ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ 

ଫୁଲବାଣୀ:  ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ଅତିରିକ୍ତ ଜିଲା ଦୌରାଜଜ ତଥା ସ୍ବତନ୍ତ୍ର ପୋକସୋ କୋର୍ଟ ବିଚାରପତି ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତକୁ ୪୫ ହଜାର ଟଙ୍କା ଜରିମାନା କରାଯାଇଛି। ଅଭିଯୁକ୍ତ ଜଣକ ହେଲେ କୋଟଗଡ ଥାନା ଅଞ୍ଚଳର ମହାସେକ ମୁଠାମାଝୀ(୨୫) ବୋଲି ଜଣା ପଡିଛି। ସୂଚନା ଅନୁଯାୟୀ, ପୀଡିତା ଜଣକ ତାଙ୍କ ଭଉଣୀ ଘରେ ଥିବା ବେଳେ  ଅଭିଯୁକ୍ତ ତାଙ୍କୁ ଅପହରଣ କରି ନେଇଥିଲେ। ପରେ […]

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ 

ଫୁଲବାଣୀ:  ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ଅତିରିକ୍ତ ଜିଲା ଦୌରାଜଜ ତଥା ସ୍ବତନ୍ତ୍ର ପୋକସୋ କୋର୍ଟ ବିଚାରପତି ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ ଆଦେଶ ଦେଇଛନ୍ତି। ଏଥିସହ ଅଭିଯୁକ୍ତକୁ ୪୫ ହଜାର ଟଙ୍କା ଜରିମାନା କରାଯାଇଛି। ଅଭିଯୁକ୍ତ ଜଣକ ହେଲେ କୋଟଗଡ ଥାନା ଅଞ୍ଚଳର ମହାସେକ ମୁଠାମାଝୀ(୨୫) ବୋଲି ଜଣା ପଡିଛି।

ସୂଚନା ଅନୁଯାୟୀ, ପୀଡିତା ଜଣକ ତାଙ୍କ ଭଉଣୀ ଘରେ ଥିବା ବେଳେ  ଅଭିଯୁକ୍ତ ତାଙ୍କୁ ଅପହରଣ କରି ନେଇଥିଲେ। ପରେ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିଥିଲେ। ଘରଲୋକେ ତାଙ୍କୁ ଖୋଜାଖୋଜି କରି ନ ପାଇବାରୁ ୨୦୧୮ ମେ ମାସ ୮ ତାରିଖରେ କୋଟଗଡ ଥାନାରେ ଲିଖିତ  ଅଭିଯୋଗ କରିଥିଲେ।  ଏତଲା ଆଧାରରେ ପୁଲିସ ୨୫/୧୮ରେ ଏକ ମାମଲା  ରୁଜୁ କରିଥିଲା। ପରେ ଅଭିଯୁକ୍ତ ଙ୍କ ଜଣେ ପରିଚିତ ମାମଲା ରୁଜୁ ହେବା ଜାଣି ଚତୁରତା ସହ  ନାବାଳିକାଙ୍କୁ ଆଣି କୋଟଗଡ ଥାନା ପାଖରେ ଛାଡି ଦେଇ ଚାଲି ଯାଇଥିଲା।

ଏହାପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ବିଚାର କରି ପୋକସୋ କୋର୍ଟ ବିଚାରପତି ରାଜେଶ ଦାଶ ପୀଡିତା ଏବଂ  ୧୨ ଜଣ ସାକ୍ଷୀଙ୍କ ବୟାନ ତଥା ଡାକ୍ତରୀ ରିପୋର୍ଟ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ପୀଡିତାଙ୍କୁ କ୍ଷତି ପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ମାମଲାଟିକୁ ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।