ମଣ୍ଡିକୁ ଯାଉନି, ଛତିଶଗଡ଼ ଚାଲାଣ

ରାଉରକେଲା,୧୧।୨(ବିପ୍ଳବ ରଞ୍ଜନ ଦାଶ)ମଣ୍ଡି ଖୋଲିଛି। କିନ୍ତୁ ମଣ୍ଡିକୁ ଧାନ ଆସୁନି। ଏହି ଧାନ ଏବେ ଛତିଶଗଡ଼ ଚାଲାଣ କରାଯାଉଛି। ଫଳରେ ସରକାରଙ୍କ ଧାନ ସଂଗ୍ରହ ଟାର୍ଗେଟ୍‌ ପୂରଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ପାନପୋଷ କୃଷି ଜିଲା ଅଧୀନ ବିଭିନ୍ନ ମଣ୍ଡିରେ ଏଭଳି ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ପାନପୋଷ କୃଷି ଜିଲାରେ ୨୦୨୩ ଡିସେମ୍ବର ୧୧ରୁ ଧାନକିଣା ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୩୧ ତାରିଖ ଯାଏ ଚାଲିବ। ଏହି କୃଷି ଜିଲାର ସମୁଦାୟ […] The post ମଣ୍ଡିକୁ ଯାଉନି, ଛତିଶଗଡ଼ ଚାଲାଣ appeared first on Dharitri Odia News.

