ମହାକୁମ୍ଭ ଯାଉଥିବାବେଳେ ଅଘଟଣ: ବୋଲେରୋ-ବସ୍‌ ଧକ୍କା: ୧୦ ଶ୍ରଦ୍ଧାଳୁ ମୃତ, ୧୯ ଆହତ

ପ୍ରୟାଗରାଜ,୧୫।୨: ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୧୯ ଜଣ ଆହତ ହୋଇଛନ୍ତି। ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି। ଇତିମଧ୍ୟରେ, ମୃତଦେହଗୁଡ଼ିକୁ ମର୍ଗରୀରେ ରଖାଯାଇଛି। ବୋଲେରୋରେ ଥିବା ସମସ୍ତ ଯାତ୍ରୀ ପୁରୁଷ ଥିଲେ, ଯାହାଙ୍କ ବୟସ ୨୫ ରୁ ୪୫ ବର୍ଷ ମଧ୍ୟରେ ଥିଲା। ଦୁର୍ଘଟଣାରେ ସମସ୍ତେ ପ୍ରାଣ […] The post ମହାକୁମ୍ଭ ଯାଉଥିବାବେଳେ ଅଘଟଣ: ବୋଲେରୋ-ବସ୍‌ ଧକ୍କା: ୧୦ ଶ୍ରଦ୍ଧାଳୁ ମୃତ, ୧୯ ଆହତ appeared first on Dharitri Odia News.

ମହାକୁମ୍ଭ ଯାଉଥିବାବେଳେ ଅଘଟଣ:  ବୋଲେରୋ-ବସ୍‌ ଧକ୍କା: ୧୦ ଶ୍ରଦ୍ଧାଳୁ ମୃତ, ୧୯ ଆହତ

ପ୍ରୟାଗରାଜ,୧୫।୨: ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ୧୯ ଜଣ ଆହତ ହୋଇଛନ୍ତି। ସୂଚନା ମିଳିବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛି। ଇତିମଧ୍ୟରେ, ମୃତଦେହଗୁଡ଼ିକୁ ମର୍ଗରୀରେ ରଖାଯାଇଛି। ବୋଲେରୋରେ ଥିବା ସମସ୍ତ ଯାତ୍ରୀ ପୁରୁଷ ଥିଲେ, ଯାହାଙ୍କ ବୟସ ୨୫ ରୁ ୪୫ ବର୍ଷ ମଧ୍ୟରେ ଥିଲା। ଦୁର୍ଘଟଣାରେ ସମସ୍ତେ ପ୍ରାଣ ହରାଇଛନ୍ତି।

ସୂଚନା ଅନୁଯାୟୀ, ଶୁକ୍ରବାର (୧୪ ଫେବୃଆରୀ) ବିଳମ୍ବିତ ରାତିରେ ପ୍ରୟାଗରାଜ-ମିର୍ଜାପୁର ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଭକ୍ତମାନଙ୍କରେ ଭର୍ତ୍ତି ଏକ ବୋଲେରୋ ଏବଂ ଏକ ବସ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାରେ ବୋଲେରୋରେ ଯାତ୍ରା କରୁଥିବା ସମସ୍ତ ୧୦ ଜଣ ଶ୍ରଦ୍ଧାଳୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେମାନେ ସମସ୍ତେ ଛତିଶଗଡ଼ର କୋରବା ଜିଲାର ବାସିନ୍ଦା।

କୁହାଯାଉଛି ଯେ ବୋଲେରୋରେ ଯାତ୍ରା କରୁଥିବା ସମସ୍ତ ୧୦ ଜଣ ଭକ୍ତ ସଙ୍ଗମ ସ୍ନାନ ପାଇଁ ମେଳା ଅଞ୍ଚଳକୁ ଆସୁଥିଲେ। ଦୁର୍ଘଟଣାରେ ବସ୍‌ରେ ଯାତ୍ରା କରୁଥିବା ୧୯ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି, ଯେଉଁମାନେ ସଙ୍ଗମରେ ସ୍ନାନ କରି ବାରାଣସୀ ଯାଉଥିଲେ।

The post ମହାକୁମ୍ଭ ଯାଉଥିବାବେଳେ ଅଘଟଣ: ବୋଲେରୋ-ବସ୍‌ ଧକ୍କା: ୧୦ ଶ୍ରଦ୍ଧାଳୁ ମୃତ, ୧୯ ଆହତ appeared first on Dharitri Odia News.