଣରେ ତାମିଲନାଡୁ ନିବାସୀ ୪୦ବର୍ଷୀୟ ଗଣେଶ କୁମାର ଓ ଆଉ ଜଣେ ଅଜ୍ଞାତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଆଉ ଦୁଇଜଣ ଗଭୀର ଭାବରେ ଆହତ ହୋଇଛନ୍ତି । ଗୁରୁତର ଥିବା ବ୍ୟକ୍ତିଙ୍କୁ ଡାକ୍ତର ଖାନାରେ ଚିକିତ୍ସା କରାଯାଉଛି । ଜିଆରପି ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରିଛି ଓ ତଦନ୍ତ ଜାରି ରଖିଛି । ରେଳ ପୋଲିସର ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ଏକ ମାନସିକ ରୋଗୀ । ରେଳ ଷ୍ଟେସନ୍ ରେ ଆସୁଥିବା ଲୋକ ମାନଙ୍କ ଠାରୁ ଭିକ୍ଷା ମାଗି ସେ ଚଳୁଥିଲା । ମାନସିକ ରୋଗୀ ହୋଇଥିବା ହେତୁ ସେ ବିନା କାରଣରେ ଲୋକଙ୍କ ସହ ଝଗଡା କରୁଥିଲା । ଯାହାଫଳରେ ଏତେ ବଡ ଘଟଣା ଘଟିଯାଇଥଲା । ପୁରା ଘଟଣା ପରେ ରେଳ ଷ୍ଟେସନର ସୁରକ୍ଷା କୁ ନେଇ ପ୍ରଶ୍ନ ଉଠିଛି ।

The post ନାଗପୁର ରେଳ ଷ୍ଟେସନରେ ଘଟିଲା ଅଘଟଣ ,ମାନସିକ ରୋଗୀଙ୍କ ଆକ୍ରମଣରେ ଚାଲିଗଲା ଦୁଇ ଜୀବନ appeared first on KNews Odisha.