ହିନ୍ଦୀ କି ଇଂରାଜୀ ନୁହେଁ, ଏହି ଭାଷାରେ କମେଣ୍ଟ୍ରି ଶୁଣିବାକୁ ପସନ୍ଦ କରନ୍ତି ଧୋନୀ

ଚେନ୍ନାଇ,୨୪।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଆଞ୍ଚଳିକ ଭାଷାର ଭାଷ୍ୟକାର ପଦକ୍ଷେପକୁ ଭାରତର କିମ୍ବଦନ୍ତୀ କ୍ରିକେଟର ଏମଏସ ଧୋନୀ ପ୍ରଶଂସା କରିଛନ୍ତି। ସେ ଭୋଜପୁରୀ କମେଣ୍ଟ୍ରିକୁ ପ୍ରଶଂସା କରି ଏହାକୁ ‘ଏନରଜେଟିକ୍‌’ ବୋଲି କହିଛନ୍ତି। ଧୋନୀ କହିଛନ୍ତି, ଭୋଜପୁରୀ କମେଣ୍ଟ୍ରି ମୋତେ ପୁରୁଣା ସମୟର ରେଡିଓ କମେଣ୍ଟ୍ରି କଥା ମନେ ପକାଇ ଦିଏ। ତେଣୁ ଏହା ଶୁଣିବାକୁ ମଜା ଲାଗୁଛି । IPL 2023 ସମୟରେ ଭୋଜପୁରୀ କମେଣ୍ଟ୍ରି ପ୍ରଥମେ ଆରମ୍ଭ କରାଯାଇଥିଲା। ଏହି ବର୍ଷ, IPLର 18ତମ […] The post ହିନ୍ଦୀ କି ଇଂରାଜୀ ନୁହେଁ, ଏହି ଭାଷାରେ କମେଣ୍ଟ୍ରି ଶୁଣିବାକୁ ପସନ୍ଦ କରନ୍ତି ଧୋନୀ appeared first on Dharitri Odia News.

ହିନ୍ଦୀ କି ଇଂରାଜୀ ନୁହେଁ, ଏହି ଭାଷାରେ କମେଣ୍ଟ୍ରି ଶୁଣିବାକୁ ପସନ୍ଦ କରନ୍ତି ଧୋନୀ

ଚେନ୍ନାଇ,୨୪।୩: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଆଞ୍ଚଳିକ ଭାଷାର ଭାଷ୍ୟକାର ପଦକ୍ଷେପକୁ ଭାରତର କିମ୍ବଦନ୍ତୀ କ୍ରିକେଟର ଏମଏସ ଧୋନୀ ପ୍ରଶଂସା କରିଛନ୍ତି। ସେ ଭୋଜପୁରୀ କମେଣ୍ଟ୍ରିକୁ ପ୍ରଶଂସା କରି ଏହାକୁ ‘ଏନରଜେଟିକ୍‌’ ବୋଲି କହିଛନ୍ତି। ଧୋନୀ କହିଛନ୍ତି, ଭୋଜପୁରୀ କମେଣ୍ଟ୍ରି ମୋତେ ପୁରୁଣା ସମୟର ରେଡିଓ କମେଣ୍ଟ୍ରି କଥା ମନେ ପକାଇ ଦିଏ। ତେଣୁ ଏହା ଶୁଣିବାକୁ ମଜା ଲାଗୁଛି । IPL 2023 ସମୟରେ ଭୋଜପୁରୀ କମେଣ୍ଟ୍ରି ପ୍ରଥମେ ଆରମ୍ଭ କରାଯାଇଥିଲା।

ଏହି ବର୍ଷ, IPLର 18ତମ ସିଜିନ ୧୨ଟି ଭାଷା ଇଂରାଜୀ, ହିନ୍ଦୀ, ମରାଠୀ, ହରିୟାଣଭି, ବଙ୍ଗାଳୀ, ଭୋଜପୁରୀ, ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ, ଗୁଜରାଟୀ ଏବଂ ପଞ୍ଜାବୀ ଏବଂ ୧୬ଟି ଫିଡ୍‌ରେ ଲାଇଭ ଷ୍ଟ୍ରିମିଂ ହେଉଛି।।

