ଭକ୍ତଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୩ ଜଣଙ୍କ ମୃତ୍ୟୁ

ମିର୍ଜାପୁର, ୨୮।୦୭: ଉତ୍ତରପ୍ରଦେଶର ମିର୍ଜାପୁରରେ ଏକ ମାଲବାହୀ ଗାଡି ଏବଂ ବସ ମଧ୍ୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ବିନ୍ଦୁଚାଲ ପୋଲିସ ଷ୍ଟେସନ ଅଞ୍ଚଳର ମହୋଖର ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ଗାଡିରେ ଯାତ୍ରା କରୁଥିବା ଭକ୍ତମାନେ ଦର୍ଶନ ପାଇଁ ବିନ୍ଦୁଚାଲକୁ ଯାଉଥିଲେ। ଭକ୍ତଙ୍କୁ ନେଇ ଯାଉଥିବା ଏହି ଗାଡ଼ି ମହୋଖର ଗ୍ରାମ ନିକଟରେ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିଟି […] The post ଭକ୍ତଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୩ ଜଣଙ୍କ ମୃତ୍ୟୁ appeared first on Dharitri Odia News.

ଭକ୍ତଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୩ ଜଣଙ୍କ ମୃତ୍ୟୁ

ମିର୍ଜାପୁର, ୨୮।୦୭: ଉତ୍ତରପ୍ରଦେଶର ମିର୍ଜାପୁରରେ ଏକ ମାଲବାହୀ ଗାଡି ଏବଂ ବସ ମଧ୍ୟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ବିନ୍ଦୁଚାଲ ପୋଲିସ ଷ୍ଟେସନ ଅଞ୍ଚଳର ମହୋଖର ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ଗାଡିରେ ଯାତ୍ରା କରୁଥିବା ଭକ୍ତମାନେ ଦର୍ଶନ ପାଇଁ ବିନ୍ଦୁଚାଲକୁ ଯାଉଥିଲେ। ଭକ୍ତଙ୍କୁ ନେଇ ଯାଉଥିବା ଏହି ଗାଡ଼ି ମହୋଖର ଗ୍ରାମ ନିକଟରେ ଧକ୍କା ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡିଟି ଛିଟ୍‌କି ପଡ଼ିଥିଲା । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗାଡିରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ପୋଲିସର ସୂଚନାନୁସାରେ ଏହି ଦୁର୍ଘଟଣାରେ ତିନିଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଭକ୍ତ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ମୃତକଙ୍କ ପରିବାରକୁ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି ।

The post ଭକ୍ତଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ, ୩ ଜଣଙ୍କ ମୃତ୍ୟୁ appeared first on Dharitri Odia News.