ନେଲ୍ ଏକ୍ସନେଟନସନ୍ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ ! ହୋଇପାରେ ଅନେକ ରୋଗର
ନୂଆଦିଲ୍ଲୀ ୨୩।୦୨: ନେଲ୍ ଏକ୍ସନେଟନସନ୍ । ବର୍ତ୍ତମାନ ଖୁବ୍ ଟ୍ରେଣ୍ଡରେ । ବିବାହ ହେଉ କି କିଛି ଫଙ୍କସନ୍ । ନେଲ୍ ଥେରାପି ନିଶ୍ଚିତ । ପ୍ରାକୃତିକ ଜାଗାରେ କୃତ୍ରିମ ନଖ ଲଗାଇ ବିଭିନ୍ନ ଡିଜାଇନ୍ କରିଥାନ୍ତି ଝିଅମାନେ । ଆପଣ ଜାଣନ୍ତି କି କେତେ ମାରାତ୍ମକ ହୋଇପାରେ ଏହି ନେଲ୍ ଏକ୍ସଟେନ୍ସନ୍ । ଜାଣି ଆଶ୍ଚର୍ଯ୍ୟ ହେବେ ଏହି କୃତ୍ରିମ ନଖ ଲଗାଇବା ଶରୀର ପାଇଁ ବଡ ଘାତକ ହୋଇପାରେ । ଏଥିରେ ନଖ ନଷ୍ଟ ମଧ୍ୟ ହୋଇପାରେ । ଏମିତିକି ଫଙ୍ଗଲ୍ ଇନ୍ଫେକ୍ସନ୍ ଏବଂ ନଖ ଚାରିପଟେ ଫୋଟକା ମଧ୍ୟ ହୋଇପାରେ । ତେଣୁ ସତର୍କ ହୁଅନ୍ତୁ । ଆଉ ନେଲ୍ ଏକ୍ସନେଟନସନ୍ କରିବା ଠାରୁ ଦୂରେଇ ରୁହନ୍ତୁ । ନଖକୁ ସୁନ୍ଦର ଦେଖାଇବାକୁ ସମସ୍ତେ ନେଲ୍ ଏକ୍ସନେଟନସନ୍ କରୁଛନ୍ତି । ଦିନକୁ ଦିନ ବଢୁଛି ଏହାର ଲୋକପ୍ରିୟତା । ଅନେକ ଥରେ ନେଲ୍ ଏକ୍ସନେଟନସନ୍ କରିବା ପରେ ବାରମ୍ବାର ତାହା କରିବାକୁ ଇଚ୍ଛା କରିଥାଆନ୍ତି । କୃତ୍ରିମ ହେଲେ ମଧ୍ୟ ଦେଖିବାକୁ ଆକର୍ଷଣୀୟ ଲାଗେ । କିନ୍ତୁ ଏହି ନେଲ୍ ଏକ୍ସଟେନସନ୍ର ରହିଛି କେତେଗୁଡିଏ ପାଶ୍ୱର୍ପ୍ରତିକ୍ରିୟା । ବାରମ୍ବାର ନେଲ୍ ଏକ୍ସଟେନସନ୍ କରିବା ଦ୍ୱାରା ପ୍ରାକୃତିକ ନଖର କ୍ଷତି ହୋଇଥାଏ । ଏମିତିକି ନଖ ଦୁର୍ବଳ ହୋଇଯାଏ । ଆଉ ପରେ ପ୍ରାକୃତିକ ନଖ ଗୁଡିକ ଭାଙ୍ଗି ଯାଇଥାଏ । ଏହାବ୍ୟତୀତ ଫାଇଲିଂ ଏବଂ ରାସାୟନିକ ଦ୍ରବ୍ୟ ବ୍ୟବହାର ଫଳରେ ନଖ ପତଳା ଏବଂ ସମ୍ବେଦନଶୀଳ ହୋଇଯାଏ । ପେସାଦାର ନ
ନୂଆଦିଲ୍ଲୀ ୨୩।୦୨: ନେଲ୍ ଏକ୍ସନେଟନସନ୍ । ବର୍ତ୍ତମାନ ଖୁବ୍ ଟ୍ରେଣ୍ଡରେ । ବିବାହ ହେଉ କି କିଛି ଫଙ୍କସନ୍ । ନେଲ୍ ଥେରାପି ନିଶ୍ଚିତ । ପ୍ରାକୃତିକ ଜାଗାରେ କୃତ୍ରିମ ନଖ ଲଗାଇ ବିଭିନ୍ନ ଡିଜାଇନ୍ କରିଥାନ୍ତି ଝିଅମାନେ । ଆପଣ ଜାଣନ୍ତି କି କେତେ ମାରାତ୍ମକ ହୋଇପାରେ ଏହି ନେଲ୍ ଏକ୍ସଟେନ୍ସନ୍ । ଜାଣି ଆଶ୍ଚର୍ଯ୍ୟ ହେବେ ଏହି କୃତ୍ରିମ ନଖ ଲଗାଇବା ଶରୀର ପାଇଁ ବଡ ଘାତକ ହୋଇପାରେ । ଏଥିରେ ନଖ ନଷ୍ଟ ମଧ୍ୟ ହୋଇପାରେ । ଏମିତିକି ଫଙ୍ଗଲ୍ ଇନ୍ଫେକ୍ସନ୍ ଏବଂ ନଖ ଚାରିପଟେ ଫୋଟକା ମଧ୍ୟ ହୋଇପାରେ । ତେଣୁ ସତର୍କ ହୁଅନ୍ତୁ । ଆଉ ନେଲ୍ ଏକ୍ସନେଟନସନ୍ କରିବା ଠାରୁ ଦୂରେଇ ରୁହନ୍ତୁ ।

