ଭିଗାନ୍ ସି ଫୁଡ୍
ଗତ କିଛି ଦିନ ଭିତରେ ଗ୍ଲୋବାଲ ସି ଫୁଡ୍ ମାର୍କେଟ ବଢିବାରେ ଲାଗିଛି । ଯାହା ଫଳରେ ସି ଫୁଡ୍ର ବିଭିନ୍ନ ପ୍ରକାରର ଉତ୍ପାଦନ ଉପରେ ପ୍ରେସର ପଡୁଛି । ବେପାରୀ ମାନେ ଅଧିକ ସି ଫୁଡ ଆମଦାନୀ କରିବାକୁ ଚେଷ୍ଟା କରୁଛନ୍ତି । ଯେଉଁ କାରଣରୁ ଜଳଚର ପ୍ରାଣୀମାନେ ଅନେକ ସମସ୍ୟାର ସାମନା କରିବାରେ ଲାଗିଛନ୍ତି । ଏହା ଜଳଜୈବ ବିବିଧତା ଉପରେ ଖରାପ ପ୍ରଭାବ ପକାଉଛି । ତେବେ ଏହି ଚାଲେଞ୍ଜକୁ ସମାଧାନ କରିବାକୁ […]

ଗତ କିଛି ଦିନ ଭିତରେ ଗ୍ଲୋବାଲ ସି ଫୁଡ୍ ମାର୍କେଟ ବଢିବାରେ ଲାଗିଛି । ଯାହା ଫଳରେ ସି ଫୁଡ୍ର ବିଭିନ୍ନ ପ୍ରକାରର ଉତ୍ପାଦନ ଉପରେ ପ୍ରେସର ପଡୁଛି । ବେପାରୀ ମାନେ ଅଧିକ ସି ଫୁଡ ଆମଦାନୀ କରିବାକୁ ଚେଷ୍ଟା କରୁଛନ୍ତି । ଯେଉଁ କାରଣରୁ ଜଳଚର ପ୍ରାଣୀମାନେ ଅନେକ ସମସ୍ୟାର ସାମନା କରିବାରେ ଲାଗିଛନ୍ତି । ଏହା ଜଳଜୈବ ବିବିଧତା ଉପରେ ଖରାପ ପ୍ରଭାବ ପକାଉଛି । ତେବେ ଏହି ଚାଲେଞ୍ଜକୁ ସମାଧାନ କରିବାକୁ ସିଙ୍ଗାପୁର ନ୍ୟାସନାଲୟୁନିଭର୍ସିଟିର କିଛି ଗବେଷକମାନେ ଏକ ଉପାୟ ବାହାର କରିଛନ୍ତି । ଏହି ବୈଜ୍ଞାନିକମାନେ ଭେଗାନ୍ ସି ଫୁଡର ନିର୍ମାଣ କରିଛନ୍ତି । ଏହି ଖାଦ୍ୟକୁ ସେମାନେ ବିଭିନ୍ନ ପରିବା କିମ୍ବା କବକରୁ ପ୍ରସ୍ତୁତ କରିଛନ୍ତି । ଏହି ପ୍ରକ୍ରିୟାରେ ପ୍ରସ୍ତୁତ ହେଉଥିବା ସି ଫୁଡ୍ର ଟେଷ୍ଟ ଅବିକଳ ମାଛ ପରି, ଯେଉଁଥିରେ ସତ ମାଛର ସମସ୍ତ ସ୍ୱାସ୍ଥ୍ୟକର ଫାଇଦା ମଧ୍ୟ ରହିଛି । ତେଣୁ ବର୍ତ୍ତମାନ ଦେଖିବାକୁ ମିଳୁଥିବା ସିଫୁଡ୍ର ଚ୍ୟାଲେଞ୍ଜକୁ ଦୂର କରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଏହାର ସ୍ୱାଦ ଓ ଟେକ୍ସଚର ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି, ଯେପରି ସି ଫୁଡର ଅବିକଳ ହୋଇପାରିବ । ଏଥିପାଇଁ ସେମାନେ ଥ୍ରୀଡି ପ୍ରିଣ୍ଟିଂର ସାହାଯ୍ୟ ନେଇଛନ୍ତି । ଏଥିରେ ସେମାନେ ପ୍ରୋଟିନ୍ ହେସï ଇଙ୍କ ବ୍ୟବହାର କରାଯାଇଛି । ତେଣୁ ଏହାର ଅନ୍ୟନାମ ଥ୍ରୀଡି ପ୍ରିଣ୍ଟେଡ୍ ଭିଗାନ ସି ଫୁଡ୍ । ବୈଜ୍ଞାନିକଙ୍କର ଏହି ଉଦ୍ଭୁାବନକୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା କରାଯାଇଛି ।