ନାହିଁ ନାହିଁରେ ୨୪୦ ଶ୍ରୀଲଙ୍କା: ଭାରତ ମ୍ୟାଚ୍ ଜିତିବ ନା ପୁଣି ଆଣ୍ଠେଇବ ?

କଲୋମ୍ବୋ: ଆର୍‌ ପ୍ରେମଦାଶା ଷ୍ଟାଡିୟମରେ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଶ୍ରଲଙ୍କା ଟସ୍ ଜିତି ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୪୦ ରନ୍ କରିଛି। ମ୍ୟାଚ୍‌ ଜିତିବାକୁ ହେଲେ ଭାରତକୁ ୨୪୧ ରନ୍ କରିବାକୁ ହେବ। ଆଜିର ମ୍ୟାଚ୍‌ରେ ଶ୍ରୀଲଙ୍କା ଆରମ୍ଭରୁ ୱିକେଟ୍ ହରାଇଥିଲା। ଦଳର ଓପନର ପାଥୁମ ନିଶଙ୍କା ପ୍ରଥମ ବଲ୍‌ରେ ୱିକେଟ୍ ହରାଇଥିଲେ। ଏହାପରେ ଅଭିସ୍କା ଫର୍ଣ୍ଣାଣ୍ଡୋ ଓ କୁଶାଲ ମେଣ୍ଡିସ ୧୬ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳ ସ୍କୋରକୁ ଆଗକୁ ନେଇଥିଲେ। ୧୬ ଓଭର ଶେଷରେ ଫର୍ଣ୍ଣାଣ୍ଡୋଙ୍କ ୱିକେଟ୍ ଯାଇଥିଲା। ସେ ୬୦ ବଲ୍‌ରେ ୪୦ ରନର ଯୋଗ ଦେଇଥିଲେ। ଏହାପରେ କୁଶାଲ ମେଣ୍ଡିସଙ୍କ(୪୨ ବଲ ୩୦ ରନ୍)ର ବି ୱିକେଟ୍ ଯାଇଥିଲା। ୩୪.୫ ଓଭର ବଳକୁ ଦଳ ୧୩୬ ରନ୍ କରି ୫ ୱିକେଟ ହରାଇ ସାରିଥିଲା। ଏମିତି ଲାଗୁଥିଲା ଯେମିତି ଶ୍ରୀଲଙ୍କା ୨୦୦ ରନ୍‌ରେ ଅଲ୍ ଆଉଟ୍ ହୋଇଯିବ। ହେଲେ ଦୁନିଥ ୱେଲାଲାଗେ ଓ କାମିନ୍ଦୁ ମେଣ୍ଡିସ ଦାୟିତ୍ୱ ନେଇ ଦଳର ସ୍କୋରକୁ ଏକ ସମ୍ମାନ ଜନକ ସ୍କୋରରେ ପହଞ୍ଚାଇବାକୁ ବଡ଼ ଯୋଗଦାନ ଦେଇଥିଲେ। ଦଳ ପକ୍ଷରୁ ସଦୀର ସମରୱିକ୍ରମା(୧୪ ରନ୍),ଚରିତ ଅସଲଙ୍କ(୨୫ ରନ୍), ଜେନିଥ ଲିୟାନାଗେ(୧୨),ଦୁନିଥ ୱେଲାଲାଗେ(୩୯ ରନ୍), କାମିନ୍ଦୁ ମେଣ୍ଡିସ(୪୦),ଅକିଲା ଧନଞ୍ଜୟ(୧୫),ଜେଫ୍‌ରୀ ବେଣ୍ଡର୍ସେ ୧ ରନ୍ କରି ନଟ୍‌ ଆଉଟ ରହିଥିଲେ। ଦଳର କୌଣସ

ନାହିଁ ନାହିଁରେ ୨୪୦ ଶ୍ରୀଲଙ୍କା: ଭାରତ ମ୍ୟାଚ୍ ଜିତିବ ନା ପୁଣି ଆଣ୍ଠେଇବ ?

