ନାବାଳିକା ବଳାତ୍କରୀଙ୍କୁ ୨୦ ବର୍ଷ କାରାଦଣ୍ଡ
କେନ୍ଦୁଝର, ୨୪ା୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ବିଚାରପତି ମୋନାଲିସା ମହାନ୍ତି ଆଜି ୧୨ ବର୍ଷ ବୟସ୍କା ନାବାଳିକା ବାଲାତ୍କରୀ ରାଜେନ୍ଦ୍ର ବାରିକ (୩୧) ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଫାଇନ ଆଦେଶ କରିଛନ୍ତି। ପ୍ରକାଶ ଯେ ପୀଡ଼ିତା ତାର ବାପା, ମା’, ୨ ଭାଇଙ୍କ ସହିତ କଟକ ଶିଖରଚଣ୍ଡିରେ ରହୁଥିଲେ। ସେମାନେ କାମଧନ୍ଧା କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ଇତି […] The post ନାବାଳିକା ବଳାତ୍କରୀଙ୍କୁ ୨୦ ବର୍ଷ କାରାଦଣ୍ଡ appeared first on Dharitri Odia News.
କେନ୍ଦୁଝର, ୨୪ା୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ବତନ୍ତ୍ର ବିଚାରପତି ମୋନାଲିସା ମହାନ୍ତି ଆଜି ୧୨ ବର୍ଷ ବୟସ୍କା ନାବାଳିକା ବାଲାତ୍କରୀ ରାଜେନ୍ଦ୍ର ବାରିକ (୩୧) ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଫାଇନ ଆଦେଶ କରିଛନ୍ତି।
ପ୍ରକାଶ ଯେ ପୀଡ଼ିତା ତାର ବାପା, ମା’, ୨ ଭାଇଙ୍କ ସହିତ କଟକ ଶିଖରଚଣ୍ଡିରେ ରହୁଥିଲେ। ସେମାନେ କାମଧନ୍ଧା କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ଇତି ମଧ୍ୟରେ ତାଙ୍କ ସହିତ ସାଲେପୁର ଥାନା ତରାଟ ଅଞ୍ଚଳର ରାଜେନ୍ଦ୍ର ବାରିକ (୩୧)ର ପରିଚିତ ହେଲା। ସେ ନିୟମିତ ତାଙ୍କ ଘରକୁ ଯିବାଆସିବା କରୁଥିଲା । ଝିଆର ବାପା କାମକୁ ପଳେଇବା ପରେ ରାଜେନ୍ଦ୍ର ରେଖାର ମା’ ସହିତ ଶାରୀରିକ ସଂପର୍କ ରଖୁଥିଲା। ଧିରେଧିରେ ରେଖାର ବାପା ଏହି ସଂପର୍କ ବିଷୟରେ ଜାଣିବା ପରେ ଘର ଛାଡି ପଳେଇଥିଲେ । ତେଣୁ ସେମାନେ ସେଠାରେ ଆଉ ରହିନଥିଲେ । ରେଖାର ମାମୁଁ ଘର କେନ୍ଦୁଝର ଟାଉନ ଥାନା ଡିମ୍ବୋ ଅଞ୍ଚଳକୁ ସମସ୍ତେ ଚାଲିଆସିଥିଲେ । ତାଙ୍କ ସହିତ ରାଜେନ୍ଦ୍ର ମଧ୍ୟ ଆସିଥିଲା। ଡିମ୍ବୋରେ କିଛିଦିନ ରହିବା ପରେ କାମ ଧନ୍ଦା ପାଇଁ କେନ୍ଦୁଝର ସହରକୁ ଚାଲିଆସି ଡିଆରଡିଏ କାର୍ଯ୍ୟାଳୟ ନିକଟରେ ଏକ ପାଲ ଟାଣି ସେଠାରେ ସମସ୍ତେ ରହୁଥିଲେ । ଦିନ ବେଳେ ତାଙ୍କର ଦୁଇ ଛୋଟ ଭାଇ ଜରି, ଟିଣ ଗୋଟାଉ ଥିଲେ ।
