ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ, ପୋଖରୀରୁ ମିଳିଲା ମୃତଦେହ

ଯାଜପୁର ୧୯।୩: ପୋଖରୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର । ଯାଜପୁର ସଦର ଥାନା ଅନ୍ତର୍ଗତ ବଡ଼ ଜଳହରା ଗାଁ ନିକଟରେ ଥିବା ବେଣ୍ଠା ପୋଖରୀରେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି ।ସୂଚନାଯୋଗ୍ୟ ଯେ, ଯାଜପୁର ସଦର ଥାନା ଅନ୍ତର୍ଗତ ବଡ଼ ଜଳହରା ଗ୍ରାମର ବେଣ୍ଠା ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପରେ ଜଣାପଡ଼ିଥିଲା ସେହି ଗ୍ରାମର କାଳନ୍ଦୀ ଜେନାଙ୍କ ଝିଅଙ୍କର ବୋଲି  । ଅନ୍ୟପଟେ ନିଜ ଝିଅ ଶୌଚ ହେବାକୁ ଯାଇ ଏଭଳି ଅଘଟଣ ଘଟିଥିବା ମୃତକ ବାପା କହିଥିବା ବେଳେ   ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି । ତେବେ ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।You Can Read :ଦେଖାଇଲେ ମାରଣାସ୍ତ୍ର, ଡିକି ଭାଙ୍ଗି ଲୁଟିନେଲେ ସାଢେ ୪ଲକ୍ଷ ଟଙ୍କା

ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ, ପୋଖରୀରୁ ମିଳିଲା ମୃତଦେହ

ଯାଜପୁର ୩: ପୋଖରୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର । ଯାଜପୁର ସଦର ଥାନା ଅନ୍ତର୍ଗତ ବଡ଼ ଜଳହରା ଗାଁ ନିକଟରେ ଥିବା ବେଣ୍ଠା ପୋଖରୀରେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସୂଚନାଯୋଗ୍ୟ ଯେ, ଯାଜପୁର ସଦର ଥାନା ଅନ୍ତର୍ଗତ ବଡ଼ ଜଳହରା ଗ୍ରାମର ବେଣ୍ଠା ପୋଖରୀରେ ଏକ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପରେ ଜଣାପଡ଼ିଥିଲା ସେହି ଗ୍ରାମର କାଳନ୍ଦୀ ଜେନାଙ୍କ ଝିଅଙ୍କର ବୋଲି  । ଅନ୍ୟପଟେ ନିଜ ଝିଅ ଶୌଚ ହେବାକୁ ଯାଇ ଏଭଳି ଅଘଟଣ ଘଟିଥିବା ମୃତକ ବାପା କହିଥିବା ବେଳେ   ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି । ତେବେ ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।

You Can Read :

ଦେଖାଇଲେ ମାରଣାସ୍ତ୍ର, ଡିକି ଭାଙ୍ଗି ଲୁଟିନେଲେ ସାଢେ ୪ଲକ୍ଷ ଟଙ୍କା