ନାସାରେ ଇଣ୍ଟର୍ଣ୍ଣସିପ୍ କରିବା ପାଇଁ ସୁଯୋଗ…
ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ନାସାରେ ବି ଇଣ୍ଟର୍ଣ୍ଣସିପ୍ କରିବାର ସୁଯୋଗ ଅଛି। ତେବେ ଆମେରିକା ନାଗରିକ ହୋଇଥିଲେ କିମ୍ବା ଏଠାକାର ଗ୍ରୀନ୍ କାର୍ଡ ଥିଲେ, ନାସାର ଅଫିସିଆଲ ୱେବ୍ସାଇଟରେ ଏନେଇ ଆବେଦନ କରିପାରିବେ। ଏଠାରେ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ମୁଖ୍ୟତଃ ଷ୍ଟେମ୍ (ବିଜ୍ଞାନ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ଗଣିତ) ପାଠ୍ୟକ୍ରମ ସହ ସାମିଲ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ। ସେହିପରି ଭାରତୀୟ ନାଗରିକ ହୋଇଥିଲେ ଏବଂ ନାସାରେ ଇଣ୍ଟର୍ଣ୍ଣସିପ୍ କରିବାକୁ ଚାହୁଁଥିଲେ, ସିଧାସଳଖ ଏଠାରେ ଆବେଦନ କରିବାର କୌଣସି ସୁଯୋଗ […]

ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ନାସାରେ ବି ଇଣ୍ଟର୍ଣ୍ଣସିପ୍ କରିବାର ସୁଯୋଗ ଅଛି। ତେବେ ଆମେରିକା ନାଗରିକ ହୋଇଥିଲେ କିମ୍ବା ଏଠାକାର ଗ୍ରୀନ୍ କାର୍ଡ ଥିଲେ, ନାସାର ଅଫିସିଆଲ ୱେବ୍ସାଇଟରେ ଏନେଇ ଆବେଦନ କରିପାରିବେ। ଏଠାରେ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ମୁଖ୍ୟତଃ ଷ୍ଟେମ୍ (ବିଜ୍ଞାନ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ଗଣିତ) ପାଠ୍ୟକ୍ରମ ସହ ସାମିଲ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ।
ସେହିପରି ଭାରତୀୟ ନାଗରିକ ହୋଇଥିଲେ ଏବଂ ନାସାରେ ଇଣ୍ଟର୍ଣ୍ଣସିପ୍ କରିବାକୁ ଚାହୁଁଥିଲେ, ସିଧାସଳଖ ଏଠାରେ ଆବେଦନ କରିବାର କୌଣସି ସୁଯୋଗ ନାହିଁ। ହେଲେ କିଛି ବିଶେଷ କାର୍ଯ୍ୟକ୍ରମ ଏମିତି ଅଛି, ଯାହା ମାଧ୍ୟମରେ ଭାରତୀୟ ଛାତ୍ରଛାତ୍ରୀ ନାସାରେ ଇଣ୍ଟର୍ଣ୍ଣସିପ୍ କରିପାରିବେ। ନାସା ଓ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ମଧ୍ୟରେ ଅନେକ ଗବେଷଣା କାର୍ଯ୍ୟକ୍ରମ ଏଭଳି ଅଛି, ଯାହା ମାଧ୍ୟମରେ କିଛି ଭାରତୀୟ ଛାତଛାତ୍ରୀଙ୍କୁ ସୁଯୋଗ ମିଳୁଛି।