ସାଉଥ୍ର୍ ଏହି ୫ ତାରକା ବଲିଉଡ୍ରେ କରିଛନ୍ତି ଭାଗ୍ୟ ପରୀକ୍ଷା; କିନ୍ତୁ ହେଇ ନାହାନ୍ତି ସଫଳ
ସାଉଥ୍ର ପ୍ରାୟ ସମସ୍ତ କଳାକାର ନିଶ୍ଚିତ ଭାବରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହାଁନ୍ତି। କେତେକ ସେଲିବ୍ରେଟ୍ ସଫଳ ହୋଇଥିଲେ ମଧ୍ୟ ଏମିତି କିଛି ତାରକା ଅଛନ୍ତି ଯେଉଁମାନେ ନିଜ ଅଭିନୟର ଯାଦୁକୁ ବଲିଉଡ୍ରେ ଦେଖେଇ ପାରି ନାହାନ୍ତି। ତେବେ ଆସନ୍ତୁ ସେହି ସେଲିବବ୍ରେଟିମାନଙ୍କୁ ଜାଣିନେବା।
ଆଜିକାଲି ସମୟ ଏମିତି ହୋଇଛି ଯେ ବଲିଉଡ୍ ଅପେକ୍ଷା ସାଉଥ୍ ଫିଲ୍ମକୁ ଅଧିକ ଲୋକ ଅପେକ୍ଷା କରୁଛନ୍ତି। ସାଉଥ୍ ଚଳଚ୍ଚିତ୍ରଗୁଡିକ ଦର୍ଶକଙ୍କ ମଧ୍ୟରେ ଯଥେଷ୍ଟ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛି। ଚଳଚ୍ଚିତ୍ର ସଫଳତା ଦୃଷ୍ଟିରୁ ସାଉଥ୍ ତାରକାମାନେ ମଧ୍ୟ ବଲିଉଡ୍କୁ ପଛରେ ପକାଇ ଦେଇଛନ୍ତି। କିନ୍ତୁ ଏହା ସତ ଯେ ସାଉଥ୍ର ପ୍ରାୟ ସମସ୍ତ କଳାକାର ନିଶ୍ଚିତ ଭାବରେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହାଁନ୍ତି।
ସାଉଥ୍ ଇଣ୍ଡଷ୍ଟ୍ରୀରେ ଯେତେ ସଫଳ ହେଲେ ବି ସାଉଥ୍ ତାରକାମାନେ ସେମାନଙ୍କର ଉତ୍କୃଷ୍ଟ ଅଭିନୟ ମାଧ୍ୟମରେ ମଧ୍ୟ ବଲିଉଡରେ ଦବଦବା ଦେଖେଇବାକୁ ଚାହୁଁଛନ୍ତି। ଦକ୍ଷିଣର ଅନେକ ତାରକା ବଲିଉଡ୍ରେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି। ଏପରି ପରିସ୍ଥିତିରେ, କେତେକ ସେଲିବ୍ରେଟ୍ ସଫଳ ହୋଇଥିଲେ ମଧ୍ୟ ଏମିତି କିଛି ତାରକା ଅଛନ୍ତି ଯେଉଁମାନେ ନିଜ ଅଭିନୟର ଯାଦୁକୁ ବଲିଉଡ୍ରେ ଦେଖେଇ ପାରି ନାହାନ୍ତି। ତେବେ ଆସନ୍ତୁ ସେହି ସେଲିବବ୍ରେଟିମାନଙ୍କୁ ଜାଣିନେବା।
ଭେଙ୍କଟେଶ ଦଗୁବାତୀ:
ଅଭିନେତା ଭେଙ୍କଟେଶ ଦଗୁବାତୀଙ୍କୁ ସାଉଥ୍ର ସୁପରଷ୍ଟାର ଭାବରେ ବିବେଚନା କରାଯାଏ। ପ୍ରାୟ ୩୦ ବର୍ଷ ପୂର୍ବେ ଦଗୁବାତୀ ଫିଲ୍ମ ‘ଅନାଡୀ’ରେ ଅଭିନେତ୍ରୀ କରିସ୍ମା କପୁରଙ୍କ ସହ କାମ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଅନାଡୀ’କୁ ସେତେବେଳେ ଖୁବ ପ୍ରଶଂସା କରାଯାଇଥିଲା। ଏହି ଚଳଚ୍ଚିତ୍ର ୧୯୯୨ରେ ମୁକ୍ତିଲାଭ କରିଥିବା। ଏହା ତେଲୁଗୁ ଚଳଚ୍ଚିତ୍ର ‘ଚଣ୍ଟି’ର ରିମେକ୍ ଥିଲା। ଭେଙ୍କଟେଶଙ୍କ ଫିଲ୍ମ ‘ତକ୍କଦୀରୱାଲା’ ମଧ୍ୟ ଏକ ବଡ଼ ହିଟ୍ ହୋଇଥିଲା। ଏହା ସତ୍ତ୍ୱେ ବି ସେ ବଲିଉଡରେ ଏକ ବିଶେଷ ପରିଚୟ କରିପାରିଲେ ନାହିଁ।
