ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ସ୍ତ୍ରୀ ଜିଲ୍ ବାଇଡେନଙ୍କୁ ଏହି ଉପହାର ଦେଇଛନ୍ତି। ବାଇଡେନଙ୍କୁ ମୋଦି ରୁପା ଖଚିତ ଏକ ଟ୍ରେନ୍ ମଡେଲ ଉପହାର ଦେଇଥିବା ବେଳେ ଜିଲ୍ଙ୍କୁ କଶ୍ମୀର ଶଲ୍ ଉପହାର ଦେଇଛନ୍ତି। ମୋଦିଙ୍କଠାରୁ ଏହି ଉପହାର ପାଇ ବାଇଡେନ ଦମ୍ପତି ବେଶ୍ ଖୁସି ଥିବା ଜଣାପଡ଼ିଛି। ବାଇଡେନଙ୍କୁ ମୋଦି ଦେଇଥିବା ରୁପା […] The post ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି… appeared first on Dharitri Odia News.
ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ସ୍ତ୍ରୀ ଜିଲ୍ ବାଇଡେନଙ୍କୁ ଏହି ଉପହାର ଦେଇଛନ୍ତି। ବାଇଡେନଙ୍କୁ ମୋଦି ରୁପା ଖଚିତ ଏକ ଟ୍ରେନ୍ ମଡେଲ ଉପହାର ଦେଇଥିବା ବେଳେ ଜିଲ୍ଙ୍କୁ କଶ୍ମୀର ଶଲ୍ ଉପହାର ଦେଇଛନ୍ତି। ମୋଦିଙ୍କଠାରୁ ଏହି ଉପହାର ପାଇ ବାଇଡେନ ଦମ୍ପତି ବେଶ୍ ଖୁସି ଥିବା ଜଣାପଡ଼ିଛି।
ବାଇଡେନଙ୍କୁ ମୋଦି ଦେଇଥିବା ରୁପା ଖଚିତ ଟ୍ରେନ୍ ମଡେଲ ଉପହାରକୁ ମହାରାଷ୍ଟ୍ରର କାରିଗରମାନେ ଏହାକୁ ବହୁତ କୌଶଳ ସହିତ ପ୍ରସ୍ତୁତ କରିଛନ୍ତି। ଏହା ହାତରେ ଖୋଦିତ ହୋଇଛ। ୯୨.୫% ରୁପାରେ ନିର୍ମିତ ଏହି ମଡେଲ ଭାରତୀୟ ଧାତବ କଳାର ଶିଖରକୁ ପ୍ରତିପାଦିତ କରେ। ଏହି ସୃଷ୍ଟି ବାଷ୍ପ ଇଞ୍ଜିନ ଯୁଗ ପାଇଁ ଏକ ଶ୍ରଦ୍ଧାଞ୍ଜଳି। ଏହା ମଧ୍ୟ ଭାରତ ଏବଂ ଆମେରିକା ମଧ୍ୟରେ ଦୃଢ଼ ସମ୍ପର୍କକୁ ଦର୍ଶାଉଛି। ଏହି ମଡେଲରେ ‘ଦିଲ୍ଲୀ – ଡେଲାଓ୍ବେର୍’ ଲେଖା ଯାଇଛି। ଏହା ବ୍ୟତୀତ ଭାରତୀୟ ରେଳ ଇଞ୍ଜିନ ପାର୍ଶ୍ୱରେ ଲେଖାଯାଇଛି।
ଏଥି ସହିତ ମୋଦି ଆମେରିକାର ପ୍ରଥମ ଲେଡିଙ୍କୁ ଏକ ପେପର ମ୍ୟାଚ୍ ବାକ୍ସରେ କଶ୍ମୀର ଶ’ଲ ଉପହାର ଦେଇଛନ୍ତି। ଅତୁଳନୀୟ ଗୁଣ ଏବଂ ଅନନ୍ୟ ସୌନ୍ଦର୍ଯ୍ୟରେ ତିଆରି ଏହି ପାଶ୍ମିନା ଶଲ ଜମ୍ମୁ-କଶ୍ମୀରରୁ ଆସିଥାଏ। ଏହା ପାରମ୍ପାରିକ ଭବରେ କଶ୍ମୀରର ପେପର ୍ ମ୍ୟାଚ୍ ବକ୍ସରେ ପ୍ୟାକ୍ ହୋଇ ଆସିଥାଏ, ଯାହା ଏହାର ସୌନ୍ଦର୍ଯ୍ୟ ଏବଂ କାରିଗରୀ ପାଇଁ ବେଶ୍ ପ୍ରସିଦ୍ଧ।
ଏହି ବାକ୍ସଗୁଡ଼ିକ ପେପରଗୁଣ୍ଡ ଏବଂ ଅନ୍ୟାନ୍ୟ ପ୍ରାକୃତିକ ସାମଗ୍ରୀର ମିଶ୍ରଣ ବ୍ୟବହାର କରି ହାତରେ ତିଆରି କରାଯାଇଥାଏ। ପ୍ରତ୍ୟେକ ବାକ୍ସ କଶ୍ମୀରର କଳା ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳନ କରିଥାଏ। ଏହି ବାକ୍ସଗୁଡ଼ିକ କେବଳ କାର୍ଯ୍ୟକ୍ଷମ ନୁହେଁ, ବରଂ ସ୍ବତନ୍ତ୍ର ସାଜସଜ୍ଜା ସାମଗ୍ରୀ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ।
The post ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି… appeared first on Dharitri Odia News.