ନାବାଳିକା ଦୁଷ୍କର୍ମକାରୀକୁ ଏନକାଉଣ୍ଟର : ଅଭିଯୁକ୍ତ ମୃତ
ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାର ଅଭିଯୁକ୍ତ ଏନକାଉଣ୍ଟରରେ ମୃତ। ଦୁଷ୍କର୍ମ ଅଭିଯୁକ୍ତକୁ... The post ନାବାଳିକା ଦୁଷ୍କର୍ମକାରୀକୁ ଏନକାଉଣ୍ଟର : ଅଭିଯୁକ୍ତ ମୃତ appeared first on .
ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକରେ ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲାର ଅଭିଯୁକ୍ତ ଏନକାଉଣ୍ଟରରେ ମୃତ। ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଣ୍ଟର କଲା କର୍ଣ୍ଣାଟକର ହୁବଲି ପୋଲିସ। ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ହତ୍ଯା କରିଥିଲା ଅଭିଯୁକ୍ତ। ମୃତ ଦୁଷ୍କର୍ମ ଅଭିଯୁକ୍ତ ପାଟନା ଅଂଚଳର ରିତେଶ କୁମାର ବୋଲି ଜଣାପଡିଛି। ଅଭିଯୁକ୍ତ ରିତେଶ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରି ଖସିଯିବାକୁ ଚେଷ୍ଟା କରିଥିଲା। ରିତେଶକୁ ରୋକିବାକୁ ପୋଲିସ ଗୁଳି ଚଳାଇଥିଲା। ଗୁରୁତର ଅବସ୍ଥାରେ ରିତେଶକୁ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ଅଭିଯୁକ୍ତର ମୃତ୍ୟୁ ହୋଇଥିବା ଜଣାପଡିଛି। ରିତେଶ ଝିଅଟିକୁ ଏକ ଢାବାକୁ ନେଇ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା। ଝିଅର ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଢାବା ପାଖକୁ ଧାଇଁ ଆସିଥିଲେ।
ଏହି ସମୟରେ ଅଭିଯୁକ୍ତ ନାବାଳିକାର ଗଳାକାଟି ହତ୍ୟା କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ରିତେଶକୁ କିଛି କାଗଜପତ୍ର ସଂଗ୍ରହ କରିବା ଏବଂପରିଚୟ ଯାଞ୍ଚ ପାଇଁ ରହଣି ସ୍ଥାନକୁ ନେଇଯିବା ସମୟରେ ପୋଲିସକୁ ପଥର ମାରି ଫେରାର ହେବାକୁ ଚେଷ୍ଟା କରୁଥିଲା।ଏହାକୁ ରୋକିବାକୁ ଜଣେ ମହିଳା ଅଧିକାରୀ ଦୁଇରୁ ତିନି ରାଉଣ୍ଡ ଗୁଳି ଚଳାଇଥିଲେ। ଗୋଟିଏ ଗୁଳି ଗୋଡ଼ରେ ଏବଂ ଅନ୍ୟଟି ପିଠିରେ ବାଜିଥିଲା। ଅଭିଯୁକ୍ତକୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆକ୍ରମଣରେ ଜଣେ ସବ-ଇନ୍ସପେକ୍ଟର ଏବଂ ଅନ୍ୟ ଦୁଇ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
The post ନାବାଳିକା ଦୁଷ୍କର୍ମକାରୀକୁ ଏନକାଉଣ୍ଟର : ଅଭିଯୁକ୍ତ ମୃତ appeared first on .