ପଦକ ବିଜେତା ହକି ଖେଳାଳିଙ୍କୁ ପୁରସ୍କାର

ଭୁବନେଶ୍ୱର, ୨୧।୨(ତପନ ସ୍ବାଇଁ): ରାଜ୍ୟର ହକି ଖେଳାଳିଙ୍କ ଉଲ୍ଲେଖନୀୟ ସଫଳତାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରି ଓଡ଼ିଶାର କ୍ରୀଡ଼ା ଐତିହ୍ୟକୁ ପରିଚୟ ସ୍ବରୂପ ଏହି ପୁରସ୍କାର ପ୍ରଦାନ କରାଯିବ। ଚେନ୍ନାଇରେ ଅନୁଷ୍ଠିତ ୨୦୨୩ ପୁରୁଷ ଏସିଆନ ଚାମ୍ପିୟନଶିପ୍‌ ଟ୍ରଫି ଏବଂ ଝାଡ଼ଖଣ୍ଡରେ ଆୟୋଜିତ ୨୦୨୩ ମହିଳା ଏସିଆନ ଚାମ୍ପିୟନଶିପ୍‌ ଟ୍ରଫିରେ ଭାରତର ପ୍ରତିନିଧିତ୍ୱ କରିଥିବା ଅମିତ ରୋହିଦାସ ଓ ଦୀପ୍‌ଗ୍ରେସ୍‌ ଏକ୍କାଙ୍କୁ ୩,୭୫,୦୦୦ ଟଙ୍କା […] The post ପଦକ ବିଜେତା ହକି ଖେଳାଳିଙ୍କୁ ପୁରସ୍କାର appeared first on Dharitri Odia News.

ପଦକ ବିଜେତା ହକି ଖେଳାଳିଙ୍କୁ ପୁରସ୍କାର

ଭୁବନେଶ୍ୱର, ୨୧।୨(ତପନ ସ୍ବାଇଁ): ରାଜ୍ୟର ହକି ଖେଳାଳିଙ୍କ ଉଲ୍ଲେଖନୀୟ ସଫଳତାକୁ ସମ୍ମାନ ଜଣାଇ ରାଜ୍ୟ ସରକାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରି ଓଡ଼ିଶାର କ୍ରୀଡ଼ା ଐତିହ୍ୟକୁ ପରିଚୟ ସ୍ବରୂପ ଏହି ପୁରସ୍କାର ପ୍ରଦାନ କରାଯିବ। ଚେନ୍ନାଇରେ ଅନୁଷ୍ଠିତ ୨୦୨୩ ପୁରୁଷ ଏସିଆନ ଚାମ୍ପିୟନଶିପ୍‌ ଟ୍ରଫି ଏବଂ ଝାଡ଼ଖଣ୍ଡରେ ଆୟୋଜିତ ୨୦୨୩ ମହିଳା ଏସିଆନ ଚାମ୍ପିୟନଶିପ୍‌ ଟ୍ରଫିରେ ଭାରତର ପ୍ରତିନିଧିତ୍ୱ କରିଥିବା ଅମିତ ରୋହିଦାସ ଓ ଦୀପ୍‌ଗ୍ରେସ୍‌ ଏକ୍କାଙ୍କୁ ୩,୭୫,୦୦୦ ଟଙ୍କା ଲେଖାଏ ପୁରସ୍କାର ପ୍ରଦାନ କରାଯିବ। ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହେଉଛି ପ୍ରତି ଦୁଇ ବର୍ଷରେ ଆୟୋଜିତ ହେଉଥିବା ଏକ ମହାଦେଶୀୟ ପ୍ରତିଯୋଗିତା। ସେହିପରି ଓମାନର ମସ୍କଟଠାରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ହକି ୫ଏସ୍‌ ମହିଳା ବିଶ୍ବକପ୍‌ ୨୦୨୪ର ପ୍ରଥମ ସଂସ୍କରଣରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ମହିଳା ହକି ଖେଳାଳି ମାରିଆନା କୁଜୁର, ଜ୍ୟୋତି ଛତ୍ରୀ ଓ ଆଜମିନା କୁଜୁରଙ୍କୁ ୧୨,୫୦,୦୦୦ ଟଙ୍କା ଲେଖାଏ ପ୍ରଦାନ କରାଯିବ।

The post ପଦକ ବିଜେତା ହକି ଖେଳାଳିଙ୍କୁ ପୁରସ୍କାର appeared first on Dharitri Odia News.