ନିଆଁ ରୋକିବାକୁ ଓଡ୍ରାଫ୍ ନିୟୋଜିତ

ଏଯାଏଁ ରାଜ୍ୟରେ ଆୟତ୍ତରେ ଅଛି ଜଙ୍ଗଲ ନିଆଁ।

ନିଆଁ ରୋକିବାକୁ ଓଡ୍ରାଫ୍ ନିୟୋଜିତ

ଜଙ୍ଗଲ ନିଆଁ ରୋକିବାକୁ ଓଡ୍ରାଫ୍ ଟିମ୍‌ ନିୟୋଜିତ। ଅଧିକ ବନାଗ୍ନି ଦେଖାଦେଉଥିବା ୭ଟି ଡିଭିଜନରେ ନିୟୋଜନ ହେବେ ଓଡ୍ରାଫ୍ ଟିମ୍‌। ବାଲିଗୁଡ଼ା, ଫୁଲବାଣୀ, ବଣେଇ, ପାରଳାଖେମୁଣ୍ଡି, କଳାହାଣ୍ଡି ଓ ଶିମିଳିପାଳ ଭଳି ୭ ବନଖଣ୍ଡରେ ଓଡ୍ରାଫ୍ ନିୟୋଜିତ ହେବେ।

ଆଜି ଓଡ୍ରାଫ୍ ଟିମ୍‌ ବାହାରିଗଲେଣି। ଆସନ୍ତାକାଲି ସୁଦ୍ଧା ବିଭିନ୍ନ ସ୍ଥାନରେ ପହଞ୍ଚିଯିବେ ବୋଲି ସୂଚନା ଦେଇଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ଵାଳ। ତେବେ ଏଯାଏଁ ରାଜ୍ୟରେ ଆୟତ୍ତରେ ଅଛି ଜଙ୍ଗଲ ନିଆଁ। ଜଙ୍ଗଲ ନିଆଁ ରୋକିବାକୁ ସଚେତନତା ସୃଷ୍ଟି କରାଯାଇଛି। ଗତବର୍ଷ ଏହି ସମୟ ସୁଦ୍ଧା ପ୍ରାୟ ୩୨ ହଜାର ୫୦୦ ପଏଣ୍ଟରେ ନିଆଁ ଲାଗିଥିବା ବେଳେ ଚଳିତ ବର୍ଷ ଏଯାଏଁ ତାହା ୧୨ ହଜାରରେ ସୀମିତ ରହିଛି।