ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା, ଜେଲ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌.ଆଇ ଜଗବନ୍ଧୁ ବାର୍ଲା ଶୁକ୍ରବାର ଜରଡା ଗ୍ରାମର ପୀତବାସ ସେଠୀଙ୍କୁ ଗିରଫ କରି ବ୍ରହ୍ମପୁର ସ୍ଥିତ ଅତିରିକ୍ତ ଜିଲା ଦୌରା ଜଜ ତଥା ପୋକ୍ସ କୋର୍ଟକୁ ଚାଲାଣ କରିଛନ୍ତି। ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଥାନା ମାମଲା ନଂ.୧୧୫/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି। କହିରଖୁଛୁ, […] The post ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା, ଜେଲ ଗଲେ ଅଭିଯୁକ୍ତ appeared first on Dharitri Odia News.

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା, ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ୍‌.ଆଇ ଜଗବନ୍ଧୁ ବାର୍ଲା ଶୁକ୍ରବାର ଜରଡା ଗ୍ରାମର ପୀତବାସ ସେଠୀଙ୍କୁ ଗିରଫ କରି ବ୍ରହ୍ମପୁର ସ୍ଥିତ ଅତିରିକ୍ତ ଜିଲା ଦୌରା ଜଜ ତଥା ପୋକ୍ସ କୋର୍ଟକୁ ଚାଲାଣ କରିଛନ୍ତି। ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଥାନା ମାମଲା ନଂ.୧୧୫/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।
କହିରଖୁଛୁ, ଗତ ୫ ତାରିଖରେ ଜଣେ ନାବାଳିକା ତାଙ୍କ ମା’ଙ୍କ ସହ ଦଣ୍ଡନାଚ ଦେଖିବାକୁ ଜଣେ ସମ୍ପର୍କୀୟ ଘରକୁ ଆସିଥିବା ବେଳେ ଅଭିଯୁକ୍ତ ତାଙ୍କୁ କୌଶଳକ୍ରମେ ଅପହରଣ କରି ନେଇଥିଲେ। ଘଟଣାର ପରଦିନ ଏନେଇ ନାବାଳିକାଙ୍କ ମା’ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ନାବାଳିକାଙ୍କ ଫୋନ ଟ୍ରାକିଂ କରି ପୋଲିସ ରାୟଗଡ଼ା ଜିଲା ଗୁଣପୁର ନିକଟ ଛିନାସରି ଗ୍ରାମରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଉଭୟଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯିବା ପରେ ପୀଡ଼ିତାଙ୍କୁ ବ୍ରହ୍ମପୁର ସିଡ଼ବ୍ଲୁସି କାର୍ଯ୍ୟାଳୟରେ ହାଜର କରାଯିବା ପରେ ଜଣେ ମହିଳା ପୋଲିସ ଅଧିକାରୀଙ୍କ ନିକଟରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ତଦନ୍ତକାରୀ ଅଧିକାରୀ ଉଭୟଙ୍କ ପୋଷାକ ଏବଂ ପୀଡ଼ିତା ଙ୍କ ସ୍କୁଲ ସାର୍ଟିଫିକେଟ ଜବତ କରିଥିବା ଜଣାପଡିଛି।

The post ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲା, ଜେଲ ଗଲେ ଅଭିଯୁକ୍ତ appeared first on Dharitri Odia News.