ନାବାଳକଙ୍କୁ ଛୁରାମାଡ କଲା ନାବାଳକ
ଖଲ୍ଲିକୋଟ,୩୦।୧(ପ୍ରଶାନ୍ତ କୁମାର ମିଶ୍ର) ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ କୈରାଶି ଗ୍ରାମର ସାଗର ବନ୍ଧ ମାଛ ମାର୍କେଟ ନିକଟରେ ଜଣେ ନାବାଳକଙ୍କୁୁ ଛୁରୀରେ ଆକ୍ରମଣ ହୋଇଛିl ଏଥିରେ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ମୃତ ନାବାଳକଙ୍କ ନାଁ ରାଜେଶ ଦାସ। ସଂଧ୍ୟା ୬ଟା ସମୟରେ କୈରାଶି ଗ୍ରାମର ସାଗର ବନ୍ଧ ମାଛ ମାର୍କେଟ ନିକଟରେ ରାଜେଶଙ୍କୁ ଉକ୍ତ ଗ୍ରାମର ଜଣେ ନାବାଳକ ଛୁରାମାଡ କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରୀରେ […] The post ନାବାଳକଙ୍କୁ ଛୁରାମାଡ କଲା ନାବାଳକ appeared first on Dharitri Odia News.
ଖଲ୍ଲିକୋଟ,୩୦।୧(ପ୍ରଶାନ୍ତ କୁମାର ମିଶ୍ର) ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ କୈରାଶି ଗ୍ରାମର ସାଗର ବନ୍ଧ ମାଛ ମାର୍କେଟ ନିକଟରେ ଜଣେ ନାବାଳକଙ୍କୁୁ ଛୁରୀରେ ଆକ୍ରମଣ ହୋଇଛିl ଏଥିରେ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାୟୀ, ମୃତ ନାବାଳକଙ୍କ ନାଁ ରାଜେଶ ଦାସ। ସଂଧ୍ୟା ୬ଟା ସମୟରେ କୈରାଶି ଗ୍ରାମର ସାଗର ବନ୍ଧ ମାଛ ମାର୍କେଟ ନିକଟରେ ରାଜେଶଙ୍କୁ ଉକ୍ତ ଗ୍ରାମର ଜଣେ ନାବାଳକ ଛୁରାମାଡ କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରୀରେ ଆକ୍ରମଣ ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ରାଜେଶଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଥାନା ଏସ.ଆଇ ପାର୍ଥ ପ୍ରତୀମ ଦେବତା ମେଡ଼ିକାଲରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି ।
The post ନାବାଳକଙ୍କୁ ଛୁରାମାଡ କଲା ନାବାଳକ appeared first on Dharitri Odia News.