କଙ୍ଗନାଙ୍କ ଉପରେ ବର୍ଷିଲେ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି, ଜାଣନ୍ତୁ କହିଲେ କ’ଣ?
କୋଲକାତା ୭।୪: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାର ବଲିଉଡ ଅଭିନେତ୍ରୀ ତଥା ହିମାଚଳ ମଣ୍ଡି ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନା ରଣାବତଙ୍କ ସେହି ଟିପ୍ପଣୀକୁ ସମାଲୋଚନା କରିଛନ୍ତି ଯେଉଁଥିରେ କଙ୍ଗନା ସୁଭାଷ ଚନ୍ଦ୍ର ବୋଷଙ୍କୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କହିଥିଲେ। ଏ ନେଇ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ ‘ଏକ୍ସ’ରେ ଏକ ପୋଷ୍ଟ କରିଥିବା ବେଳେ ‘ନିଜର ରାଜନୈତିକ ମହତ୍ୱକାଙକ୍ଷା ନିମନ୍ତେ କେହି ଇତିହାସକୁ ବିକୃତ କରିବା ଉଚିତ ନୁହେଁ’ ବୋଲି ଉଲ୍ଲେଖ କରିଛନ୍ତି। ଚନ୍ଦ୍ରକୁମାର ବୋଷ କଙ୍ଗନାଙ୍କୁ ତାଗିଦ କରି କହିଛନ୍ତି ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜଣେ ରାଜନୈତିକ ବିଚାରକ, ସୈନିକ, ରାଜନେତା ତଥା ଦୂରଦର୍ଶୀ ଥିଲେ। ସେ ଏକମାତ୍ର ଏପରି ନେତା ଥିଲେ ଯିଏ ଭାରତର ସ୍ୱାଧୀନତା ନିମନ୍ତେ ଲଢେଇ ନିମନ୍ତେ ସବୁ ସମୂଦାୟକୁ ଏକଜୁଟ କରିପାରୁଥିଲେ। ନେତାଜୀଙ୍କ ପ୍ରତି ବାସ୍ତବିକ ସମ୍ମାନ ତାଙ୍କ ବିଚାରକୁ ଅନୁସରଣ କରିବା ବୋଲି ଚନ୍ଦ୍ରକୁମା ବୋଷ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚନ୍ଦ୍ରକୁମାର ବୋଷ ଗତବର୍ଷ ସେପ୍ଟେମ୍ବର ମାସରେ ବିଜେପିରୁ ଇସ୍ତଫା ଦେଇଥିଲେ। ସେ କହିଥିଲେ ଯେ ତାଙ୍କର ସିଦ୍ଧାନ୍ତ ପାର୍ଟି ସହିତ ମେଳ ହେଉ ନାହିଁ। Netaji Subhas Chandra Bose was a political thinker,soldier,statesman, visionary and the 1st PM of undivided India.The only leader who could unite al
କୋଲକାତା ୭।୪: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରିବାର ବଲିଉଡ ଅଭିନେତ୍ରୀ ତଥା ହିମାଚଳ ମଣ୍ଡି ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନା ରଣାବତଙ୍କ ସେହି ଟିପ୍ପଣୀକୁ ସମାଲୋଚନା କରିଛନ୍ତି ଯେଉଁଥିରେ କଙ୍ଗନା ସୁଭାଷ ଚନ୍ଦ୍ର ବୋଷଙ୍କୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କହିଥିଲେ। ଏ ନେଇ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି ଚନ୍ଦ୍ର କୁମାର ବୋଷ ‘ଏକ୍ସ’ରେ ଏକ ପୋଷ୍ଟ କରିଥିବା ବେଳେ ‘ନିଜର ରାଜନୈତିକ ମହତ୍ୱକାଙକ୍ଷା ନିମନ୍ତେ କେହି ଇତିହାସକୁ ବିକୃତ କରିବା ଉଚିତ ନୁହେଁ’ ବୋଲି ଉଲ୍ଲେଖ କରିଛନ୍ତି।
