ନାବାଳକର ଜୀବନ ନେଲା ଅନ୍ଲାଇନ ଗେମ୍: ୧୪ ମହଲା କୋଠାରୁ ଡେଇଁ କଲା ଆତ୍ମହତ୍ୟା
ମୁମ୍ବାଇ: ନାବାଳକର ଜୀବନ ନେଲା ଅନ୍ଲାଇନ ଗେମ୍। ୧୪ ମହଲା କୋଠାରୁ ଡେଉଁ ଆତ୍ମହତ୍ୟା କଲା ୧୬ ବର୍ଷର ନାବଳକ। ଘଟଣା ମହାରାଷ୍ଟ୍ର ପିମ୍ପ୍ରିଚିଞ୍ଚୱାଡ଼ାରେ ଘଟିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଶୁକ୍ରବାର ଦିନ ସାଢ଼େ ୧୨ଟା ରେ ଏଭଳି ଘଟଣା ଘଟିଥିଲା। ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ନାବଳକ ଅନଲାଇନ ଗେମ୍ ଖେଳିବା ନିଶାରେ ପଡ଼ିବା ଆତ୍ମହତ୍ୟାର କାରଣ ହେଇପାରେ। ରାଭେଟ ପୁଲିସ ଦୁର୍ଘଟଣା ଜନିତ ମୃତ୍ୟୁନାଁରେ ମାମଲା ରୁଜୁ କରିଛି। ପୁଲିସର ସୂଚନା ଅନୁସାରେ, ଆତ୍ମହତ୍ୟା କରିଥିବା ପୁଣେର ୧୦ ଶ୍ରେଣୀ ଛାତ୍ର ଭଲ ପାଠ ପଢ଼ୁଥିଲେ। ମାଆଙ୍କ ସହ କିୱାଲେ ଏରିଆରେ ଏକ ଆପାର୍ଟମେଣ୍ଟରେ ରହୁଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ ପିଲାଟି ଲ୍ୟାପଟପରେ ଅନ୍ଲାଇନ ଗେମ୍ ଖେଳୁଥିଲା। ଗେମ ଖେଳିବାରେ ଏତେ ଅଭ୍ୟସ୍ତ ହୋଇଯାଇଥିଲା ଯେ ପରିବାର ଲୋକେ ବିରୋଧ କଲେ ସେ ରାଗି ଯାଉଥିଲା ବୋଲି ତାଙ୍କ ମାଆ ପୁଲିସକୁ ସୂଚନା ଦେଇଛନ୍ତି।ପୁଲିସ ନାବଳକ ରୁମରୁ ଅନ୍ଲାଇନ ଗେମର କିଛି ସ୍କେଚ୍ ପାଇଛି। ସ୍କେଚ୍ରେ ବାଲ୍କୋନିକୁ ଡେଇଁଥିବା ଝରକା ଫଟୋ ମଧ୍ୟ ରହିଛି। ପରିବାର ଲୋକ ସନ୍ଦେହ କରୁଛନ୍ତି ଯେ ଗେମ୍ରେ ବୋଧେ ବାଲକୋନିରୁ ତଳକୁ ଡେଇଁବାର ଟାସ୍କ ଦିଆଯାଇଥିଲା। ସେଥିପାଇଁ ତାଙ୍କ ପିଲା ଆତ୍ମହତ୍ୟା କରିଛି। ତେବେ ପାସୱାର୍ଡ କାହାକୁ ଜଣ ନଥିବାରୁ ପୁଲିସ ଏପର୍ଯ୍ୟନ୍ତ ଲ୍ୟା
ମୁମ୍ବାଇ: ନାବାଳକର ଜୀବନ ନେଲା ଅନ୍ଲାଇନ ଗେମ୍। ୧୪ ମହଲା କୋଠାରୁ ଡେଉଁ ଆତ୍ମହତ୍ୟା କଲା ୧୬ ବର୍ଷର ନାବଳକ। ଘଟଣା ମହାରାଷ୍ଟ୍ର ପିମ୍ପ୍ରିଚିଞ୍ଚୱାଡ଼ାରେ ଘଟିଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ଶୁକ୍ରବାର ଦିନ ସାଢ଼େ ୧୨ଟା ରେ ଏଭଳି ଘଟଣା ଘଟିଥିଲା। ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ନାବଳକ ଅନଲାଇନ ଗେମ୍ ଖେଳିବା ନିଶାରେ ପଡ଼ିବା ଆତ୍ମହତ୍ୟାର କାରଣ ହେଇପାରେ। ରାଭେଟ ପୁଲିସ ଦୁର୍ଘଟଣା ଜନିତ ମୃତ୍ୟୁନାଁରେ ମାମଲା ରୁଜୁ କରିଛି।
ପୁଲିସର ସୂଚନା ଅନୁସାରେ, ଆତ୍ମହତ୍ୟା କରିଥିବା ପୁଣେର ୧୦ ଶ୍ରେଣୀ ଛାତ୍ର ଭଲ ପାଠ ପଢ଼ୁଥିଲେ। ମାଆଙ୍କ ସହ କିୱାଲେ ଏରିଆରେ ଏକ ଆପାର୍ଟମେଣ୍ଟରେ ରହୁଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ ପିଲାଟି ଲ୍ୟାପଟପରେ ଅନ୍ଲାଇନ ଗେମ୍ ଖେଳୁଥିଲା। ଗେମ ଖେଳିବାରେ ଏତେ ଅଭ୍ୟସ୍ତ ହୋଇଯାଇଥିଲା ଯେ ପରିବାର ଲୋକେ ବିରୋଧ କଲେ ସେ ରାଗି ଯାଉଥିଲା ବୋଲି ତାଙ୍କ ମାଆ ପୁଲିସକୁ ସୂଚନା ଦେଇଛନ୍ତି।
ପୁଲିସ ନାବଳକ ରୁମରୁ ଅନ୍ଲାଇନ ଗେମର କିଛି ସ୍କେଚ୍ ପାଇଛି। ସ୍କେଚ୍ରେ ବାଲ୍କୋନିକୁ ଡେଇଁଥିବା ଝରକା ଫଟୋ ମଧ୍ୟ ରହିଛି। ପରିବାର ଲୋକ ସନ୍ଦେହ କରୁଛନ୍ତି ଯେ ଗେମ୍ରେ ବୋଧେ ବାଲକୋନିରୁ ତଳକୁ ଡେଇଁବାର ଟାସ୍କ ଦିଆଯାଇଥିଲା। ସେଥିପାଇଁ ତାଙ୍କ ପିଲା ଆତ୍ମହତ୍ୟା କରିଛି। ତେବେ ପାସୱାର୍ଡ କାହାକୁ ଜଣ ନଥିବାରୁ ପୁଲିସ ଏପର୍ଯ୍ୟନ୍ତ ଲ୍ୟାପଟପ ଖୋଲିପାରି ନାହିଁ। ଲ୍ୟାପଟପ ଖୋଲିଲେ ପିଲାଟି କେଉଁ ଗେମ୍ ଖେଳୁଥିଲେ? ଗେମରେ କଣ ନିର୍ଦ୍ଦେଶ ଦିଆଯାଇଥିଲା ତାହା ଜଣାପଡ଼ିବ।
.