ନାଗା ଚୈତନ୍ୟଙ୍କ ନିର୍ବନ୍ଧ ପରେ ସାମନ୍ଥାଙ୍କ ପ୍ରଥମ ପୋଷ୍ଟ, ହାର୍ଟବ୍ରେକ୍ ଇମୋଜି ସହ ଲେଖିଦେଲେ ଏମିତି…
ମୁମ୍ବାଇ: ନାଗା ଚୈତନ୍ୟ ଓ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କର ଗୁରୁବାର ସକାଳେ ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି। ନାଗା ଚୈତନ୍ୟଙ୍କ ବାପା ତଥା ସୁପରଷ୍ଟାର ନାଗାର୍ଜୁନ କିଛି ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଶେୟାର କରିଛନ୍ତି। ତେବେ ଏହାର ପରବର୍ତ୍ତୀ କିଛି ମିନିଟ ମଧ୍ୟରେ ନାଗା ଚୈତନ୍ୟଙ୍କର ଏକ୍ସ ପତ୍ନୀ ତଥା ଅଭିନେତ୍ରୀ ସାମନ୍ଥା ଋଥ୍ ପ୍ରଭୁ ଏକ ପୋଷ୍ଟ କରିଛନ୍ତି। ହାର୍ଟବ୍ରେକ୍ ଇମୋଜି ଦେଇ ସେ କରିଥିବା ପୋଷ୍ଟ ଏବେ ଖୁବ୍ ଭାଇରାଲ ହେବାରେ […] The post ନାଗା ଚୈତନ୍ୟଙ୍କ ନିର୍ବନ୍ଧ ପରେ ସାମନ୍ଥାଙ୍କ ପ୍ରଥମ ପୋଷ୍ଟ, ହାର୍ଟବ୍ରେକ୍ ଇମୋଜି ସହ ଲେଖିଦେଲେ ଏମିତି… appeared first on Dharitri Odia News.
ମୁମ୍ବାଇ: ନାଗା ଚୈତନ୍ୟ ଓ ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କର ଗୁରୁବାର ସକାଳେ ନିର୍ବନ୍ଧ ଅନୁଷ୍ଠିତ ହୋଇଯାଇଛି। ନାଗା ଚୈତନ୍ୟଙ୍କ ବାପା ତଥା ସୁପରଷ୍ଟାର ନାଗାର୍ଜୁନ କିଛି ଘଣ୍ଟା ମଧ୍ୟରେ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଶେୟାର କରିଛନ୍ତି। ତେବେ ଏହାର ପରବର୍ତ୍ତୀ କିଛି ମିନିଟ ମଧ୍ୟରେ ନାଗା ଚୈତନ୍ୟଙ୍କର ଏକ୍ସ ପତ୍ନୀ ତଥା ଅଭିନେତ୍ରୀ ସାମନ୍ଥା ଋଥ୍ ପ୍ରଭୁ ଏକ ପୋଷ୍ଟ କରିଛନ୍ତି। ହାର୍ଟବ୍ରେକ୍ ଇମୋଜି ଦେଇ ସେ କରିଥିବା ପୋଷ୍ଟ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ତେବେି ସାମନ୍ଥା କରିଥିବା ଏହି ପୋଷ୍ଟ ପୋଷ୍ଟ ନାଗା-ଶୋଭିତାଙ୍କ ଉପରେ ସିଧାସଳଖ ନ ଥିଲା । ସେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତୀୟ ହକି ଦଳର ସଫଳତା ଓ ରେସଲର୍ ଭିନେଶ ଫୋଗଟଙ୍କୁ ନେଇ ପୋଷ୍ଟ କରିଥିଲେ । ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ସ୍ପେନକୁ ୨-୧ ରେ ପରାସ୍ତ କରି ଭାରତ ବ୍ରୋଞ୍ଜ ପଦକ ଜିତିଛି। ଯାହାକୁ ଅଭିନେତ୍ରୀ ହାର୍ଟ ଇମୋଜି ଦେଇ ଚକ୍ ଦେ ଇର୍ଡିଆ ବୋଲି ଲେଖିଛନ୍ତି। କିନ୍ତୁ ଆଉ ଏକ ପୋଷ୍ଟରେ ସାମନ୍ଥା ବ୍ରୋକନ ହାର୍ଟ ଇମୋଜି ସହିତ ରେସଲର ଭିନେଶ ଫୋଗଟଙ୍କ ଅବସର ଘୋଷଣା ବିଷୟରେ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ଶେୟାର କରିଛନ୍ତି।
କହିରଖୁଛୁ କି, ନାଗା ଚୈତନ୍ୟ ଏବଂ ଶୋଭିତା ଧୂଲିପାଲା ଏକ ବର୍ଷରୁ ଅଧିକ ସମୟ ଧରି ଡେଟିଂ କରୁଥିଲେ। ଯାହାପରେ ଗୁରୁବାର ଉଭୟଙ୍କ ନିର୍ବନ୍ଧ ଅତ୍ୟନ୍ତ ବ୍ୟକ୍ତିଗତ ଢଙ୍ଗରେ କରିଥିଲେ । ଦୁହେଁ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ସାମ୍ନାରେ ରିଙ୍ଗ ଅଦଳବଦଳ କରିଥିଲେ ।
The post ନାଗା ଚୈତନ୍ୟଙ୍କ ନିର୍ବନ୍ଧ ପରେ ସାମନ୍ଥାଙ୍କ ପ୍ରଥମ ପୋଷ୍ଟ, ହାର୍ଟବ୍ରେକ୍ ଇମୋଜି ସହ ଲେଖିଦେଲେ ଏମିତି… appeared first on Dharitri Odia News.