ଘରକୁ ଫେରୁଥିଲେ ଧକ୍କାଦେଲା ସ୍କୁଟି: ୩ ଗୁରୁତର
ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ଖାରିଗୁଡା ନିକଟରେ ସୋମବାର ସାରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସ୍କୁଟିରେ ବସିଥିବା ଦୁଇଜଣ ଏବଂ ଜଣେ ପଥଚାରୀ ଗୁରୁତର ହୋଇଛନ୍ତି। ଆହତ ମାନେ ହେଲେ ବଞ୍ଜରଗାଁର ବିଶ୍ବମ୍ବର ପ୍ରଧାନ, ମୃତ୍ୟୁଞ୍ଜୟ ନାୟକ ଓ ଖାରିଗୁଡାର ସାବିତ୍ରୀ ଗେଡ। ଘଟଣାରୁ ପ୍ରକାଶ ଯେ, ସାରେ ସାବିତ୍ରୀ କୌଣସି କାମରେ ଯାଇ ଘରକୁ ଚାଲି ଚାଲି ଫେରୁଥିଲେ। ଏହି ସମୟରେ ବଞ୍ଜର ଗାଁ ପଟୁ ଏକ ସ୍କୁଟି ଆସି […] The post ଘରକୁ ଫେରୁଥିଲେ ଧକ୍କାଦେଲା ସ୍କୁଟି: ୩ ଗୁରୁତର appeared first on Dharitri Odia News.
ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ଖାରିଗୁଡା ନିକଟରେ ସୋମବାର ସାରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସ୍କୁଟିରେ ବସିଥିବା ଦୁଇଜଣ ଏବଂ ଜଣେ ପଥଚାରୀ ଗୁରୁତର ହୋଇଛନ୍ତି। ଆହତ ମାନେ ହେଲେ ବଞ୍ଜରଗାଁର ବିଶ୍ବମ୍ବର ପ୍ରଧାନ, ମୃତ୍ୟୁଞ୍ଜୟ ନାୟକ ଓ ଖାରିଗୁଡାର ସାବିତ୍ରୀ ଗେଡ।
ଘଟଣାରୁ ପ୍ରକାଶ ଯେ, ସାରେ ସାବିତ୍ରୀ କୌଣସି କାମରେ ଯାଇ ଘରକୁ ଚାଲି ଚାଲି ଫେରୁଥିଲେ। ଏହି ସମୟରେ ବଞ୍ଜର ଗାଁ ପଟୁ ଏକ ସ୍କୁଟି ଆସି ସାବିତ୍ରୀଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସାବିତ୍ରୀଙ୍କ ସମେତ ସ୍କୁଟିରେ ଥିବା ବଞ୍ଜର ଗାଁର ୨ ଜଣ ଆହତ ହୋଇଥିଲେ। ପରେ ସମ୍ପୃକ୍ତ ଅଞ୍ଚଳବାସୀ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ । ସାବିତ୍ରୀ ଓ ମୃତ୍ୟୁଞ୍ଜୟଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି । ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।
The post ଘରକୁ ଫେରୁଥିଲେ ଧକ୍କାଦେଲା ସ୍କୁଟି: ୩ ଗୁରୁତର appeared first on Dharitri Odia News.