ଶ୍ରେଷ୍ଠ ସ୍ଥାନ ଅଧିକାର କଲେ ଶ୍ୱେତାଶ୍ରୀ: ଜିତିଲେ ସ୍ବର୍ଣ୍ଣପଦକ

ଛତ୍ରପୁର,୨୨ା୧୨(ଦିଲୀପ ସାମଲ): ଭୁବନେଶ୍ୱର ସି. ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ଆୟୋଜିତ ପଞ୍ଚମ ସମାବର୍ତ୍ତନ ଉତ୍ସବରେ ବିଟେକ କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗରେ ଛତ୍ରପୁରର ଶ୍ୱେତାଶ୍ରୀ ଶତପଥୀ ଶ୍ରେଷ୍ଠ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଓ ପଦ୍ମଭୂଷଣ ତଥା ଭାରତ ବର୍ଷର ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଂଗଠନ ବିଭାଗର ବୈଜ୍ଞାନିକ ଡଃ. ଶିବତନୁ ପିଲାଇ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକରେ ପୁରସ୍କୃତ […] The post ଶ୍ରେଷ୍ଠ ସ୍ଥାନ ଅଧିକାର କଲେ ଶ୍ୱେତାଶ୍ରୀ: ଜିତିଲେ ସ୍ବର୍ଣ୍ଣପଦକ appeared first on Dharitri Odia News.

ଶ୍ରେଷ୍ଠ ସ୍ଥାନ ଅଧିକାର କଲେ ଶ୍ୱେତାଶ୍ରୀ: ଜିତିଲେ ସ୍ବର୍ଣ୍ଣପଦକ

ଛତ୍ରପୁର,୨୨ା୧୨(ଦିଲୀପ ସାମଲ): ଭୁବନେଶ୍ୱର ସି. ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟରେ ଆୟୋଜିତ ପଞ୍ଚମ ସମାବର୍ତ୍ତନ ଉତ୍ସବରେ ବିଟେକ କମ୍ପ୍ୟୁଟର ଇଞ୍ଜିନିୟରିଂ ବିଭାଗରେ ଛତ୍ରପୁରର ଶ୍ୱେତାଶ୍ରୀ ଶତପଥୀ ଶ୍ରେଷ୍ଠ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ଓ ପଦ୍ମଭୂଷଣ ତଥା ଭାରତ ବର୍ଷର ପ୍ରତିରକ୍ଷା ଗବେଷଣା ଏବଂ ଉନ୍ନୟନ ସଂଗଠନ ବିଭାଗର ବୈଜ୍ଞାନିକ ଡଃ. ଶିବତନୁ ପିଲାଇ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକରେ ପୁରସ୍କୃତ କରି ସମ୍ମାନିତ କରିଛନ୍ତି। ସି. ଭି. ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ସଭାପତି ସଞ୍ଜିବ କୁମାର ରାଉତ, ଉପସଭାପତି ଶୈଲାଜା ରାଉତ, ଅନୁଷ୍ଠାନର କୁଳପତି ପ୍ରଫେସର ଡଃ. ଗୁଡା ଶ୍ରୀଦେବୀ, ପ୍ରଶାସନିକ ଅଧିକାରୀ ଡଃ. ବନିତା ପଣ୍ଡା, ପ୍ରଫେସର ଡଃ. ବଂଶୀଧର ମାଝୀ, ଉପଦେଷ୍ଟା ଶରତ ଚନ୍ଦ୍ର ଭଦ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଶ୍ୱେତାଶ୍ରୀ ଛତ୍ରପୁର କାରମେଲ କନଭେଣ୍ଟ ସେକେଣ୍ଡାରୀ ବିଦ୍ୟାଳୟର ଛତ୍ରୀ ତଥା ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ସହାୟକ ଦୁର୍ଗାପ୍ରସାଦ ଶତପଥୀ ଏବଂ ରଶ୍ମିତା ଶତପଥୀଙ୍କ ଝିଅ ।

The post ଶ୍ରେଷ୍ଠ ସ୍ଥାନ ଅଧିକାର କଲେ ଶ୍ୱେତାଶ୍ରୀ: ଜିତିଲେ ସ୍ବର୍ଣ୍ଣପଦକ appeared first on Dharitri Odia News.