ନାବାଳିକାଙ୍କ ସହ ହେଉଥିଲା ନାବାଳକଙ୍କ ବିବାହ, ପ୍ରଶାସନ ପହଞ୍ଚି ନେଲା ଏମିତି ପଦକ୍ଷେପ

ଝରିଗାଁ,୧୯ା୨(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଆଦିବାସୀ ବହୁଳ ଝରିଗାଁ ବ୍ଲକ୍‌ରେ ସଚେତନତାର ଘୋର ଅଭାବ ଦେଖାଦେଇଛି। ବିଶେଷ କରି ଏହି ବ୍ଲକରେ ସଚେତନତା ଅଭାବ ଯୋଗୁ ବାଲ୍ୟବିବାହ ପ୍ରଥା ଏବେ ମଧ୍ୟ ଚାଲୁରହିଛି। ଏହି ପ୍ରଥାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନତା ସହ ଉଦ୍ୟମ ଜାରି ରହିଥିବା ବେଳେ ଉପାନ୍ତ ଅଞ୍ଚଳରେ ସଚେତନତା ବ୍ୟାପକ ହେବା ଦରକାର ବୋଲି ସାଧାରଣରେ ଆଲୋଚନା ହେଉଛି। ଝରିଗାଁ ବ୍ଳକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ପଡାଲଗୁଡ଼ା ଗ୍ରାମର ନାବାଳିକା […] The post ନାବାଳିକାଙ୍କ ସହ ହେଉଥିଲା ନାବାଳକଙ୍କ ବିବାହ, ପ୍ରଶାସନ ପହଞ୍ଚି ନେଲା ଏମିତି ପଦକ୍ଷେପ appeared first on Dharitri Odia News.

ନାବାଳିକାଙ୍କ ସହ ହେଉଥିଲା ନାବାଳକଙ୍କ ବିବାହ, ପ୍ରଶାସନ ପହଞ୍ଚି ନେଲା ଏମିତି ପଦକ୍ଷେପ

ଝରିଗାଁ,୧୯ା୨(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଆଦିବାସୀ ବହୁଳ ଝରିଗାଁ ବ୍ଲକ୍‌ରେ ସଚେତନତାର ଘୋର ଅଭାବ ଦେଖାଦେଇଛି। ବିଶେଷ କରି ଏହି ବ୍ଲକରେ ସଚେତନତା ଅଭାବ ଯୋଗୁ ବାଲ୍ୟବିବାହ ପ୍ରଥା ଏବେ ମଧ୍ୟ ଚାଲୁରହିଛି। ଏହି ପ୍ରଥାକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସଚେତନତା ସହ ଉଦ୍ୟମ ଜାରି ରହିଥିବା ବେଳେ ଉପାନ୍ତ ଅଞ୍ଚଳରେ ସଚେତନତା ବ୍ୟାପକ ହେବା ଦରକାର ବୋଲି ସାଧାରଣରେ ଆଲୋଚନା ହେଉଛି।

ଝରିଗାଁ ବ୍ଳକ ବଡ଼ଟେମେରା ପଞ୍ଚାୟତ ଅନ୍ତର୍ଗତ ପଡାଲଗୁଡ଼ା ଗ୍ରାମର ନାବାଳିକା ସହ ରାଇଘର ବ୍ଲକ ଭିମାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଭିମାଟିକିରା ଗ୍ରାମର ନାବାଳକ ସହ ବୁଧବାର ବିବାହ ହେଉଥିଲା। କୌଣସି ସୂତ୍ରରୁ ଝରିଗାଁ ସିଡିପିଓ ବିରଜା ମୋହିନୀ ପାଙ୍ଗି ଖବର ପାଇ ସ୍ଥାନୀୟ ସରପଞ୍ଚ, ୱାର୍ଡ ସଭ୍ୟ, ପୋଲିସ ଉପସ୍ଥିତରେ ଉଭୟ ପରିବାର ଲୋକଙ୍କୁ ବୁଝାଶୁଝା କରି ବାଲ୍ୟ ବିବାହ ରୋକିଥିଲେ। ଉଭୟ ପରିବାର ଝିଅ ଓ ପୁଅର ବିବାହ ବୟସ ହେବା ପରେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସୁପରଭାଇଜର ଟୁନି ଦେଇ ଜେନା ସ୍ଥାନୀୟ ଅଙ୍ଗନଓ୍ବାଡ଼ି କର୍ମୀ ଓ ଆଶା କର୍ମୀଙ୍କ ସହ ଗ୍ରାମବାସୀ ଉପସ୍ଥିତ ଥିଲେ।

The post ନାବାଳିକାଙ୍କ ସହ ହେଉଥିଲା ନାବାଳକଙ୍କ ବିବାହ, ପ୍ରଶାସନ ପହଞ୍ଚି ନେଲା ଏମିତି ପଦକ୍ଷେପ appeared first on Dharitri Odia News.