ନାମାଙ୍କନ ଦାଖଲ କଲେ ବଡ଼ମ୍ବା ନରସିଂହପୁର ବିଜେପି ବିଧାୟକ ପାର୍ଥୀ ସମ୍ବିତ ତ୍ରିପାଠୀ

ଆଠଗଡ଼: ହଜାର ହଜାର ସମର୍ଥକଙ୍କ ଗହଣରେ ଆସି ବିରାଟ ପଟୁଆରରେ ଆଠଗଡ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କଲେ ବଡ଼ମ୍ବା ନରସିଂହପୁର ବିଜେପି ବିଧାୟକ ପାର୍ଥୀ ସମ୍ବିତ ତ୍ରିପାଠୀ ଓ ଆଠଗଡ ବିଜେପି ବିଧାୟକ ପ୍ରାର୍ଥୀ ଅଭୟ କୁମାର ବାରିକ। ଆଠଗଡ଼ ଉପ ଜିଲ୍ଲାପାଳଙ୍କ ନିକଟରେ ପହଁଚି ଦଳୀୟ ଟିକେଟ ସହିତ ସମସ୍ତ ତଥ୍ୟ ପ୍ରଦାନ କରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପାତ୍ର ଦାଖଲ ସମୟରେ ବିଜେପିର ବହୁ କର୍ମୀ ସମର୍ଥକ ଉପସ୍ଥିତ ଥିଲେ।  ସକାଳୁ ବଡ଼ମ୍ବା ଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏବଂ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କୁ ଦର୍ଶନ କରି ବିରାଟ ଶୋଭାଯାତ୍ରାରେ ବାହାରି ଥିଲେ ସମ୍ବିତ ତ୍ରିପାଠୀ । ଚଳିତ ନିର୍ବାଚନରେ ପ୍ରଥମ ଥର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସାଙ୍ଗରେ  ଅଭିନେତ୍ରୀ ତଥା ନାରୀନେତ୍ରୀ ପିଙ୍କି ପ୍ରଧାନ ମଧ୍ୟ ଉପସ୍ଥିତ ଉପସ୍ଥିତ ଥିଲେ। ସେହିଭଳି ଆଠଗଡ ବିଜେପି ପ୍ରାର୍ଥୀ ଖୁଣ୍ଟୁଣୀରୁ  ରାଲି କରିବା ସହ ରଥଗଡା ଛକ ଠାରୁ ଚାଲି ଚାଲି ଶୋଭାଯାତ୍ରା କରି ନାମାଙ୍କନ ଭରିଥିଲେ । ଉଭୟ  ପ୍ରାର୍ଥୀଙ୍କ ସହ ବିଜେପିର କଟକ ଜିଲ୍ଲାର ସଭାପତି ରାମନାରାୟଣ ମହାନ୍ତି ଓ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ । ଏଥର ଆଠଗଡ଼ ଓ ବଡମ୍ବାରେ ବିଜେପିର ସୁନିଶ୍ଚିତ ବିଜୟ ହେବା ସହ ବିଜେଡିର ଦୁଇ ଦାଗି ନେତାଙ୍କୁ ପରିବର୍ତ୍ତନ କରିବା ପାଇଁ ସସାଧାରଣଲୋକ ମନସ୍ଥ କରିଛନ୍ତି ବୋ

ନାମାଙ୍କନ ଦାଖଲ କଲେ ବଡ଼ମ୍ବା ନରସିଂହପୁର ବିଜେପି ବିଧାୟକ ପାର୍ଥୀ ସମ୍ବିତ ତ୍ରିପାଠୀ

ଆଠଗଡ଼: ହଜାର ହଜାର ସମର୍ଥକଙ୍କ ଗହଣରେ ଆସି ବିରାଟ ପଟୁଆରରେ ଆଠଗଡ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କଲେ ବଡ଼ମ୍ବା ନରସିଂହପୁର ବିଜେପି ବିଧାୟକ ପାର୍ଥୀ ସମ୍ବିତ ତ୍ରିପାଠୀ ଓ ଆଠଗଡ ବିଜେପି ବିଧାୟକ ପ୍ରାର୍ଥୀ ଅଭୟ କୁମାର ବାରିକ। ଆଠଗଡ଼ ଉପ ଜିଲ୍ଲାପାଳଙ୍କ ନିକଟରେ ପହଁଚି ଦଳୀୟ ଟିକେଟ ସହିତ ସମସ୍ତ ତଥ୍ୟ ପ୍ରଦାନ କରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। 

ନାମାଙ୍କନ ପାତ୍ର ଦାଖଲ ସମୟରେ ବିଜେପିର ବହୁ କର୍ମୀ ସମର୍ଥକ ଉପସ୍ଥିତ ଥିଲେ।  ସକାଳୁ ବଡ଼ମ୍ବା ଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏବଂ ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କୁ ଦର୍ଶନ କରି ବିରାଟ ଶୋଭାଯାତ୍ରାରେ ବାହାରି ଥିଲେ ସମ୍ବିତ ତ୍ରିପାଠୀ । ଚଳିତ ନିର୍ବାଚନରେ ପ୍ରଥମ ଥର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସାଙ୍ଗରେ  ଅଭିନେତ୍ରୀ ତଥା ନାରୀନେତ୍ରୀ ପିଙ୍କି ପ୍ରଧାନ ମଧ୍ୟ ଉପସ୍ଥିତ ଉପସ୍ଥିତ ଥିଲେ। 

ସେହିଭଳି ଆଠଗଡ ବିଜେପି ପ୍ରାର୍ଥୀ ଖୁଣ୍ଟୁଣୀରୁ  ରାଲି କରିବା ସହ ରଥଗଡା ଛକ ଠାରୁ ଚାଲି ଚାଲି ଶୋଭାଯାତ୍ରା କରି ନାମାଙ୍କନ ଭରିଥିଲେ । ଉଭୟ  ପ୍ରାର୍ଥୀଙ୍କ ସହ ବିଜେପିର କଟକ ଜିଲ୍ଲାର ସଭାପତି ରାମନାରାୟଣ ମହାନ୍ତି ଓ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ । ଏଥର ଆଠଗଡ଼ ଓ ବଡମ୍ବାରେ ବିଜେପିର ସୁନିଶ୍ଚିତ ବିଜୟ ହେବା ସହ ବିଜେଡିର ଦୁଇ ଦାଗି ନେତାଙ୍କୁ ପରିବର୍ତ୍ତନ କରିବା ପାଇଁ ସସାଧାରଣଲୋକ ମନସ୍ଥ କରିଛନ୍ତି ବୋଲି କହିଛନ୍ତି ରାମନାରାୟଣ ମହାନ୍ତି।