କଲୋମ୍ବୋ: ଆର୍‌ ପ୍ରେମଦାଶା ଷ୍ଟାଡିୟମରେ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଶ୍ରଲଙ୍କା ଟସ୍ ଜିତି ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୪୦ ରନ୍ କରିଛି। ମ୍ୟାଚ୍‌ ଜିତିବାକୁ ହେଲେ ଭାରତକୁ ୨୪୧ ରନ୍ କରିବାକୁ ହେବ। 

ଆଜିର ମ୍ୟାଚ୍‌ରେ ଶ୍ରୀଲଙ୍କା ଆରମ୍ଭରୁ ୱିକେଟ୍ ହରାଇଥିଲା। ଦଳର ଓପନର ପାଥୁମ ନିଶଙ୍କା ପ୍ରଥମ ବଲ୍‌ରେ ୱିକେଟ୍ ହରାଇଥିଲେ। ଏହାପରେ ଅଭିସ୍କା ଫର୍ଣ୍ଣାଣ୍ଡୋ ଓ କୁଶାଲ ମେଣ୍ଡିସ ୧୬ ପର୍ଯ୍ୟନ୍ତ ବ୍ୟାଟିଂ କରି ଦଳ ସ୍କୋରକୁ ଆଗକୁ ନେଇଥିଲେ। ୧୬ ଓଭର ଶେଷରେ ଫର୍ଣ୍ଣାଣ୍ଡୋଙ୍କ ୱିକେଟ୍ ଯାଇଥିଲା। ସେ ୬୦ ବଲ୍‌ରେ ୪୦ ରନର ଯୋଗ ଦେଇଥିଲେ। ଏହାପରେ କୁଶାଲ ମେଣ୍ଡିସଙ୍କ(୪୨ ବଲ ୩୦ ରନ୍)ର ବି ୱିକେଟ୍ ଯାଇଥିଲା। 

୩୪.୫ ଓଭର ବଳକୁ ଦଳ ୧୩୬ ରନ୍ କରି ୫ ୱିକେଟ ହରାଇ ସାରିଥିଲା। ଏମିତି ଲାଗୁଥିଲା ଯେମିତି ଶ୍ରୀଲଙ୍କା ୨୦୦ ରନ୍‌ରେ ଅଲ୍ ଆଉଟ୍ ହୋଇଯିବ। ହେଲେ ଦୁନିଥ ୱେଲାଲାଗେ ଓ କାମିନ୍ଦୁ ମେଣ୍ଡିସ ଦାୟିତ୍ୱ ନେଇ ଦଳର ସ୍କୋରକୁ ଏକ ସମ୍ମାନ ଜନକ ସ୍କୋରରେ ପହଞ୍ଚାଇବାକୁ ବଡ଼ ଯୋଗଦାନ ଦେଇଥିଲେ। 

ଦଳ ପକ୍ଷରୁ ସଦୀର ସମରୱିକ୍ରମା(୧୪ ରନ୍),ଚରିତ ଅସଲଙ୍କ(୨୫ ରନ୍), ଜେନିଥ ଲିୟାନାଗେ(୧୨),ଦୁନିଥ ୱେଲାଲାଗେ(୩୯ ରନ୍), କାମିନ୍ଦୁ ମେଣ୍ଡିସ(୪୦),ଅକିଲା ଧନଞ୍ଜୟ(୧୫),ଜେଫ୍‌ରୀ ବେଣ୍ଡର୍ସେ ୧ ରନ୍ କରି ନଟ୍‌ ଆଉଟ ରହିଥିଲେ। ଦଳର କୌଣସି ବ୍ୟାଟର ଅର୍ଦ୍ଧଶତକ ସୁଦ୍ଧା କରିପାରି ନଥିଲେ। ଫଳରେ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୪୦ ରନ୍ କରିଥିଲା। 

ଅନ୍ୟପଟେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ବୋଲିଂ ଭଲ ରହିଥିଲା। ୱାଶିଂଟନ ସୁନ୍ଦର ସର୍ବାଧିକ ୩ ୱିକେଟ ନେଇଥିବା ବେଳେ କୁଲଦୀପ ଯାଦବ ୨ ୱିକେଟ୍ ନେଇଥିଲେ। ସେହିପରି ମହମ୍ମଦ ସିରାଜ ଓ ଅକ୍ଷର ପଟେଲଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଥିଲା।