ନାରୀ ପାଇଁ ଆଜି ବି ଉପଯୁକ୍ତ ସମାଜ ନାହିଁ
ବରଗଡ଼,୧୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ମହିଳା ସମିତି ପକ୍ଷରୁ ସମିତିର ପ୍ରତିଷ୍ଠାତା ଜନସାଥୀ ସ୍ବର୍ଗତ ଲେଙ୍ଗୁ ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମହିଳା ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶ୍ରାଦ୍ଧବାର୍ଷିକୀ ସମାରୋହ ଅବସରରେ ନିର୍ଭୟା ପ୍ରସଙ୍ଗରେ ଆଲୋଚନାଚକ୍ର ହୋଇଥିଲା। ଆଲୋଚନାଚକ୍ରରେ ବରିଷ୍ଠ ଆଡ଼ଭୋକେଟ୍ ଶିରିଶ ବଲ୍ଲଭ ମିଶ୍ର ମୁଖ୍ୟଅତିଥି, ଡା. ସୁବଳ କର ସମ୍ମାନିତ ଅତିଥି ଏବଂ ଗଣ ଇସ୍ତାହାରର ସମ୍ପାଦକ ଡଃ ପ୍ରଦୀପ କୁମାର ହୋତା ମୁଖ୍ୟ ଆଲୋଚକ ଭାବେ ଯୋଗଦାନ କରିଥିଲେ। ଆଲୋଚନାଚକ୍ରରେ ବକ୍ତାମାନେ […] The post ନାରୀ ପାଇଁ ଆଜି ବି ଉପଯୁକ୍ତ ସମାଜ ନାହିଁ appeared first on Dharitri Odia News.
ବରଗଡ଼,୧୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ମହିଳା ସମିତି ପକ୍ଷରୁ ସମିତିର ପ୍ରତିଷ୍ଠାତା ଜନସାଥୀ ସ୍ବର୍ଗତ ଲେଙ୍ଗୁ ମିଶ୍ରଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମହିଳା ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶ୍ରାଦ୍ଧବାର୍ଷିକୀ ସମାରୋହ ଅବସରରେ ନିର୍ଭୟା ପ୍ରସଙ୍ଗରେ ଆଲୋଚନାଚକ୍ର ହୋଇଥିଲା। ଆଲୋଚନାଚକ୍ରରେ ବରିଷ୍ଠ ଆଡ଼ଭୋକେଟ୍ ଶିରିଶ ବଲ୍ଲଭ ମିଶ୍ର ମୁଖ୍ୟଅତିଥି, ଡା. ସୁବଳ କର ସମ୍ମାନିତ ଅତିଥି ଏବଂ ଗଣ ଇସ୍ତାହାରର ସମ୍ପାଦକ ଡଃ ପ୍ରଦୀପ କୁମାର ହୋତା ମୁଖ୍ୟ ଆଲୋଚକ ଭାବେ ଯୋଗଦାନ କରିଥିଲେ। ଆଲୋଚନାଚକ୍ରରେ ବକ୍ତାମାନେ କହିଥିଲେ, ନାରୀ ପାଇଁ ଉପଯୁକ୍ତ ସମାଜଟିଏ ଆମେ ଏପର୍ଯ୍ୟନ୍ତ ଗଢ଼ିପାରିନାହୁଁ। ନିର୍ଭୟା ଆଜି ପ୍ରତୀକ ହୋଇଯାଇଛି ଏବଂ ପ୍ରତ୍ୟେକ ମୁହୂର୍ତ୍ତରେ ନିର୍ଭୟାମାନେ ବଳାତ୍କାରର ଶିକାର ହେଉଛନ୍ତି। ମହିଳା ସମିତି ଉପସଭାପତି ମନ୍ଦାକିନୀ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମାଜସେବୀ ଗୀତା ମିଶ୍ର ପ୍ରଥମେ ଜନସାଥୀ ଲେଙ୍ଗୁ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବରିଷ୍ଠ ସଦସ୍ୟା ମମତା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଗଣ ଇସ୍ତାହାରର ମୁଖ୍ୟ ସମ୍ପାଦକ ତଥା ମହିଳା ସମିତିର ଉପଦେଷ୍ଟା ପ୍ରସନ୍ନ କୁମାର ମିଶ୍ର ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ସମ୍ପାଦିକା ଇନ୍ଦ୍ରାଣୀ ଶତପଥୀ ଅତିଥି ପରିଚୟ ପ୍ରଦାନ ଓ ରାଧାରାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ମହିଳା ସମିତିର ସମସ୍ତ ସଦସ୍ୟା ଅଂଶଗ୍ରହଣ କରି ଜନସାଥୀ ଲେଙ୍ଗୁ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପୂର୍ବାହ୍ନରେ ଲେଙ୍ଗୁ ମିଶ୍ର ଛକରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ ଏବଂ ମହିଳା ସାମିଲ ହୋଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଲେଙ୍ଗୁ ମିଶ୍ର ଷ୍ଟାଡ଼ିୟମରେ କ୍ରୀଡ଼ା ସଙ୍ଗଠକ ସୁରେଶ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଖେଳାଳିମାନେ ସାମିଲ ହୋଇ ଲେଙ୍ଗୁ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
The post ନାରୀ ପାଇଁ ଆଜି ବି ଉପଯୁକ୍ତ ସମାଜ ନାହିଁ appeared first on Dharitri Odia News.