ଏହିପରି ରାସ୍ତାକଡରୁ ଜରି ଗୋଟାଉଥିବା ବେଳେ ଜିଲା ମଙ୍ଗଳ ସମିତି ( ସିଡବ୍ଲୁସି) ସେମାନଙ୍କୁ ଉଦ୍ଧାର କରି ଓପନ ସେଲଟର ହାଉସରେ ରଖିଥିଲା । ଏପଟେ ପୀଡ଼ିତା, ତାଙ୍କ ମା ଏବଂ ରାଜେନ୍ଦ୍ର ସହିତ ପଲା ରେ ରହୁଥିଲେ । ରାତିରେ ପୀଡ଼ିତାଙ୍କ ମା’ ଶୋଇଯିବା ପରେ ରାଜେନ୍ଦ୍ର ପୀଡ଼ିତା ଙ୍କୁ ବଳାତ୍କାର କରୁଥିଲା । ମାକୁ ଘଟଣା ସଂପର୍କରେ ନକହିବାକୁ ଧମକ ଦେଇଥିଲା । ତେଣୁ ସେ ଭୟଭିତ ହୋଇ କିଛି କହୁନଥିଲେ । କିଛିଦିନ ପରେ ପୀଡ଼ିତା ଙ୍କ ଡ୍ରେସ ସଫା କରିବା ବେଳେ ତାଙ୍କ ମା ଆପତି ଜନକ ଜିନିଷ ଲାଗିଥିବାର ଦେଖି ପଚାରିଥିଲେ । ଫଳରେ ପୀଡ଼ିତା ଘଟଣା ସଂପର୍କରେ ସବୁ କହିଥିଲେ । ତେଣୁ ରାଜେନ୍ଦ୍ର ଏବଂ ରେଖାଙ୍କ ମା ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଅତିଷ୍ଟ ହୋଇ ପୀଡ଼ିତା ସେଠାରୁ ଚାଲିଯାଇ କେନ୍ଦୁଝର ସହର କରଞ୍ଜିଆ ବସଷ୍ଟାଣ୍ଟ ନିକଟରେ ବୁଲୁଥିଲେ । ୨୦୧୭ ଅଗଷ୍ଟ ୨୨ ତାରିଖ ଦିନ ତାଙ୍କୁ ମଧ୍ୟ ସିଡବ୍ଲୁସି ଉଦ୍ଧାର କରି ଓପନ ସେଲଟର ହାଉସରେ ରଖିଥିଲେ । ସେଠାରେ କାଉନସେଲିଂ ସମୟରେ ପୀଡ଼ିତା ଘଟଣା ସଂପର୍କରେ କହିଥିଲେ । ଫଳରେ ସିଡବ୍ଲୁସି ଅଭିଯୋଗ କ୍ରମେ ଟାଉନ ପୁଲିସ କେସ ନଂ ୩୬୬ ଅଫ ୨୦୧୭ ରେ ଏକ ମାମଲା ରୁଜୁ କରି ରାଜେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।
ଏହି କେସରେ କୋର୍ଟ ୨୦ ଜଣଙ୍କ ବୟାନ ଓ ପୋଲିସ ତଦନ୍ତ ରିପୋର୍ଟ କୁ ଆଧାର କରି ଦୋଷୀ ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୧ ବର୍ଷ କାରାଦଣ୍ଡ ଆଦେଶ କରିଛନ୍ତି। ପିଡିତା ଙ୍କୁ ୧୦ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ ପାଇଁ କୋର୍ଟ ପରାମର୍ଶ ଦେଇଥିବା ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଗଣେଶ ପ୍ରସାଦ ମହାପାତ୍ର କହିଛନ୍ତି।
The post ନାବାଳିକା ବଳାତ୍କରୀଙ୍କୁ ୨୦ ବର୍ଷ କାରାଦଣ୍ଡ appeared first on Dharitri Odia News.