ନଖକୁ ସୁନ୍ଦର ଦେଖାଇବାକୁ ସମସ୍ତେ ନେଲ୍ ଏକ୍ସନେଟନସନ୍ କରୁଛନ୍ତି । ଦିନକୁ ଦିନ ବଢୁଛି ଏହାର ଲୋକପ୍ରିୟତା । ଅନେକ ଥରେ ନେଲ୍ ଏକ୍ସନେଟନସନ୍ କରିବା ପରେ ବାରମ୍ବାର ତାହା କରିବାକୁ ଇଚ୍ଛା କରିଥାଆନ୍ତି । କୃତ୍ରିମ ହେଲେ ମଧ୍ୟ ଦେଖିବାକୁ ଆକର୍ଷଣୀୟ ଲାଗେ । କିନ୍ତୁ ଏହି ନେଲ୍ ଏକ୍ସଟେନସନ୍ର ରହିଛି କେତେଗୁଡିଏ ପାଶ୍ୱର୍ପ୍ରତିକ୍ରିୟା । ବାରମ୍ବାର ନେଲ୍ ଏକ୍ସଟେନସନ୍ କରିବା ଦ୍ୱାରା ପ୍ରାକୃତିକ ନଖର କ୍ଷତି ହୋଇଥାଏ । ଏମିତିକି ନଖ ଦୁର୍ବଳ ହୋଇଯାଏ । ଆଉ ପରେ ପ୍ରାକୃତିକ ନଖ ଗୁଡିକ ଭାଙ୍ଗି ଯାଇଥାଏ । ଏହାବ୍ୟତୀତ ଫାଇଲିଂ ଏବଂ ରାସାୟନିକ ଦ୍ରବ୍ୟ ବ୍ୟବହାର ଫଳରେ ନଖ ପତଳା ଏବଂ ସମ୍ବେଦନଶୀଳ ହୋଇଯାଏ ।

ପେସାଦାର ନେଲ୍ ଆର୍ଟିଷ୍ଟଙ୍କ ବିନା ନଖ ସଜାଇଲେ ବା ଏକ୍ସଟେନସନ୍ କଲେ ଫଙ୍ଗାଲ୍ ଇନଫେକସନ୍ ହେବାର ଆଶଙ୍କା ଅଧିକ ରହିଥାଏ । ଅପରିଚ୍ଛନ୍ନ ସରଞ୍ଜାମରେ ନେଲ୍ ଏକ୍ସଟେନସନ୍ କରିବା ଦ୍ୱାରା ବ୍ୟାକ୍ଟେରିଆ ସଂକ୍ରମଣର ଆଶଙ୍କା ବହୁଗୁଣିତ ହୋଇଯାଏ । କୃତ୍ରିମ ନଖ ଏବଂ ପ୍ରାକୃତିକ ନଖ ମଝିରେ ଥିବା ଫାଙ୍କା ସ୍ଥାନରେ ଆର୍ଦ୍ରତା ଜମି ଜୀବାଣୁ ବସା ବାନେ୍ଧ । ଏହାବ୍ୟତୀତ ନେଲ୍ ଏକ୍ସଟେନସନ୍ ରେ ବ୍ୟବହାର ହେଉଥିବା ଅଠା, ଆକ୍ରିଲିକ୍ ଜେଲ୍ରୁ ଆଲର୍ଜି ହେବାର ଆଶଙ୍କା ରହିଥାଏ । ଆଉ ଆଲର୍ଜି କାରଣରୁ ନଖ ଚାରିପଟେ ଲାଲ୍ ପଡିଯିବା, କୁଣ୍ଡେଇ ହେବା ପରି ସମସ୍ୟା ଦେଖିବାକୁ ମିଳିଥାଏ ।

ଏମିତିକି ନଖ ଚାରିପଟ ଚର୍ମରେ ଫୋଟକା ହେବା ଭଳି ଲକ୍ଷଣମାନ ଦେଖିଯାଏ । କେବଳ ଏତିକି ନୁହେଁ ଜେଲ୍ ଏବଂ ଆକ୍ରିଲିକ୍ ଏକ୍ସଟେନସନ୍ ପାଇଁ ୟୁଭି ଲ୍ୟାମ୍ପ ତଳେ ହାତ ରଖିବାକୁ ହୋଇଥାଏ । ଦୀର୍ଘଦିନ ଏହି ପ୍ରକ୍ରିୟାରେ ନଖ ଶୁଖାଇବା ଦ୍ବାରା ଚର୍ମର ଅତ୍ୟଧିକ କ୍ଷତି ହୁଏ । ନଖର ସ୍ୱାଭାବିକ ବୃଦ୍ଧି ବାଧାପ୍ରାପ୍ତ ହୋଇଥାଏ । ତେଣୁ ସବୁ ଦିଗ ପ୍ରତି ନଜର ରଖି ନେଲ୍ ଏକ୍ସଟେନସନ୍ କରିବା ଉଚିତ । ଅତିବେଶୀରେ ନେଲ୍ ଏକ୍ସଟେନସନ୍ ଠାରୁ ଦୂରେଇ ରହିବା ଉଚିତ୍ ।