ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ
ତୁମୁଡିବନ୍ଧ,୯ା୪(ଦୀପକ କୁମାର ପରାସେଠ):କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ତୁମୁଡିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଶିକ୍ଷା ସଚେତନ ରଥ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ପ୍ରଧାନ ଶିକ୍ଷକ ପ୍ରଭାତ ସାହୁ ପରିଚାଳନା କରିଥିଲେ। ପ୍ରଥମେ ବିଦ୍ୟାଳୟର ପିଣ୍ଡାରେ ଛାତ୍ରୀମାନେ ପାରମ୍ପରିକ ଝୋଟି କାଟି ଶୁଭ କଲସ ରଖି ଧୂପ ଦୀପ ଜାଳି ଶିକ୍ଷା ରଥକୁ ସ୍ବାଗତ କରିଥିଲେ। ଅତିଥି ତୁମୁଡିବନ୍ଧ ସିଆରସିସି ସିପାନା ମାଝୀ, ଶିକ୍ଷକ ତ୍ରିନାଥ […] The post ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ appeared first on Dharitri Odia News.
ତୁମୁଡିବନ୍ଧ,୯ା୪(ଦୀପକ କୁମାର ପରାସେଠ):କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ ତୁମୁଡିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଶିକ୍ଷା ସଚେତନ ରଥ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ପ୍ରଧାନ ଶିକ୍ଷକ ପ୍ରଭାତ ସାହୁ ପରିଚାଳନା କରିଥିଲେ। ପ୍ରଥମେ ବିଦ୍ୟାଳୟର ପିଣ୍ଡାରେ ଛାତ୍ରୀମାନେ ପାରମ୍ପରିକ ଝୋଟି କାଟି ଶୁଭ କଲସ ରଖି ଧୂପ ଦୀପ ଜାଳି ଶିକ୍ଷା ରଥକୁ ସ୍ବାଗତ କରିଥିଲେ। ଅତିଥି ତୁମୁଡିବନ୍ଧ ସିଆରସିସି ସିପାନା ମାଝୀ, ଶିକ୍ଷକ ତ୍ରିନାଥ ପରାସେଠ ଓ ପଦ୍ମନାଭ ମାଝିଙ୍କୁ ଫୁଲ ତୋଡ଼ା ଦେଇ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ପ୍ରାଥମିକ ବିଦ୍ୟାଳୟରେ ଶିଶୁବାଟିକାରେ ପ୍ରଥମେ ଶିଶୁମାନଙ୍କ ନାମ ଲେଖାଯିବ। ୬ବର୍ଷରୁ ଅଧିକ ବୟସର ଶିଶୁଙ୍କ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି। ତାହାକୁ କାର୍ଯ୍ୟକାରୀ କରିବା ପାଇଁ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷାଧିକାରୀ ପବିତ୍ର ଗଡ଼ତ୍ୟା ଶିକ୍ଷା ରଥ ମାଧ୍ୟମରେ ବ୍ଲକର ପ୍ରତ୍ୟେକ ବିଦ୍ୟାଳୟକୁ ପହଞ୍ଚତ୍ ସଚେତନ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହ ଶିକ୍ଷକ ସୀମାଞ୍ଚଳ ନାୟକ, ଶିକ୍ଷୟିତ୍ରୀ ଜୀବଲତା ସେନାପତି, ମିନତି ମହାନ୍ତି ଉପସ୍ଥିତ ଥିଲେ।
The post ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ appeared first on Dharitri Odia News.