ନିଆଁ ଲାଗି ହିଥ୍ରୋ ଏୟାରପୋର୍ଟ ବନ୍ଦ: ବିଶ୍ୱବ୍ୟାପୀ ବିମାନସେବା ବାଧାପ୍ରାପ୍ତ

ଲଣ୍ଡନ,୨୨ା୩:ବିଶ୍ୱର ଅନ୍ୟତମ ସର୍ବାଧିକ ବ୍ୟସ୍ତବହୁଳ ବିମାନବନ୍ଦର ଭାବେ ପରିଚିତ ଲଣ୍ଡନର ହିଥ୍ରୋ ଏୟାରପୋର୍ଟ ନିକଟରେ ଥିବା ଏକ ବିଦ୍ୟୁତ୍‌ ସବ୍‌ଷ୍ଟେଶନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ଶୁକ୍ରବାର ସାରା ଦିନ ଏୟାରପୋର୍ଟକୁ ବନ୍ଦ ରଖାଯାଇଥିବାରୁ ବିଶ୍ୱବ୍ୟାପୀ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ଏବଂ ୨,୯୧,୦୦୦ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନୂ୍ୟନ ୧,୩୫୧ ବିମାନ ଚଳାଚଳ ପ୍ରଭାବିତ ହୋଇଥିବା କୁହାଯାଉଛି। ଯାତ୍ରୀମାନେ ସେମାନଙ୍କ ଯାତ୍ରା କାର୍ଯ୍ୟସୂଚୀରେ ପରିବର୍ତ୍ତନ ଉଦ୍ୟମ କରୁଥିବାରୁ ଉକ୍ତ ଏୟାରପୋର୍ଟରୁ ବିମାନ ସେବା […] The post ନିଆଁ ଲାଗି ହିଥ୍ରୋ ଏୟାରପୋର୍ଟ ବନ୍ଦ: ବିଶ୍ୱବ୍ୟାପୀ ବିମାନସେବା ବାଧାପ୍ରାପ୍ତ appeared first on Dharitri Odia News.

ନିଆଁ ଲାଗି ହିଥ୍ରୋ ଏୟାରପୋର୍ଟ ବନ୍ଦ: ବିଶ୍ୱବ୍ୟାପୀ ବିମାନସେବା ବାଧାପ୍ରାପ୍ତ

ଲଣ୍ଡନ,୨୨ା୩:ବିଶ୍ୱର ଅନ୍ୟତମ ସର୍ବାଧିକ ବ୍ୟସ୍ତବହୁଳ ବିମାନବନ୍ଦର ଭାବେ ପରିଚିତ ଲଣ୍ଡନର ହିଥ୍ରୋ ଏୟାରପୋର୍ଟ ନିକଟରେ ଥିବା ଏକ ବିଦ୍ୟୁତ୍‌ ସବ୍‌ଷ୍ଟେଶନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ଶୁକ୍ରବାର ସାରା ଦିନ ଏୟାରପୋର୍ଟକୁ ବନ୍ଦ ରଖାଯାଇଥିବାରୁ ବିଶ୍ୱବ୍ୟାପୀ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ଏବଂ ୨,୯୧,୦୦୦ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଅନୂ୍ୟନ ୧,୩୫୧ ବିମାନ ଚଳାଚଳ ପ୍ରଭାବିତ ହୋଇଥିବା କୁହାଯାଉଛି। ଯାତ୍ରୀମାନେ ସେମାନଙ୍କ ଯାତ୍ରା କାର୍ଯ୍ୟସୂଚୀରେ ପରିବର୍ତ୍ତନ ଉଦ୍ୟମ କରୁଥିବାରୁ ଉକ୍ତ ଏୟାରପୋର୍ଟରୁ ବିମାନ ସେବା କିଛିଦିନ ପାଇଁ ପ୍ରଭାବିତ ହୋଇପାରେ।
ବନ୍ଦ ଘୋଷଣା ହେବା ବେଳେ ପ୍ରାୟ ୧୨୦ଟି ବିମାନ ଆକାଶମାର୍ଗରେ ଥିଲେ। ସେମାନଙ୍କ ମଧ୍ୟରୁ କେତେକ ଫେରିଯାଇଥିବାବେଳେ ଅନ୍ୟ କେତେକ ବିମାନ ଲଣ୍ଡନ ବାହାରେ ଥିବା ଗାଟ୍ବିକ୍‌ ଏୟାରପୋର୍ଟ, ପ୍ୟାରିସ୍‌ର ଚାର୍ଲସ ଡେ ଗୌଲେ ଏୟାରପୋର୍ଟ କିମ୍ବା ଆୟରଲାଣ୍ଡର ଶାନୁନ୍‌ ଏୟାରପୋର୍ଟରେ ଅବତରଣ କରିଥିଲେ। ଦୀର୍ଘ ୭ ଘଣ୍ଟାର ଉଦ୍ୟମ ପରେ ବିଦ୍ୟୁତ୍‌ ସବ୍‌ଷ୍ଟେଶନ ନିଆଁକୁ ଆୟତ୍ତ କରାଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବାବେଳେ ଏହା ପଛରେ କୌଣସି ଷଡ଼ଯନ୍ତ୍ର ଥିବା ଜଣାପଡ଼ୁ ନାହିଁ ବୋଲି ଶକ୍ତିମନ୍ତ୍ରୀ କହିଛନ୍ତି।

The post ନିଆଁ ଲାଗି ହିଥ୍ରୋ ଏୟାରପୋର୍ଟ ବନ୍ଦ: ବିଶ୍ୱବ୍ୟାପୀ ବିମାନସେବା ବାଧାପ୍ରାପ୍ତ appeared first on Dharitri Odia News.