ନାହିଁ ଡ୍ରେନେଜ ବ୍ୟବସ୍ଥା: ଘରେ ପଶିଲା କାଳବୈଶାଖୀ ବର୍ଷା
ଦାରିଙ୍ଗବାଡି,୧୬।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଫଳରେ ବର୍ଷା ପାଣି ଏକାଧିକ ସ୍ଥାନରେ ଜମି ରହି ବନ୍ୟାର ଭ୍ରମ ସୃଷ୍ଟି ହୋଇଛି। ବିଶେଷ କରି ଜାତୀୟ ରାଜପଥ ଏବଂ ଜାଗୃତି କାର୍ଯ୍ୟାଳୟ ରାସ୍ତା କୋଣରେ ଘର କରି ରହିଥିବା ରଞ୍ଜିତ ନାୟକଙ୍କ ଘରେ ବର୍ଷା ଜଳ ପଶି ଲହଡି ମାରୁଛି। ଏନେଇ ପରିବାର ଲୋକେ ନାହିଁ ନ ଥିବା ଅସୁବିଧାନର ସମ୍ମୁଖୀନ ହେଉଛନ୍ତି। ମାତ୍ର ଅଧଘଣ୍ଟା […] The post ନାହିଁ ଡ୍ରେନେଜ ବ୍ୟବସ୍ଥା: ଘରେ ପଶିଲା କାଳବୈଶାଖୀ ବର୍ଷା appeared first on Dharitri Odia News.
ଦାରିଙ୍ଗବାଡି,୧୬।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। ଫଳରେ ବର୍ଷା ପାଣି ଏକାଧିକ ସ୍ଥାନରେ ଜମି ରହି ବନ୍ୟାର ଭ୍ରମ ସୃଷ୍ଟି ହୋଇଛି। ବିଶେଷ କରି ଜାତୀୟ ରାଜପଥ ଏବଂ ଜାଗୃତି କାର୍ଯ୍ୟାଳୟ ରାସ୍ତା କୋଣରେ ଘର କରି ରହିଥିବା ରଞ୍ଜିତ ନାୟକଙ୍କ ଘରେ ବର୍ଷା ଜଳ ପଶି ଲହଡି ମାରୁଛି। ଏନେଇ ପରିବାର ଲୋକେ ନାହିଁ ନ ଥିବା ଅସୁବିଧାନର ସମ୍ମୁଖୀନ ହେଉଛନ୍ତି।
ମାତ୍ର ଅଧଘଣ୍ଟା ବର୍ଷା ହେଲେ ତାଙ୍କର ଏହିଭଳି ପରିସ୍ଥିତି ଉପୁଜିଥିବା ରଞ୍ଜିତ କହିଛନ୍ତି। ଏନେଇ ସେ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଜିଲା ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ ହୋଇଥିବା ସେ କହିଛନ୍ତି।
ପ୍ରକାଶ ଯେ, ବଅବାଡ଼ି ଗାଁ ସମେତ ରୁକାନବାଡ଼ି ଏବଂ ତୁର୍କୀବାଡି ସାହିରୁ ଜାଗୃତି କାର୍ଯ୍ୟାଳୟ ଦେଇ ୫୯ ନଂ ଜାତୀୟରାଜଥକୁ ସଂଯୋଗ କରୁଛି। ହେଲେ ପଞ୍ଚାୟତ ରାସ୍ତା ଦୀର୍ଘ ବର୍ଷ ହେଲା ମରାମତି କରାଯାଇ ନାହିଁ। ଏପରିକି ଡ୍ରେନେଜ ବ୍ୟବସ୍ଥା ଠିକ୍ ସେ ହୋଇ ନ ଥିବା ବେଳେ ରାଜପଥକୁ ସଂଯୋଗ କରୁଥିବା ଡ୍ରେନକୁ ବନ୍ଦ କରିଦିଆଯାଇ। ଫଳରେ ଏହା ରଞ୍ଜିତଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି।
୩ ସାହି ସମେତ ଉକ୍ତ ସାହିରେ ରହିଥିବା ଖୋଲା ପଡିଆର ପାଣି ରଞ୍ଜିତଙ୍କ ଘର ଅଗଣା ସମେତ ଘରେ ପଶୁଛି। ଏଭଳି ୨ ବର୍ଷ ହେଲା ସେ ହଇରାଣ ହେଉଥିବା ବେଳେ ତାଙ୍କ ଗୁହାରି କେହି ଶୁଣ ନ ଥିବା ସେ ଅଭିଯୋଗ କରିଛନ୍ତି । ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ ଏନେଇ ପ୍ରତିକ୍ରିୟାରେ କହିଛନ୍ତି ଯେ, ଉକ୍ତ ରାସ୍ତା ଦାରିଙ୍ଗବାଡି ପଞ୍ଚାୟତର ଲାଇଫଲାଇନ ଓ ଭିଆଇପି ଅଞ୍ଚଳ। ହେଲେ ସାହିରେ ଦୀର୍ଘ ବର୍ଷ ହେଲା ଅବହେଳିତ ହୋଇ ରହିଛି ରାସ୍ତା। ଏଥିପ୍ରତି ବ୍ଲକ ପ୍ରଶାସନ ଓ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସେ ନିବେଦନ କରିଛନ୍ତି।
The post ନାହିଁ ଡ୍ରେନେଜ ବ୍ୟବସ୍ଥା: ଘରେ ପଶିଲା କାଳବୈଶାଖୀ ବର୍ଷା appeared first on Dharitri Odia News.