ଚନ୍ଦ୍ରକୁମାର ବୋଷ କଙ୍ଗନାଙ୍କୁ ତାଗିଦ କରି କହିଛନ୍ତି ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜଣେ ରାଜନୈତିକ ବିଚାରକ, ସୈନିକ, ରାଜନେତା ତଥା ଦୂରଦର୍ଶୀ ଥିଲେ। ସେ ଏକମାତ୍ର ଏପରି ନେତା ଥିଲେ ଯିଏ ଭାରତର ସ୍ୱାଧୀନତା ନିମନ୍ତେ ଲଢେଇ ନିମନ୍ତେ ସବୁ ସମୂଦାୟକୁ ଏକଜୁଟ କରିପାରୁଥିଲେ। ନେତାଜୀଙ୍କ ପ୍ରତି ବାସ୍ତବିକ ସମ୍ମାନ ତାଙ୍କ ବିଚାରକୁ ଅନୁସରଣ କରିବା ବୋଲି ଚନ୍ଦ୍ରକୁମା ବୋଷ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚନ୍ଦ୍ରକୁମାର ବୋଷ ଗତବର୍ଷ ସେପ୍ଟେମ୍ବର ମାସରେ ବିଜେପିରୁ ଇସ୍ତଫା ଦେଇଥିଲେ। ସେ କହିଥିଲେ ଯେ ତାଙ୍କର ସିଦ୍ଧାନ୍ତ ପାର୍ଟି ସହିତ ମେଳ ହେଉ ନାହିଁ।
Netaji Subhas Chandra Bose was a political thinker,soldier,statesman, visionary and the 1st PM of undivided India.The only leader who could unite all communities as Bharatiyas to fight for India’s freedom.Real respect to the leader would be to follow his inclusive ideology. pic.twitter.com/W4zjrHYOVs— Chandra Kumar Bose (@Chandrakbose) April 6, 2024
ଚନ୍ଦ୍ର କୁମାର ଇସ୍ତଫା ‘ଭାରତ’ ବନାମ ‘ଇଣ୍ଡିଆ’ ବିବାଦ ସମୟରେ ଦେଇଥିଲେ। ଏଣୁ ତାଙ୍କ ଇସ୍ତଫା ସେତେବେଳେ ଗଣମାଧ୍ୟମର ଧ୍ୟାନ ଆକର୍ଷଣ କରିପାରିନଥିଲା। କଙ୍ଗନା ରଣାବତ କହିଥିଲେ ଯେ ସୁଭାଷ ଚନ୍ଦ୍ର ବୋଷ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ, ଏହି ବୟାନ ପରେ ତାଙ୍କର ସମାଲୋଚନା ହେବାରୁ ସେ ତାଙ୍କ ସମର୍ଥନରେ ଏକ୍ସରେ ଏକ ଆର୍ଟିକ୍ଲର ସ୍କ୍ରିନସଟ୍ ମଧ୍ୟ ସେୟାର କରିଥିଲେ। ଏଥିରେ ତାଙ୍କୁ ଟ୍ରୋଲ କରୁଥିବା ଲୋକଙ୍କୁ ସେ ଇତିହାସ ପଢିବାକୁ ଉପଦେଶ ଦେଇଥିଲେ।
ଏହି ଆର୍ଟିକ୍ଲରେ କୁହାଯାଇଥିଲା ଯେ ନେତାଜୀ ୧୯୪୩ ମସିହାରେ ସିଙ୍ଗାପୁରରେ ଆଜାଦ ହୀନ୍ଦ ସରକାର ଗଢିଥିଲେ ଓ ନିଜକୁ ପ୍ରଥମ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ। କଙ୍ଗନା ପୋଷ୍ଟ କରି କହିଥିଲେ ଯେ ଯଦି ମୁଁ ଆପଣଙ୍କ ଆଇକ୍ୟୁ ଠାରୁ ବହୁତ ଆଗୁଆ କହୁଛି ତେବେ ଆପଣ ଭାବୁଛନ୍ତି ମୋତେ ଜଣା ନାହିଁ। ତେବେ ଏହି ପରିହାସ ତୁମ ମାନଙ୍କ ସହ ଅତ୍ୟନ୍ତ ନିକୃଷ୍ଟ ବୋଲି ଉଲ୍ଲେଖ କରିଥିଲେ। କଙ୍ଗନାଙ୍କୁ ଏହି ବୟାନ ପରେ ବିପକ୍ଷ ନେତାମାନେ ବିରୋଧ କରିଥିଲେ।