ନାବାଳିକା ଅସଦାଚରଣ ମାମଲାରେ ଅଭିଯୁକ୍ତକୁ ୫ ବର୍ଷ ଜେଲ
ଫୁଲବାଣୀ : ଏକ ନାବାଳିକା ଅସଦାଚରଣ ମାମଲାର ଶୁଣାଣୀ କରି ଫୁଲବାଣୀ ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ୫ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତକୁ ୬ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଖଜୁରୀପଡା ଥାନା ଅଞ୍ଚଳର ରୋହିତ ଦିଗାଲ। ସୂଚନା ଅନୁଯାୟୀ ଗତ ବର୍ଷ ଫେବୃଆରୀ ମାସରେ ନାବାଳିକା ଜଣକ ସ୍କୁଲରୁ […]

ଫୁଲବାଣୀ : ଏକ ନାବାଳିକା ଅସଦାଚରଣ ମାମଲାର ଶୁଣାଣୀ କରି ଫୁଲବାଣୀ ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ୫ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତକୁ ୬ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଖଜୁରୀପଡା ଥାନା ଅଞ୍ଚଳର ରୋହିତ ଦିଗାଲ। ସୂଚନା ଅନୁଯାୟୀ ଗତ ବର୍ଷ ଫେବୃଆରୀ ମାସରେ ନାବାଳିକା ଜଣକ ସ୍କୁଲରୁ ଫେରୁଥିବା ସମୟରେ ଅଭିଯୁକ୍ତ ତାଙ୍କୁ ରାସ୍ତା କଡର ଏକ ବୁଦା ମୂଳକୁ ଡାକି ନେଇଥିଲା। ସେଠାରେ ସେ ନାବାଳିକା ସହ ଅସଦାଚରଣ କରିଥିଲା। ପରିବାର ପକ୍ଷରୁ ଏ ନେଇ ଖଜୁରୀପଡ଼ା ଥାନାରେ ଏତଲା ପରେ ପୁଲିସ ୨୪ / ୨୦୨୪ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଆଜି ଏହି ମାମଲାର ବିଚାର କରି ଅଦାଲତ ଉପରୋକ୍ତ ରାୟ ଶୁଣାଇଛନ୍ତି। ପୀଡିତାଙ୍କୁ କ୍ଷତିପୂରଣ ବାବଦରେ ୧ ଲକ୍ଷ ଟଙ୍କା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ମାମଲାଟିକୁ ସ୍ବତନ୍ତ୍ର ପିପି ଅସିମ ପ୍ରହରାଜ ପରିଚାଳନା କରୁଥିଲେ।