ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ବଳାତ୍କାରୀଙ୍କୁ….

ଫୁଲବାଣୀ,୨୩।୯: କନ୍ଧମାଳ ଜିଲା ଫୁଲବାଣୀ ଜିଲା ପୋକ୍ସୋ କୋର୍ଟ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଦେବରାଜ ଦିଗାଲ୍‌ଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଏପରିକି ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦେବାକୁ କୋର୍ଟ ଜିଲା ଆଇନ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩ ଗୋଛାପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିଲା। ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଗୋଚପଡ଼ା ଥାନାରେ ଅଭଯୋଗ କରିଥିଲେ। […] The post ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ବଳାତ୍କାରୀଙ୍କୁ…. appeared first on Dharitri Odia News.

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ବଳାତ୍କାରୀଙ୍କୁ….

ଫୁଲବାଣୀ,୨୩।୯: କନ୍ଧମାଳ ଜିଲା ଫୁଲବାଣୀ ଜିଲା ପୋକ୍ସୋ କୋର୍ଟ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଦେବରାଜ ଦିଗାଲ୍‌ଙ୍କୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି।

ଏପରିକି ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦେବାକୁ କୋର୍ଟ ଜିଲା ଆଇନ ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩ ଗୋଛାପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିଲା। ଏନେଇ ପୀଡ଼ିତାଙ୍କ ପରିବାର ଲୋକେ ଗୋଚପଡ଼ା ଥାନାରେ ଅଭଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଗୋଚପଡ଼ା ପୋଲିସ ଏକ ମାମଲା(ନଂ.୨୬/୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ପୋଲସ ଘଟାରେ ସମ୍ପୃକ୍ତ ଅଭିଯୁକ୍ତ ଦେବରାଜଙ୍କୁ ଗିରଫ କରିଥିଲା। ପରେ ମାମଲା କୋର୍ଟରେ ବିଚାର ହୋଇଥିଲା।

The post ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ବଳାତ୍କାରୀଙ୍କୁ…. appeared first on Dharitri Odia News.