ନାସିକ ଆର୍ଟିଲରି ସେଣ୍ଟରରେ ପ୍ରଶିକ୍ଷଣ ବେଳେ ଅଘଟଣ, ବିସ୍ଫୋରଣରେ ଦୁଇ ଅଗ୍ନିବୀର ମୃତ

ମୁମ୍ୱାଇ: ମହାରାଷ୍ଟ୍ର ନାସିକ ଜିଲ୍ଲାର ଆର୍ଟିଲରି ସେଣ୍ଟରରେ ପ୍ରଶିକ୍ଷଣ ବେଳେ ବିସ୍ଫୋରଣ ଘଟି ଦୁଇ ଅଗ୍ନିବରୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଅଗ୍ନିବୀର ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ସୈନିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଦେବଲାଲୀ କ୍ୟାମ୍ପ ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ସୂଚନା ଅନୁସାରେ ଗୁରୁବାର ଅପରାହ୍ଣ ୧୨ରେ ଦେବଲାଲୀ କ୍ୟାମ୍ପ କ୍ଷେତ୍ରରେ ଫାୟାର ରେଞ୍ଜ ଆର୍ଟିଲରିରେ ଇଣ୍ଡିଆନ ସିଲ୍ଡ ଗନ୍ ଫିଲ୍ଡରେ ଫାୟାର ଫାଇଟର ଅଭ୍ୟାସ କରୁଥିଲେ ।Two Indian Army Agniveers lost their lives in an accident when an artillery shell burst during a firing exercise. The Agniveers had come from Hyderabad for training at Artillery School in Deolali, Nashik in Maharashtra. The Army has ordered a court of inquiry into the incident to… pic.twitter.com/9Z7Regugqg— ANI (@ANI) October 11, 2024ଏହି ସ୍ଥାନରେ ଦୁଇ ଅଗ୍ନିବୀରଙ୍କୁ ତୋପରେ ବିସ୍ଫୋରକ ଲୋଡ୍ ଉପରେ ପ୍ରଶିକ୍ଷଣ ଦିଆଯାଉଥିଲା । କିନ୍ତୁ ଏହି ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ତିନି ଅଗ୍ନିବୀର ଆହତ ହୋଇଥିଲେ । ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଅଗ୍ନିବୀର

ନାସିକ ଆର୍ଟିଲରି ସେଣ୍ଟରରେ ପ୍ରଶିକ୍ଷଣ ବେଳେ ଅଘଟଣ, ବିସ୍ଫୋରଣରେ ଦୁଇ ଅଗ୍ନିବୀର ମୃତ

ମୁମ୍ୱାଇ: ମହାରାଷ୍ଟ୍ର ନାସିକ ଜିଲ୍ଲାର ଆର୍ଟିଲରି ସେଣ୍ଟରରେ ପ୍ରଶିକ୍ଷଣ ବେଳେ ବିସ୍ଫୋରଣ ଘଟି ଦୁଇ ଅଗ୍ନିବରୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଅଗ୍ନିବୀର ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ସୈନିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଦେବଲାଲୀ କ୍ୟାମ୍ପ ପୋଲିସ ଷ୍ଟେସନରେ ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ସୂଚନା ଅନୁସାରେ ଗୁରୁବାର ଅପରାହ୍ଣ ୧୨ରେ ଦେବଲାଲୀ କ୍ୟାମ୍ପ କ୍ଷେତ୍ରରେ ଫାୟାର ରେଞ୍ଜ ଆର୍ଟିଲରିରେ ଇଣ୍ଡିଆନ ସିଲ୍ଡ ଗନ୍ ଫିଲ୍ଡରେ ଫାୟାର ଫାଇଟର ଅଭ୍ୟାସ କରୁଥିଲେ ।

ଏହି ସ୍ଥାନରେ ଦୁଇ ଅଗ୍ନିବୀରଙ୍କୁ ତୋପରେ ବିସ୍ଫୋରକ ଲୋଡ୍ ଉପରେ ପ୍ରଶିକ୍ଷଣ ଦିଆଯାଉଥିଲା । କିନ୍ତୁ ଏହି ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ତିନି ଅଗ୍ନିବୀର ଆହତ ହୋଇଥିଲେ । ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇ ଅଗ୍ନିବୀର ସୈଫତ (୨୧) ଏବଂ ଗୋହିଲ ବିଶ୍ୱରାଜ ସିଂହ (୨୦)ଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଆହତ ଅଗ୍ନିବୀର ଅପ୍ପାଲା ସ୍ୱାମୀଙ୍କ ଚିକିତ୍ସା ଜାରି ରହିଛି । 

ଭାରତୀୟ ସେନା ଏକ୍ସରେ ପୋଷ୍ଟ କରି ଅଘଟଣରେ ଦୁଇ ଅଗ୍ନିବୀରଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି । ଅଗ୍ନିବୀର ହଇଦ୍ରାବାଦରୁ ମହାରାଷ୍ଟ୍ରର ନାସିକ ସ୍ଥିତ ଆର୍ଟିଲରି ସ୍କୁଲରେ ପ୍ରଶିକ୍ଷଣ ପାଇଁ ଆସିଥିଲେ । ସେନା ପକ୍ଷରୁ ଦୁର୍ଘଟଣାର ସଠିକ୍ କାରଣ ଜାଣିବା ପାଇଁ ଘଟଣାର କୋର୍ଟ ଅଫ୍ ଇନକ୍ୱାୟରି ନିର୍ଦ୍ଦେଶ ଦିଆଯାଇଛି ।