ନାବାଳିକା ଛାତ୍ରୀଙ୍କ ଉଲଗ୍ନ ଫଟୋ ଭାଇରାଲ ଘଟଣା: ଜେଲ ଗଲେ ୨ ଅଭିଯୁକ୍ତ, ଜଣେ ଫେରାର
ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୭ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ଉଲଗ୍ନ କରି ଭିଡ଼ିଓ ଫଟୋ ଉତ୍ତୋଳନ କରି ପରେ ଭାଇରାଲ କରିଥିବା ପଦ୍ମନ ନାଇକ ଏବଂ ଜି.ଜଗନ୍ନାଥ ଦୋରାଙ୍କୁ ଦିଗପହଣ୍ଡି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଗିରଫ କରିଛନ୍ତି। ଥାନାରେ ମାମଲା ନଂ.୫୨/୨୫ ଅନୁଯାୟୀ ସୋମବାର ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ବିଚାର […] The post ନାବାଳିକା ଛାତ୍ରୀଙ୍କ ଉଲଗ୍ନ ଫଟୋ ଭାଇରାଲ ଘଟଣା: ଜେଲ ଗଲେ ୨ ଅଭିଯୁକ୍ତ, ଜଣେ ଫେରାର appeared first on Dharitri Odia News.
ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୭ମ ଶ୍ରେଣୀରେ ପଢୁଥିବା ନାବାଳିକା ଛାତ୍ରୀଙ୍କୁ ଉଲଗ୍ନ କରି ଭିଡ଼ିଓ ଫଟୋ ଉତ୍ତୋଳନ କରି ପରେ ଭାଇରାଲ କରିଥିବା ପଦ୍ମନ ନାଇକ ଏବଂ ଜି.ଜଗନ୍ନାଥ ଦୋରାଙ୍କୁ ଦିଗପହଣ୍ଡି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଗିରଫ କରିଛନ୍ତି। ଥାନାରେ ମାମଲା ନଂ.୫୨/୨୫ ଅନୁଯାୟୀ ସୋମବାର ବ୍ରହ୍ମପୁର ପୋକ୍ସୋ କୋର୍ଟକୁ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।ଏହି ଘଟଣାରେ ସମ୍ପୃକ୍ତ ଅନ୍ୟଜଣେ ଯୁବକ ଫେରାର ଥିବା ତଦନ୍ତକାରୀ ଅଧିକାରୀ ଆଇଆଇସି କହିଛନ୍ତି।
ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୭ ତାରିଖରେ ସ୍କୁଲରେ ମଧ୍ୟାହ୍ନ ବିରତି ପରେ ଅଭିଯୁକ୍ତ ମାନେ ଛାତ୍ରୀଙ୍କୁ ଅପହୃତ କରି ଏକ ନିରୋଳା ସ୍ଥାନକୁ ନେଇ ତାଙ୍କୁ ଉଲଗ୍ନ କରିବା ସହ ତାଙ୍କ ଫଟୋ ଭିଡିଓ ଉତ୍ତୋଳନ କରିଥିଲେ। ପରେ ସେମାନେ ତାଙ୍କୁ ବ୍ଲାକମେଲିଂ କରିଥିଲେ। ଛାତ୍ରୀଜଣକ ଅଭିଯୁକ୍ତମାନଙ୍କ କଥାରେ ସହମତି ପ୍ରକାଶ ନ କରିବାରୁ ଅଭିଯୁକ୍ତମାନେ ମୋବାଇଲ ଫୋନରେ ଉଠାଇଥିବା ଭିଡ଼ିଓ ଏବଂ ଫଟୋ ଭାଇରାଲ କରିଦେଇଥିଲେ। ଛାତ୍ରୀଙ୍କ ବାପା ଘଟଣା ଜାଣିବା ପରେ ସୋମବାର ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିଲେ। ଆଇଆଇସି ଏତଲାକୁ ଭିତ୍ତିକରି ଅଭିଯୁକ୍ତମାନଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିବା ସହ ନିଜେ ଘଟଣାର ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ ଜାରି ରଖିଛନ୍ତି। ଗିରଫ ଅଭିଯୁକ୍ତଙ୍କଠାରୁ ବ୍ୟବହୃତ ମୋବାଇଲ ଫୋନ ଜବତ କରାଯାଇଛି।
The post ନାବାଳିକା ଛାତ୍ରୀଙ୍କ ଉଲଗ୍ନ ଫଟୋ ଭାଇରାଲ ଘଟଣା: ଜେଲ ଗଲେ ୨ ଅଭିଯୁକ୍ତ, ଜଣେ ଫେରାର appeared first on Dharitri Odia News.