କ୍ରୀଡା ବିଭାଗର ବଡ଼ ପଦବୀ ଅଫର୍‌ କଲେ ସରକାର, ମୁହେଁମୁହେଁ ମନା କରିଦେଲେ ଅଲିମ୍ପିକ୍ସ ପଦକ ବିଜେତା

ନୂଆଦିଲ୍ଲୀ,୧୧।୮: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଥିବା ସରବଜୋତ ସିଂହ ଏବେ ଚର୍ଚ୍ଚାରେ। ସେ ଭାରତ ପାଇଁ ପଦକ ଜିତିଥିବାରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏଥିସହ ତାଙ୍କ ବିଭିନ୍ନ ପ୍ରକାରର ଚାକିରି ଅଫର ମଧ୍ୟ ମିଳୁଛି। ହରିୟାଣାରେ ଜନ୍ମିତ ୨୨ ବର୍ଷୀୟ ସରବଜୋତ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ତାଙ୍କ ସହ ଏହି ଇଭେଣ୍ଟରେ ମନୁ ଭାକର ରହିଥିଲେ। ଉଭୟ ମିଳିତ ଭାବେ ଦେଶ […] The post କ୍ରୀଡା ବିଭାଗର ବଡ଼ ପଦବୀ ଅଫର୍‌ କଲେ ସରକାର, ମୁହେଁମୁହେଁ ମନା କରିଦେଲେ ଅଲିମ୍ପିକ୍ସ ପଦକ ବିଜେତା appeared first on Dharitri Odia News.

କ୍ରୀଡା ବିଭାଗର ବଡ଼ ପଦବୀ ଅଫର୍‌ କଲେ ସରକାର, ମୁହେଁମୁହେଁ ମନା କରିଦେଲେ ଅଲିମ୍ପିକ୍ସ ପଦକ ବିଜେତା

ନୂଆଦିଲ୍ଲୀ,୧୧।୮: ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଥିବା ସରବଜୋତ ସିଂହ ଏବେ ଚର୍ଚ୍ଚାରେ। ସେ ଭାରତ ପାଇଁ ପଦକ ଜିତିଥିବାରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏଥିସହ ତାଙ୍କ ବିଭିନ୍ନ ପ୍ରକାରର ଚାକିରି ଅଫର ମଧ୍ୟ ମିଳୁଛି।

ହରିୟାଣାରେ ଜନ୍ମିତ ୨୨ ବର୍ଷୀୟ ସରବଜୋତ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ତାଙ୍କ ସହ ଏହି ଇଭେଣ୍ଟରେ ମନୁ ଭାକର ରହିଥିଲେ। ଉଭୟ ମିଳିତ ଭାବେ ଦେଶ ପାଇଁ ଶୁଟିଂରେ ବ୍ରୋଞ୍ଜ ଜିତିଛନ୍ତି।
ବ୍ରୋଞ୍ଜ ପଦକ ଜିତିବା ପରେ ସରବଜୋତ ସ୍ବଦେଶ ଫେରିଛନ୍ତି। ଏସବୁ ଭିତରେ ହରିୟାଣ ସରକାର ତାଙ୍କୁ ଗୋଟିଏ ବଡ଼ ଚାକିରି ଅଫର କରିଛନ୍ତି। ତାଙ୍କୁ ସରକାର କ୍ରୀଡା ବିଭାଗର ଉପ ନିର୍ଦ୍ଦେଶକ ପଦ ଅଫର କରିଥିଲେ। ହେଲେ ଉକ୍ତ ଅଫରକୁ ବେଶ ବିନମ୍ରତାର ସହ ସରବଜୋତ ମନା କରିଦେଇଛନ୍ତି।

ସେ କହିଛନ୍ତି, ମିଳିଥିବା ଚାକିରି ଅଫର ବହୁତ ଭଲ। କିନ୍ତୁ ଏବେ ମୁଁ ସେହି କାମ କରିପାରିବି ନାହିଁ। ମୁଁ ପ୍ରଥମେ ମୋ ଶୁଟିଂ ଉପରେ କାମ କରିବାକୁ ଚାହୁଁଛି। ମୋ ପରିବାର ସବୁବେଳେ ମୋତେ ଗୋଟିଏ ଭଲ ଚାକିରି କରିବାକୁ କହୁଛନ୍ତି। କିନ୍ତୁ ମୁଁ ଏବେ ମୋ ଶୁଟିଂ ଉପରେ ମନୋନିବେଶ କରିବାକୁ ଚାହେଁ। ମୁଁ ନେଇଥିବା ନିଷ୍ପତ୍ତି ବିରୋଧରେ କେବେ ହେଲେ ଯାଏ ନାହିଁ। ତେଣୁ ମୁଁ ବର୍ତ୍ତମାନ ପରିସ୍ଥିତିରେ କୌଣସି ପ୍ରକାରର ଚାକିରି କରିପାରିବି ନାହିଁ। କହିରଖୁଛୁ କି, ଗୋଟିଏ ଚାଷୀ ପରିବାରରେ ସରବଜୋତ ଜନ ହୋଇଛନ୍ତି। ତାଙ୍କ ବାପା ଚାଷ କାମ କରି ଘର ଓ ପରିବାର ଚଳାନ୍ତି।

 

The post କ୍ରୀଡା ବିଭାଗର ବଡ଼ ପଦବୀ ଅଫର୍‌ କଲେ ସରକାର, ମୁହେଁମୁହେଁ ମନା କରିଦେଲେ ଅଲିମ୍ପିକ୍ସ ପଦକ ବିଜେତା appeared first on Dharitri Odia News.