ନଭେମ୍ବର ୨୯ରୁ ଆରମ୍ଭ ହେବ ଲୋକକଳାର ମହାକୁମ୍ଭ ‘ନୃତ୍ୟ ସଙ୍ଗମ’
ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡିର ଅଗ୍ରଣୀ ଅନୁଷ୍ଠାନ ପ୍ରତିଭା ଅନୁଷ୍ଠାନ ପକ୍ଷରୁ ‘ନୃତ୍ୟ ସଂଗମ’-୨୦୨୪ ପାଇଁ ସୋମବାର ଭବାନୀପାଟଣାସ୍ଥିତ ଏକ ହୋଟେଲରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବର ୨୯, ୩୦ ଓ ଡିସେମ୍ବର ୧ ତାରିଖରେ ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ହେବାକୁ ଥିବା ଲୋକକଳାର ମହାକୁମ୍ଭ ନୃତ୍ୟ ସଂଗମ-୨୦୨୪ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ଜାତୀୟ ଉତ୍ସବ ପାଳନ ପୂର୍ବକ ବିଭିନ୍ନ ରାଜ୍ୟର […] The post ନଭେମ୍ବର ୨୯ରୁ ଆରମ୍ଭ ହେବ ଲୋକକଳାର ମହାକୁମ୍ଭ ‘ନୃତ୍ୟ ସଙ୍ଗମ’ appeared first on Dharitri Odia News.
ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡିର ଅଗ୍ରଣୀ ଅନୁଷ୍ଠାନ ପ୍ରତିଭା ଅନୁଷ୍ଠାନ ପକ୍ଷରୁ ‘ନୃତ୍ୟ ସଂଗମ’-୨୦୨୪ ପାଇଁ ସୋମବାର ଭବାନୀପାଟଣାସ୍ଥିତ ଏକ ହୋଟେଲରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆସନ୍ତା ନଭେମ୍ବର ୨୯, ୩୦ ଓ ଡିସେମ୍ବର ୧ ତାରିଖରେ ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ହେବାକୁ ଥିବା ଲୋକକଳାର ମହାକୁମ୍ଭ ନୃତ୍ୟ ସଂଗମ-୨୦୨୪ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା ହୋଇଥିଲା।
ଚଳିତ ବର୍ଷ ଜାତୀୟ ଉତ୍ସବ ପାଳନ ପୂର୍ବକ ବିଭିନ୍ନ ରାଜ୍ୟର କଳାକାରମାନେ ଏହି ଉତ୍ସବରେ ଯୋଗଦେବା ପାଇଁ ସ୍ଥିର କରାଯାଇଛି। ଆସାମ, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଭଳି ପଢୋଶୀ ରାଜ୍ୟର କଳାକାରମାନେ ଉତ୍ସବରେ ଯୋଗଦେବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।
ସେହିପରି ଏଥିରେ ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ପ୍ରତିଭାବାନ କଳାକାରମାନଙ୍କୁ ଉତ୍ସବରେ ସମ୍ମାନୀତ କରିବା ପାଇଁ ଉତ୍ସବ ପରିଚାଳନା କମିଟିରେ ସ୍ଥିର କରାଯାଇଛି। ଏହା ସହ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରିବାକୁ ସ୍ଥିର କରାଯାଇଛି।
ବୈଠକକୁ ପ୍ରତିଭାର ସଭାପତି ଧ୍ୟାନାନନ୍ଦ ପଣ୍ଡା ପରିଚାଳନା କରିବା ବେଳେ ସମ୍ପାଦକ ଚିଣ୍ଟୁ ପ୍ରସାଦ ନାଏକ କାର୍ଯ୍ୟକ୍ରମ ବିଷୟବସ୍ତୁ ଉପରେ ପ୍ରସ୍ତାବ ଆଣିଥିଲେ। ଶେଷରେ ଅନୁଷ୍ଠାନର ଉପସଭାପତି ଦେବେଷ କୁମାର ସିଂହ ଧନ୍ୟବାଦ ଜଣାଇଥିଲେ। ଅନୁଷ୍ଠାନ ବିଭିନ୍ନ ସଭ୍ୟ ସହସଂପାଦକ କମଳ କିଶୋର ଶତପଥି, କୋଷାଧ୍ୟକ୍ଷ ଅନିଲ କୁମାର ରାଉତ, ତାପସ କୁମାର ପଟେଲ, ଆନନ୍ଦ ଚନ୍ଦ୍ର ବେହେରା, ଅଭିଜିତ ପଣ୍ଡା, ତରୁଣ କୁମାର ଦୁର୍ଗା, ଆଲୋକ କୁମାର ସାହୁ, କ୍ଷୀତିଶ ଚନ୍ଦ୍ର ବେମାଲ, ପୂର୍ବତନ ସଭାପତି ଜିତାମିତ୍ର ସାହୁ, ବବ୍ଲୁ ରାଉତ ପ୍ରମୁଖ ଉପସ୍ଥିତ ରହି ବୈଠକର ସୁପରିଚାଳନା କରିଥିଲେ।
The post ନଭେମ୍ବର ୨୯ରୁ ଆରମ୍ଭ ହେବ ଲୋକକଳାର ମହାକୁମ୍ଭ ‘ନୃତ୍ୟ ସଙ୍ଗମ’ appeared first on Dharitri Odia News.