ନାବାଳିକା ସମ୍ପର୍କୀୟ ଶାଳୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଭିଣେଇ ଗିରଫ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଜଣେ ୩୩ ବର୍ଷୀୟ ଯୁବକ ଛତିଶଗଡ ଅଞ୍ଚଳର ଜଣେ ସମ୍ପର୍କୀୟ ନାବାଳିକା ଶାଳୀକୁ ତିନି ଥର ଦୁଷ୍କର୍ମ ଅଭିଯୋଗରେ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ ବ୍ରଜରାଜନଗର ଥାନା ଅଂଚଳକୁ ଛତିଶଗଡ ଅଞ୍ଚଳର ନାବାଳିକା ଯୁବତୀ(୧୬) ଜଣକ ଦୁଇ ହଜାର କୋଡ଼ିଏ ମସିହାରେ ବୁଲିବାକୁ ଆସୁଥିଲେ ଏବଂ ଏହି ସମୟରେ ପ୍ରଥମେ ଅଭିଯୁକ୍ତ ଯୁବକ ଜଣକ ପିଡିତାଙ୍କୁ ଦୁଷ୍କର୍ମ କରିଥିଲେ। ସେହି ସମୟରେ ଲୋକଲଜ୍ୟା ଓ ଅନ୍ୟ କାରଣ […]

ନାବାଳିକା ସମ୍ପର୍କୀୟ ଶାଳୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଭିଣେଇ ଗିରଫ
Juvenile rape case

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅଞ୍ଚଳରେ ଜଣେ ୩୩ ବର୍ଷୀୟ ଯୁବକ ଛତିଶଗଡ ଅଞ୍ଚଳର ଜଣେ ସମ୍ପର୍କୀୟ ନାବାଳିକା ଶାଳୀକୁ ତିନି ଥର ଦୁଷ୍କର୍ମ ଅଭିଯୋଗରେ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ ବ୍ରଜରାଜନଗର ଥାନା ଅଂଚଳକୁ ଛତିଶଗଡ ଅଞ୍ଚଳର ନାବାଳିକା ଯୁବତୀ(୧୬) ଜଣକ ଦୁଇ ହଜାର କୋଡ଼ିଏ ମସିହାରେ ବୁଲିବାକୁ ଆସୁଥିଲେ ଏବଂ ଏହି ସମୟରେ ପ୍ରଥମେ ଅଭିଯୁକ୍ତ ଯୁବକ ଜଣକ ପିଡିତାଙ୍କୁ ଦୁଷ୍କର୍ମ କରିଥିଲେ। ସେହି ସମୟରେ ଲୋକଲଜ୍ୟା ଓ ଅନ୍ୟ କାରଣ ଯୋଗୁଁ ଯୁବତୀ ଜଣକ ଚୁପ୍ ରହିଥିଲେ। ପରବର୍ତ୍ତୀ ସମୟରେ ଦୁଇ ହଜାର ତେଇଶି ମସିହାରେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିବା ସମୟରେ ସେହି ଯୁବତୀଙ୍କୁ ପୁଣି ଦୁଷ୍କର୍ମ ପାଇଁ ଉଦ୍ୟମ କରିବା ସହିତ ଅଭିଯୁକ୍ତ ଯୁବକ ଜଣକ ଟଣାଓଟରା କରିଥିଲେ। ଯୁବତୀ ଜଣକ ପ୍ରତିବାଦ କରିବା ସହିତ ସେହି ସମୟରେ ଫେରାର ହୋଇଯାଇଥିଲେ। ଏହି ଘଟଣା ପରେ ପୁଣି ଦୁଇ ହଜାର ଚବିଶ ମସିହା ଜାନୁଆରୀ ମାସରେ ଯୁବକ ଜଣକ ଛତିଶଗଡ଼ ଅଞ୍ଚଳକୁ ବୁଲିବାକୁ ଯିବା ସହିତ ସେହି ଯୁବତୀ ଜଣକୁ ଆଉଥରେ ଦୁଷ୍କର୍ମ କରିଥିଲେ।

ଅଭିଯୁକ୍ତର ବାରମ୍ବାର ଦୁଷ୍କର୍ମ ପରେ ପିଡ଼ିତା ଯୁବତୀ ଜଣକ ଘଟଣା ସମ୍ପର୍କରେ ତାଙ୍କ ବାପାକୁ ଏହି ଘଟଣାର ସବୁ ବିଷୟରେ କହିବା ପରେ ପରିବାର ପକ୍ଷରୁ ଝିଅଙ୍କ କହିବା ଅନୁଯାୟୀ ଛତିଶଗଡ ଅଞ୍ଚଳର ଏକ ଥାନାରେ ଲିଖିତଅଭିଯୋଗ କରିଥିଲେ। ଛତିଶଗଡ଼ ପୋଲିସ ମାମଲା ରୁଜ୍ଜୁ କରି ଯେହେତୁ ବ୍ରଜରାଜନଗର ଅଞ୍ଚଳର ଅଭିଯୁକ୍ତ ଯୁବକ ଓ ପ୍ରଥମେ ବ୍ରଜରାଜନଗର ଅଞ୍ଚଳରେ ଦୁଷ୍କର୍ମ ହୋଇଥିଲା ତେଣୁ ଛତିଶଗଡ଼ ପୋଲିସ ବ୍ରଜରାଜନଗର ଥାନାକୁ କେଶ୍ ହସ୍ତାନ୍ତର କଲା ପରେ ବ୍ରଜରାଜନଗର ପୋଲିସ ତଦନ୍ତ ଭାର ଗ୍ରହଣ କରି ଅଭିଯୁକ୍ତ ଯୁବକ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ପରିବାରରେ କେବଳ ବାପା ଓ ଝିଅ ଦୁଇ ଜଣ ଥିବାରୁ ପରିବାରରେ କେହି ନଥିବାର ବିବାହିତ ସମ୍ପର୍କୀୟ ଭିଣେଇ ଫାଇଦା ଉଠାଉଥିଲେ।