ଆର୍ଟିଫିସିଆଲ୍ ଜୁଏଲେରି ପିନ୍ଧୁଥିଲେ
ଦିନକୁ ଦିନ ବଢୁଥିବା ସୁନା ଦରକୁ ଅଖିଆଗରେ ରଖି ବର୍ତ୍ତମାନ ଆର୍ଟିଫିସିଆଲ୍ ଜୁଏଲେରିର ଡିମାଣ୍ଡ ବଢୁଥିବା ଦେଖିବାକୁ ମିଳୁଛି। ବଜେଟକୁ ସୁହାଇଲା ଭଳି ଦାମ୍ରେ ଭଳିକି ଭଳି ଡିଜାଇନ୍ ମାର୍କେଟ୍ରେ ଉପଲବ୍ଧ ହେଉଥିବାରୁ ଏହା ଏବେ ଟ୍ରେଣ୍ଡ୍ରେ ରହିଛି । ହେଲେ ଏସବୁ ଗରମରେ ଝାଳ କିମ୍ବା ପାଣି ସଂସ୍ପର୍ଶରେ ଆସି ଶୀଘ୍ର ଖରାପ ହୋଇଯିବାର ଆଶଙ୍କା ରହିଛି । ତେଣୁ ଏଭଳି ଜୁଏଲେରିର କିପରି ଯତ୍ନ ନେବେ ଜାଣି ରଖନ୍ତୁ ଟିପ୍ସ… ଯଦିଓ ଆର୍ଟିଫିସିଆଲ୍ ଜୁଏଲେରି […] The post ଆର୍ଟିଫିସିଆଲ୍ ଜୁଏଲେରି ପିନ୍ଧୁଥିଲେ appeared first on Dharitri Odia News.
ଦିନକୁ ଦିନ ବଢୁଥିବା ସୁନା ଦରକୁ ଅଖିଆଗରେ ରଖି ବର୍ତ୍ତମାନ ଆର୍ଟିଫିସିଆଲ୍ ଜୁଏଲେରିର ଡିମାଣ୍ଡ ବଢୁଥିବା ଦେଖିବାକୁ ମିଳୁଛି। ବଜେଟକୁ ସୁହାଇଲା ଭଳି ଦାମ୍ରେ ଭଳିକି ଭଳି ଡିଜାଇନ୍ ମାର୍କେଟ୍ରେ ଉପଲବ୍ଧ ହେଉଥିବାରୁ ଏହା ଏବେ ଟ୍ରେଣ୍ଡ୍ରେ ରହିଛି । ହେଲେ ଏସବୁ ଗରମରେ ଝାଳ କିମ୍ବା ପାଣି ସଂସ୍ପର୍ଶରେ ଆସି ଶୀଘ୍ର ଖରାପ ହୋଇଯିବାର ଆଶଙ୍କା ରହିଛି । ତେଣୁ ଏଭଳି ଜୁଏଲେରିର କିପରି ଯତ୍ନ ନେବେ ଜାଣି ରଖନ୍ତୁ ଟିପ୍ସ…
ଯଦିଓ ଆର୍ଟିଫିସିଆଲ୍ ଜୁଏଲେରି ଦେଖିବାକୁ ଖୁବ୍ ଆକର୍ଷଣୀୟ। ହେଲେ ଏହା ଓ୍ବାଟରପ୍ରୁଫ୍ ହୋଇ ନ ଥିବାରୁ ପାଣି ସଂସ୍ପର୍ଶରେ ଆସିଲେ ଜଙ୍କ ହେବା କିମ୍ବା ରଙ୍ଗ ଛାଡିଯିବାର ଆଶଙ୍କା ରହିଛି। ତେଣୁ ଖରାରେ କେଉଁଆଡେ ଯାଉଥିଲେ ଏହାକୁ ନ ପିନ୍ଧିବା ଭଲ। ତଥାପି ଯଦି ଖରାରେ କୌଣସି ଫଙ୍କ୍ଶନରେ ଏହାକୁ ବ୍ୟବହାର କରୁଛନ୍ତି ତେବେ ଝାଳ ଲାଗିଥିଲେ ଭଲ ଭାବେ ପୋଛି ଜିପ୍ ଲକ୍ ପ୍ଲାଷ୍ଟିକ୍ ପାଉଚ୍ରେ ରଖନ୍ତୁ। ଧ୍ୟାନ ରଖନ୍ତୁ ପାଉଚ୍ରେ କୌଣସି ଜାଗା ଯେମିତି ଖୋଲା ନ ରହେ।
ପିନ୍ଧିବା ବେଳେ ଓଦା ହୋଇଗଲେ ତୁରନ୍ତ ଏହାକୁ ଶୁଖିଲା କଟନ୍ କପଡାରେ ପୋଛି ଦିଅନ୍ତୁ।
ଏଭଳି ଜୁଏଲେରି ପରଫ୍ୟୁମ ସଂସ୍ପର୍ଶରେ ଆସି ଖରାପ ହୋଇଯାଏ। ତେଣୁ ଆପଣ ଯେତେବେଳେ ମେଟାଲିକ୍ ଅର୍ନାମେଣ୍ଟ ପିନ୍ଧୁଛନ୍ତି ଏହାକୁ ଯଥା ସମ୍ଭବ ଫରଫ୍ୟୁମ୍ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ।
ଏଭଳି ଜୁଏଲେରିକୁ ସଫା କରିବା ଲାଗି ଟୁଥ୍ ପାଉଡର ବ୍ୟବହାର କରନ୍ତୁ। ଏହାକୁ ଲଗାଇ ଧୀରେ ଧୀରେ ବ୍ରଶ୍ ସାହାଯ୍ୟରେ ଘଷି ସଫା କରି ନରମ କପଡାରେ ପୋଛି ଦିଅନ୍ତୁ।
ଅଧିକ ମେଟାଲିକ୍ ଜୁଏଲେରିକୁ ଏକାଠି ରଖିବା ଦ୍ୱାରା ତାହା ପରସ୍ପର ସହ ଘଷି ହୋଇ ରଙ୍ଗ ଛାଡିଯାଏ। ତେଣୁ ଏହାକୁ ଅଲଗା କରି ରଖନ୍ତୁ।
The post ଆର୍ଟିଫିସିଆଲ୍ ଜୁଏଲେରି ପିନ୍ଧୁଥିଲେ appeared first on Dharitri Odia News.