ମଣ୍ଡିକୁ ଯାଉନି, ଛତିଶଗଡ଼ ଚାଲାଣ

ରାଉରକେଲା,୧୧।୨(ବିପ୍ଳବ ରଞ୍ଜନ ଦାଶ)ମଣ୍ଡି ଖୋଲିଛି। କିନ୍ତୁ ମଣ୍ଡିକୁ ଧାନ ଆସୁନି। ଏହି ଧାନ ଏବେ ଛତିଶଗଡ଼ ଚାଲାଣ କରାଯାଉଛି। ଫଳରେ ସରକାରଙ୍କ ଧାନ ସଂଗ୍ରହ ଟାର୍ଗେଟ୍‌ ପୂରଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ପାନପୋଷ କୃଷି ଜିଲା ଅଧୀନ ବିଭିନ୍ନ ମଣ୍ଡିରେ ଏଭଳି ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ପାନପୋଷ କୃଷି ଜିଲାରେ ୨୦୨୩ ଡିସେମ୍ବର ୧୧ରୁ ଧାନକିଣା ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୩୧ ତାରିଖ ଯାଏ ଚାଲିବ। ଏହି କୃଷି ଜିଲାର ସମୁଦାୟ ୧୩ଟି ପାକ୍ସ ଏବଂ ୨ଟି ଏସ୍‌ଏଚ୍‌ଜି ମାଧ୍ୟମରେ ୬ଟି ରାଇସ ମିଲ୍‌ ଚାଷୀମାନଙ୍କଠାରୁ ୨୧ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିଲା। ତେବେ ଧାନକିଣା ଆରମ୍ଭ ହେବାର ୬୧ଦିନ ବିତିସାରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମାତ୍ର ୧୪ଲକ୍ଷ କୁଇଣ୍ଟାଲ ଧାନକିଣା ଯାଇଛି। ଧାନିକିଣା ଅବଧିକୁ ଆଉ ମାତ୍ର ୩୫ଦିନ ବାକି ଥିବାବେଳେ ଟାର୍ଗେଟ ପୂରଣ ପାଇଁ ବକେୟା ୭ଲକ୍ଷ କୁଇଣ୍ଟାଲ ଧାନ ଚାଷୀଙ୍କଠାରୁ ମଣ୍ଡିଗୁଡିକୁ ଆସୁନାହିଁ। ଅନ୍ୟପକ୍ଷେ ସ୍ଥାନୀୟ ରାଇସ ମିଲ୍‌ଗୁଡିକୁ ଚଳିତ ଆର୍ଥିିକ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଧାନ ସଂଗ୍ରହ ଓ ଚାଉଳ ପ୍ରସ୍ତୁତି ଟାର୍ଗେଟ ପୂରଣ କରିବା ମିଲର୍ସମାନଙ୍କ ପକ୍ଷେ ଜଟିଳ ହୋଇପଡିଛି। ଚାଷୀଙ୍କ ଅମଳ ଧାନ ମଣ୍ଡିକୁ ଆସୁ ନ ଥିବା ଯୋଗୁ ସ୍ଥାନୀୟ ଯୋଗାଣ, ସମବାୟ ବିଭାଗ ଓ ମିଲର୍ସ ଦ୍ୱନ୍ଦ୍ୱରେ ପଡିଯାଇଛି। ଏହାର ପ୍ରମୁଖ କାରଣ ପଛରେ ସ୍ଥାନୀୟ ଅଞ୍ଚଳର ଅସାଧୁ କଳାବଜାରୀଙ୍କ ଭୂମିକା ରହିଥିବା କୁହାଯାଉଛି। ଚାଷୀଙ୍କୁ ଅଧିକ ଦାମ୍‌ ପ୍ରଲୋଭନ ଦେଖାଇ ପଡୋଶୀ ଛତିଶଗଡ଼କୁ ବେଆଇନ ଭାବେ ଧାନ ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି। ଫଳରେ ରାଇସ ମିଲ୍‌ଗୁଡିକୁ ଆଶା ମୁତାବିକ ଧାନ ପହଞ୍ଚତ୍ ପାରୁନାହିଁ। ସମୟ ଅବଧି ମଧ୍ୟରେ ରାଇସ ମିଲର୍ସମାନେ ସରକାରଙ୍କ ଧାର୍ଯ୍ୟ ମୁତାବକ ଚାଉଳ ପ୍ରସ୍ତୁତି ଲକ୍ଷ୍ୟ ପୂରଣ ନ କଲେ ମିଲଗୁଡିକ ଆଗାମୀ ସମୟରେ ଅସିଦ୍ଧ ଘୋଷିତ ହେବା ଆଶଙ୍କା କରି ସେମାନଙ୍କ ଆଖିରୁ ନିଦ ହଜିଯାଇଛି। ଏଣୁ ବର୍ତ୍ତମାନ ରାଇସ ମିଲର୍ସମାନେ କିଭଳି ସରକାରଙ୍କ ନିର୍ଦ୍ଧାରିତ ଟାର୍ଗେଟ୍‌ ପୂରଣ କରିବେ ତାହା ଉପରେ ଲାଗି ପଡିଛନ୍ତି।
ଏ ନେଇ ରାଉରକେଲା ପାନପୋଷ ଜିଲା ସମବାୟ ସମିତି ମୁଖ୍ୟକେନ୍ଦ୍ରର ସହାୟକ ଅଧିକାରୀ (ଏଆରସିଏସ୍‌) ବିକାଶ ମହନ୍ତଙ୍କୁ ପଚାରିବାରୁ ଖରିଫ ଧାନ ସଂଗ୍ରହ ପାଇଁ ପଞ୍ଜୀକୃତ ୬୪୨୬ଜଣଙ୍କ ମଧ୍ୟରୁ ୬୦ଭାଗ ଚାଷୀଙ୍କଠାରୁ ୧୪ଲକ୍ଷ କୁଇଣ୍ଟାଲ ଧାନକିଣା ସରିଛି। ଶୀଘ୍ର କିଭଳି ଧାନକିଣା ଶେଷ ହେବ ତାହା ଉପରେ ସର୍ବଦା ଦୃଷ୍ଟି ରହିଛି ବୋଲି ସେ କହିଥିଲେ। ପାନପୋଷ ଯୋଗାଣ ବିଭାଗ ଅଧିକାରୀ ସଞ୍ଜୟ ପ୍ରଧାନ କହିଛନ୍ତି, ସରକାରଙ୍କ ଧାନକିଣା ବ୍ୟବସ୍ଥାରେ ଯେଉଁମାନେ ଅନିୟମିତତା କରୁଛନ୍ତି ଜଣାପଡିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚାଷୀଙ୍କ ଧାନ କିପରି ବେପାରୀମାନଙ୍କ ପାଖକୁ ନ ଯାଇ ମଣ୍ଡିକୁ ଆସିବ ସେ ନେଇ ବିଧିବଦ୍ଧ ପଦକ୍ଷେପ ନିଆଯାଉଛି ବୋଲି ପ୍ରଧାନ କହିଥିଲେ।

The post ମଣ୍ଡିକୁ ଯାଉନି, ଛତିଶଗଡ଼ ଚାଲାଣ appeared first on Dharitri Odia News.