ଧୋନୀ କହିଛନ୍ତି, ମୁଁ ଅଧିକ ଆଞ୍ଚଳିକ ଭାଷାର କମେଣ୍ଟ୍ରି ଶୁଣିନାହିଁ କାରଣ ଯେତେବେଳେ ଆମେ ଲାଇଭ ମ୍ୟାଚ ଦେଖୁ, ରିପ୍ଲେ ସୀମିତ ଥାଏ ଏବଂ ମୁଁ ଯେଉଁ କମେଣ୍ଟ୍ରି ଶୁଣେ ତାହା ଅଧିକାଂଶ ଇଂରାଜୀ କିମ୍ବା ହିନ୍ଦୀରେ ଥାଏ। ଏହା ଆମକୁ ଖେଳକୁ ଭଲ ଭାବରେ ବିଶ୍ଳେଷଣ କରିବାରେ ସାହାଯ୍ୟ କରେ। ବ୍ୟକ୍ତିଗତ ଭାବରେ ମୁଁ କିଛି କମେଣ୍ଟେଟରମାନଙ୍କୁ ଶୁଣିବାକୁ ମଧ୍ୟ ପସନ୍ଦ କରେ କାରଣ ସେମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବତନ ଖେଳାଳି। ଯଦିଓ ମୁଁ ଗୋଟିଏ ସିଜିନରେ ୧୭ଟି ମ୍ୟାଚ ଖେଳିପାରେ, ସେମାନେ ବିଭିନ୍ନ ଟୁର୍ନାମେଣ୍ଟ ଏବଂ ଦେଶଗୁଡ଼ିକରେ ଶହ ଶହ ମ୍ୟାଚ କଭର କରନ୍ତି। ସେମାନଙ୍କର ବିଭିନ୍ନ ପରିସ୍ଥିତି ଏବଂ ଦଳ ବିଷୟରେ ବହୁତ ଅଭିଜ୍ଞତା ଅଛି।

ଧୋନୀ ଆହୁରି କହିଛନ୍ତି, ଖେଳାଳି ଭାବରେ, ଆମେ ଆମ ଦଳର ଶକ୍ତି ଏବଂ ଦୁର୍ବଳତା ଜାଣୁ, କିନ୍ତୁ କମେଣ୍ଟ୍ରି ଶୁଣିବା ଦ୍ୱାରା ଆପଣଙ୍କୁ ଏକ ବାହାର ଲୋକଙ୍କ ଦୃଷ୍ଟିକୋଣ ମିଳିଥାଏ। ଏହା ନୂତନ ଚିନ୍ତାଧାରା ଆଣିଥାଏ। ଯେପରିକି ‘ଆମେ ଏହି ପଦ୍ଧତିକୁ କାହିଁକି ଚେଷ୍ଟା କରିବା ନାହିଁ?’ – ଯାହା ପରେ ବୁଦ୍ଧିମତ୍ତା ଏବଂ ତଥ୍ୟ ବ୍ୟବହାର କରି ମୂଲ୍ୟାଙ୍କନ କରାଯାଇପାରିବ ଯେ ଏହା ଦଳର ରଣନୀତି ସହିତ ଖାପ ଖାଉଛି କି ନାହିଁ।

ଧୋନୀ ୨୦୨୫ ଟୁର୍ନାମେଣ୍ଟରେ ତାଙ୍କର ୧୮ତମ ସିଜିନ ଖେଳୁଛନ୍ତି ଏବଂ ଏପର୍ଯ୍ୟନ୍ତ ସେ ୨୬୫ ମ୍ୟାଚ ଖେଳି ୨୪ ଅର୍ଦ୍ଧଶତକ ସହିତ ୫,୨୪୩ ରନ କରିଛନ୍ତି।

 

The post ହିନ୍ଦୀ କି ଇଂରାଜୀ ନୁହେଁ, ଏହି ଭାଷାରେ କମେଣ୍ଟ୍ରି ଶୁଣିବାକୁ ପସନ୍ଦ କରନ୍ତି ଧୋନୀ appeared first on Dharitri Odia News.