ନାମ ପଞ୍ଜୀକରଣ ସତ୍ତ୍ୱେ ମଣ୍ଡି ଖୋଲୁନି : ଚିନ୍ତାରେ ଚାଷୀ
କୁଜଙ୍ଗ,୫।୧ (ମନୋଜ ପ୍ରଧାନ):ମାସକ ତଳୁ କେତେଜଣ ଚାଷୀ ଖରିଫ ଧାନ ଅମଳ କରିଥିଲେ ମଧ୍ୟ ଜଗତ୍ସିଂହପୁର ଜିଲାରେ ଏପର୍ଯ୍ୟନ୍ତ କୌଣସି ମଣ୍ଡି ଖୋଲିନାହିଁ। ଏନେଇ ଅନେକ ଚାଷୀ ବେପାରୀଙ୍କୁ କୁଇଣ୍ଟାଲ ପିଛା ୧୫୦୦ ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ସରକାର ନଭେମ୍ବର ୧ରୁ ଧାନ ମଣ୍ଡି ଖୋଲିବା ପାଇଁ ପୂର୍ବରୁ ଘୋଷଣା କରିଥିଲେ। ଇତିମଧ୍ୟରେ ୨ମାସ ଅତିକ୍ରାନ୍ତ କରିଥିଲେ ମଧ୍ୟ ଏହା ଖୋଲି ନ ଥିବାରୁ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପଟେ ମଣ୍ଡିରେ […] The post ନାମ ପଞ୍ଜୀକରଣ ସତ୍ତ୍ୱେ ମଣ୍ଡି ଖୋଲୁନି : ଚିନ୍ତାରେ ଚାଷୀ appeared first on Dharitri Odia News.
କୁଜଙ୍ଗ,୫।୧ (ମନୋଜ ପ୍ରଧାନ):ମାସକ ତଳୁ କେତେଜଣ ଚାଷୀ ଖରିଫ ଧାନ ଅମଳ କରିଥିଲେ ମଧ୍ୟ ଜଗତ୍ସିଂହପୁର ଜିଲାରେ ଏପର୍ଯ୍ୟନ୍ତ କୌଣସି ମଣ୍ଡି ଖୋଲିନାହିଁ। ଏନେଇ ଅନେକ ଚାଷୀ ବେପାରୀଙ୍କୁ କୁଇଣ୍ଟାଲ ପିଛା ୧୫୦୦ ଟଙ୍କାରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ସରକାର ନଭେମ୍ବର ୧ରୁ ଧାନ ମଣ୍ଡି ଖୋଲିବା ପାଇଁ ପୂର୍ବରୁ ଘୋଷଣା କରିଥିଲେ। ଇତିମଧ୍ୟରେ ୨ମାସ ଅତିକ୍ରାନ୍ତ କରିଥିଲେ ମଧ୍ୟ ଏହା ଖୋଲି ନ ଥିବାରୁ ଚାଷୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପଟେ ମଣ୍ଡିରେ ଧାନ ଦେବାପାଇଁ ଯେଉଁ ଚାଷିମାନେ ନାମ ପଞ୍ଜୀକୃତ କରିଥିଲେ, ସେମାନଙ୍କ ପାଖରୁ ଆସନ୍ତା ୬ ତାରିଖରୁ ଧାନ ସଂଗ୍ରହ କରାଯିବ ବୋଲି ଟୋକନ ନମ୍ବର ସହ ମୋବାଇଲକୁ ବାର୍ତ୍ତା ଆସିଥିବା କୁହାଯାଇଛି। ଏ ସମ୍ପର୍କରେ ସମବାୟ ସମିତି ସମ୍ପାଦକମାନଙ୍କୁ ପଚାରିବାରେ, ୫ ତାରିଖରୁ ମଣ୍ଡି ଶୁଭାରମ୍ଭ କରାଯିବା ପରେ ପରଦିନରୁ ଧାନ ସଂଗ୍ରହ ହେବ। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଗୋଟିଏ ଦିନପରେ ଚାଷୀ ମଣ୍ଡିକୁ ଧାନ ଦେବାପାଇଁ ନିର୍ଦ୍ଦେଶ ପାଇଥିଲେବି ଅଦ୍ୟାବଧି ଅଖା ମିଳିନାହିଁ। ମିଲର ଅଖା ଯୋଗାଇ ଦେବାପାଇଁ ସରକାର ଘୋଷଣା କରିଥିଲେ ବି ସେମାନେ ଅଖା ଦେଇନାହାନ୍ତି ବୋଲି ସମବାୟ ସମିତି ସମ୍ପାଦକ କହୁଛନ୍ତି। ଚଳିତ ବର୍ଷ କୁଜଙ୍ଗ ବ୍ଲକରେ ୧୧ ହଜାର ହେକ୍ଟରରୁ ଅଧିକା ଜମିରେ ଧାନ ଚାଷ ହୋଇଛି। ସ୍ବଳ୍ପ ବୃ୍ଷ୍ଟି ଯୋଗୁ ଚାଷୀମାନେ ପମ୍ପଯୋଗେ ଅତ୍ୟଧିକ ଖର୍ଚ୍ଚାନ୍ତ ହୋଇ ରୁଆ ବେଉଷଣ କରିବା ସହ ପରବର୍ତ୍ତୀ ସମୟରେ ଜଳ ଉତ୍ସରୁ ପାଣି ମଡେଇ ଧାନ ଚାଷ କରିଛନ୍ତି। ଅମଳ ଯାହା ହୋଇଛି ଓ ସରକାର ଧାନର ସହାୟକ ମୂଲ୍ୟ ଯାହା ରଖିଛନ୍ତି ସେଥିରୁ ଚାଷୀ ବିନିଯୋଗ କରିଥିବା ଅର୍ଥ ପାଇବା କଷ୍ଟକର।
ଏହାବ୍ୟତୀତ ଅଖା ଯୋଗାଇ ଦିଆଯାଉ ନ ଥିବାରୁ ବାଧ୍ୟ ହୋଇ ଅଖା ପ୍ରତି ୨୦ଟଙ୍କା ଦେଇ ଖୋଲା ବଜାରରୁ ଚାଷୀ ଏହାକୁ କିଣିବାକୁ ବାଧ୍ୟ ହେଉଛନ୍ତି। ଏ ସମ୍ପର୍କରେ କୃଷକ ନେତା ଶ୍ରୀନିବାସ ଜୁଝାର ସିଂହ ଅସନ୍ତୋଷବ୍ୟକ୍ତ କରିବା ସହ ତୁରନ୍ତ ଅଖା ଯୋଗାଇ ଦେବାକୁ ଦାବି କରିଛନ୍ତି। ବାଗୋଇ ପ୍ରାଥମିକ ସେବା ସମବାୟ ସମିତିର ସଭାପତି ଅଭୟ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ କହିଥିଲେ ମିଲର ଅଖା ଦେଉନାହିଁ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବେ। ମାତ୍ର ସମ୍ପାଦକ ସାରଦା ପ୍ରଧାନ କହୁଛନ୍ତି, ଦୁଇ ତିନି ଦିନ ମଧ୍ୟରେ ଅଖା ବିଷୟରେ ଜଣାପଡିବ। ଏ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀଣୀ ସୁଜାତା ମିଶ୍ରଙ୍କୁ ତାଙ୍କ ମୋବାଇଲ ନମ୍ବର ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ବନ୍ଦ ଥିବାରୁ ମତାମତ ମିଳିପାରି ନ ଥିଲା। ନିର୍ଦ୍ଧାରିତ ତାରିଖରେ ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବାକୁ ପାଇଁ ଜିଲାପାଳ ମିଲରଙ୍କୁ ନିର୍ଦ୍ଦେଶ ଦେବାକୁ କୃଷକ ନେତା ସିଂହ ଦାବି କରିଛନ୍ତି।
The post ନାମ ପଞ୍ଜୀକରଣ ସତ୍ତ୍ୱେ ମଣ୍ଡି ଖୋଲୁନି : ଚିନ୍ତାରେ ଚାଷୀ appeared first on Dharitri Odia News.