ମହିଳା ଖେଳାଳିଙ୍କୁ ନିର୍ଯାତନା ଘଟଣାର ଯାଞ୍ଚ କରିବ ସ୍ବତନ୍ତ୍ର କମିଟି
ନୂଆଦିଲ୍ଲୀ: ଭାରତୀୟ ମହିଳା ଲିଗ୍-୨ରେ ଦୁଇ ମହିଳା ଖେଳାଳିଙ୍କୁ ଏଆଇଏଫ୍ଏଫ୍ର କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଦୀପକ ଶର୍ମା ନିର୍ଯାତନା ଦେବା ଅଭିଯୋଗ ଉପରେ ଏକ ତଦନ୍ତ କମିଟି ଗଠନ କରିଛନ୍ତି ଏଆଇଏଫ୍ଏଫ୍ ସଭାପତି କଲ୍ୟାଣ ଚୌବେ। ଏହି ବିଷୟରେ ଆଲୋଚନା ପାଇଁ ଏକ ଜରୁରିକାଳୀନ ବୈଠକ ଡକାଯିବା ସହ ତଦନ୍ତ କମିଟି ଗଠିତ ହୋଇଛି। କମିଟିରେ କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ଆନ୍ତର୍ଜାତିକ ଓଡ଼ିଆ ଖେଳାଳି ପିଙ୍କି ବୋମ୍ପାଲ ମଗର, ଶିଶୁ ସୁରକ୍ଷା ଅଧିକାରୀ ରିତା ଜୟରଥ ଓ […]

ନୂଆଦିଲ୍ଲୀ: ଭାରତୀୟ ମହିଳା ଲିଗ୍-୨ରେ ଦୁଇ ମହିଳା ଖେଳାଳିଙ୍କୁ ଏଆଇଏଫ୍ଏଫ୍ର କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଦୀପକ ଶର୍ମା ନିର୍ଯାତନା ଦେବା ଅଭିଯୋଗ ଉପରେ ଏକ ତଦନ୍ତ କମିଟି ଗଠନ କରିଛନ୍ତି ଏଆଇଏଫ୍ଏଫ୍ ସଭାପତି କଲ୍ୟାଣ ଚୌବେ। ଏହି ବିଷୟରେ ଆଲୋଚନା ପାଇଁ ଏକ ଜରୁରିକାଳୀନ ବୈଠକ ଡକାଯିବା ସହ ତଦନ୍ତ କମିଟି ଗଠିତ ହୋଇଛି। କମିଟିରେ କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ଆନ୍ତର୍ଜାତିକ ଓଡ଼ିଆ ଖେଳାଳି ପିଙ୍କି ବୋମ୍ପାଲ ମଗର, ଶିଶୁ ସୁରକ୍ଷା ଅଧିକାରୀ ରିତା ଜୟରଥ ଓ ବିଜୟ ବାଲି ସଦସ୍ୟ ଅଛନ୍ତି। ୭ଦିନ ମଧ୍ୟରେ ଘଟଣାକୁ ଯାଞ୍ଚ କରିବା ପରେ ରିପୋର୍ଟ ଦେବାକୁ ଏହି କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟ ମଧ୍ୟରେ ଅଭିଯୁକ୍ତକୁ ଫୁଟବଲ୍ ସମ୍ବନ୍ଧୀୟ କାର୍ଯ୍ୟକଳାପରୁ ଦୂରେଇ ରହିବାକୁ କୁହାଯାଇଛି। ସୂଚନାଯୋଗ୍ୟ, ଆଇଡବ୍ଲ୍ୟୁ ଦଳ ଖଦ୍ ଏଫ୍ସି ହିମାଚଳ ପ୍ରଦେଶରେ ଖେଳିବାକୁ ଯାଇଥିଲା ବେଳେ ପୀଡ଼ିତା ଦ୍ବୟ ଖାଇ ସାରିବା ପରେ ରୁମ୍କୁ ଯାଇଥିଲେ। ସେଠାକୁ ଅଭିଯୁକ୍ତ ଜଣକ ଜୋର୍ ଜବରଦସ୍ତ ଧସେଇ ପଶିବା ସହ ଦୁଇ ଖେଳାଳିଙ୍କୁ ଚାପୁଡ଼ା ମାରିବା ସହ ଶାରୀରିକ ନିର୍ଯାତନା ଦେଇଥିଲେ। ସେତେବେଳେ ସେ ପ୍ରଚୁର ମଦ୍ୟପାନ କରିଥିବା ଥାନାରେ ଅଭିଯୋଗ ହୋଇଥିଲା। ରିପୋର୍ଟକୁ ଭିତ୍ତିକରି ମପୁସା ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଥିଲା। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଏହି ମାମଲା ଉପରେ ତ୍ବରିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।