ବିଜୟ ମାଲ୍ୟାଙ୍କ ନାଁରେ NBW ଜାରି
ନୂଆଦିଲ୍ଲୀ: ବଢ଼ିଲା ପଳାତକ ମଦ ମାଫିଆ ବିଜୟ ମାଲ୍ୟାଙ୍କ ଅଡୁଆ। ତାଙ୍କ ବିରୋଧରେ ଜାରି ହେଲା ଏନ୍ବିଡବ୍ଲୁ (NBW) ତଥା ଜାମିନ ବିହୀନ ଗିରଫ ପରଓ୍ୱାନା। ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ୧୮୦ କୋଟି ଟଙ୍କାର ଋଣ ଖିଲାପ ମାମଲାରେ ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି NBW ଜାରି କରିଛି । ମଦ ମାଫିଆ ତଥା କିଙ୍ଗଫିଶର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟାଙ୍କ ବିରୋଧରେ ସିବିଆଇ କୋର୍ଟର ଜଷ୍ଟିସ୍ ଏସ୍ ନାଏକ ନିମ୍ବାଲକର ଜୁନ୍ ୨୯ରେ ୱାରେଣ୍ଟ […]

ନୂଆଦିଲ୍ଲୀ: ବଢ଼ିଲା ପଳାତକ ମଦ ମାଫିଆ ବିଜୟ ମାଲ୍ୟାଙ୍କ ଅଡୁଆ। ତାଙ୍କ ବିରୋଧରେ ଜାରି ହେଲା ଏନ୍ବିଡବ୍ଲୁ (NBW) ତଥା ଜାମିନ ବିହୀନ ଗିରଫ ପରଓ୍ୱାନା। ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ୧୮୦ କୋଟି ଟଙ୍କାର ଋଣ ଖିଲାପ ମାମଲାରେ ମୁମ୍ବାଇର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି NBW ଜାରି କରିଛି ।
ମଦ ମାଫିଆ ତଥା କିଙ୍ଗଫିଶର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟାଙ୍କ ବିରୋଧରେ ସିବିଆଇ କୋର୍ଟର ଜଷ୍ଟିସ୍ ଏସ୍ ନାଏକ ନିମ୍ବାଲକର ଜୁନ୍ ୨୯ରେ ୱାରେଣ୍ଟ ଜାରି କରିଥିଲେ। ତେବେ ସୋମବାର (ଜୁଲାଇ ୧) କୋର୍ଟଙ୍କ ଆଦେଶର କପି ବାହାରକୁ ଆସିଛି। କୋର୍ଟ କହିଛନ୍ତି, ୨୦୦୭ରୁ ୨୦୧୨ ମଧ୍ୟରେ ବିଜୟ ମାଲ୍ୟା ଏବଂ ତାଙ୍କ କମ୍ପାନୀକୁ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ପ୍ରାୟ ୧୮୦ କୋଟି ଟଙ୍କା ଋଣ ଦେଇଛି। ଏହି ମାମଲାରେ ବିଜୟ ମାଲ୍ୟାଙ୍କ ସମେତ ମୋଟ ୧୦ ଜଣ ଅଭିଯୁକ୍ତ ଅଛନ୍ତି। ଅଗଷ୍ଟ ୨୦୧୬ରେ ଏହି ମାମଲାରେ ଏଫ୍ଆଇଆର୍ ରୁଜୁ ହୋଇଥିଲା। ସମସ୍ତ ଅଭିଯୁକ୍ତଙ୍କୁ ହାଜର ହେବା ପାଇଁ ସମନ ଜାରି କରାଯାଇଛି। କିନ୍ତୁ ପଳାତକ ବିଜୟ ମାଲ୍ୟାଙ୍କ ପାଇଁ କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି।
ବର୍ତ୍ତମାନ ବିଜୟ ମାଲ୍ୟା ଲଣ୍ଡନରେ ଅଛନ୍ତି ଏବଂ ଭାରତ ସରକାର ତାଙ୍କୁ ବ୍ରିଟିଶ ସରକାରଙ୍କଠାରୁ ପ୍ରତ୍ୟର୍ପଣ କରିବାକୁ ଚେଷ୍ଟା କରୁଛନ୍ତି।