ନାମାଙ୍କନ ପ୍ରତ୍ୟାହାର କରିନେବେ ଜଗନ୍ନାଥ
ଭୁବନେଶ୍ୱର,୨୭।୮: ରାଜ୍ୟ ସଭା ପାଇଁ ସ୍ବାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଥିଲେ ଜଗନ୍ନାଥ ପ୍ରଧାନ। ହେଲେ ମଙ୍ଗଳବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ପାଇଁ ଜଗନ୍ନାଥ ଏହି ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ମମତା ମହାନ୍ତଙ୍କ ନାଁ ଭାଜପା ଘୋଷଣା କରିବା ପରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମରଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମମତା ନାମାଙ୍କନ ଦାଖଲ କରିଥିଲେ। ମମତାଙ୍କ ନାମାଙ୍କନ ଦାଖଲ କରିବାର କିଛି ସମୟ ପରେ ଜଗନ୍ନାଥ […] The post ନାମାଙ୍କନ ପ୍ରତ୍ୟାହାର କରିନେବେ ଜଗନ୍ନାଥ appeared first on Dharitri Odia News.
ଭୁବନେଶ୍ୱର,୨୭।୮: ରାଜ୍ୟ ସଭା ପାଇଁ ସ୍ବାଧୀନ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଥିଲେ ଜଗନ୍ନାଥ ପ୍ରଧାନ। ହେଲେ ମଙ୍ଗଳବାର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ପାଇଁ ଜଗନ୍ନାଥ ଏହି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ ମମତା ମହାନ୍ତଙ୍କ ନାଁ ଭାଜପା ଘୋଷଣା କରିବା ପରେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମରଙ୍କ ସମେତ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ମମତା ନାମାଙ୍କନ ଦାଖଲ କରିଥିଲେ। ମମତାଙ୍କ ନାମାଙ୍କନ ଦାଖଲ କରିବାର କିଛି ସମୟ ପରେ ଜଗନ୍ନାଥ ଦ୍ୱିତୀୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ।
ଗତ ସାଧାରଣ ନିର୍ବାଚନରେ ଜଗନ୍ନାଥ ଭୁବନେଶ୍ୱର ମଧ୍ୟ ଆସନରୁ ଭାଜପାର ପ୍ରାର୍ଥୀ ହୋଇଥିଲେ। ତେବେ ୩୭ ଖଣ୍ଡ ଭୋଟରେ ସେ ପରାଜିତ ହୋଇଥିଲେ। ତେବେ ରାଜ୍ୟରେ ଭାଜପାର ବିଧାୟକ ସଂଖ୍ୟାକୁ ଦୃଷ୍ଟି ଦେଲେ ପାଖରେ ଆବଶ୍ୟକ ସଦସ୍ୟ ରହିଥିବାରୁ ମମତା ମହାନ୍ତ ରାଜ୍ୟସଭାକୁ ଯିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।
ସୂଚନାଯୋଗ୍ୟ ଯେ, ମମତା ମହାନ୍ତଙ୍କୁ ୨୦୨୦ରେ ବିଜେଡି ରାଜ୍ୟସଭା ପଠାଇଥିଲା। ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଏବଂ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ବେଳେ ସେ ଅସନ୍ତୋଷ ଥିଲେ। ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ସେ ଅଭିଯୋଗ କରିଥିଲେ। ଏହାର ଗୋଟିଏ ଦିନ ପରେ ସେ ଭାଜପାରେ ଯୋଗ ଦେଇଥିଲେ।
The post ନାମାଙ୍କନ ପ୍ରତ୍ୟାହାର କରିନେବେ ଜଗନ୍ନାଥ appeared first on Dharitri Odia News.