ଅରବିନ୍ଦ ସ୍ୱାମୀ:
ସାଉଥ୍ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅରବିନ୍ଦ ସ୍ୱାମୀଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ଅଭିନେତା ଅରବିନ୍ଦଙ୍କ ‘ରୋଜା’ ଚଳଚ୍ଚିତ୍ର ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସ୍ରେ ସଫଳ ହୋଇଥିଲା। ଏହି ଚଳଚ୍ଚିତ୍ରର ହିନ୍ଦୀ ଡବ୍ ମଧ୍ୟ ସମାନ ଭାବରେ ସଫଳ ହୋଇଥିଲା। ଅରବିନ୍ଦ ୧୯୯୫ ମସିହାରେ ‘ବମ୍ବେ’ ଚଳଚ୍ଚିତ୍ରରେ ମନୀଷା କୋଇରାଲାଙ୍କ ସହ କାମ କରିଥିଲେ। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ବଡ଼ ହିଟ୍ ହୋଇଥିଲା। ତେବେ ଅଭିନେତା ବଲିଉଡ୍ରେ ସାଉଥ୍ ଭଳି ନାମ ଅର୍ଜନ କରିବାରେ ବିଫଳ ହେଲେ।
ବିକ୍ରମ:
ସାଉଥ୍ ଅଭିନେତା ବିକ୍ରମ କେନେଡି ଜନ୍ ଭିକ୍ଟର ଭାବରେ ଜଣାଶୁଣା। ଏହି ଅଭିନେତା ୧୯୯୦ ମସିହାରେ ଫିଲ୍ମ ‘ଏନ୍ କଧଲ କନମଣି’ରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ। ତେଲୁଗୁ ଏବଂ ମାଲାୟାଲମ୍ ଚଳଚ୍ଚିତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରିବା ପରେ ବିକ୍ରମ ବଲିଉଡ୍ରେ ପ୍ରବେଶ କରିଥିଲେ। ସେ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି, କିନ୍ତୁ ସେପରି ପ୍ରଦର୍ଶନ କରିପାରି ନାହାନ୍ତି ଯେପରି ସାଉଥ୍ ଇଣ୍ଡଷ୍ଟ୍ରିରେ କରିଛନ୍ତି।
ସୂର୍ଯ୍ୟା:
ଅଭିନେତା ସୂର୍ଯ୍ୟା ହେଉଛନ୍ତି ସାଉଥ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନ୍ୟତମ ଅଭିଜ୍ଞ ଅଭିନେତା। ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ତାଙ୍କର ଚଳଚ୍ଚିତ୍ର ‘ରକ୍ତ ଚରିତ୍ର ୨’ ବିଶେଷ କିଛି କରିପାରିଲା ନାହିଁ। ତାଙ୍କୁ ବିଫଳତାର ସାମ୍ନା କରିବାକୁ ପଡିଥିଲା। ଆଜିକାଲି ନିର୍ଦ୍ଦେଶକ ସିରୁଥା ଶିଭାଙ୍କ ନିର୍ଦ୍ଦେଶିତ ଫିଲ୍ମ 'କଙ୍ଗୁଭା'ରେ ସେ କାମ କରୁଛନ୍ତି।
ପୃଥ୍ୱୀରାଜ୍ ସୁକୁମାରନ୍:
ଅଭିନେତା ପୃଥ୍ୱୀରାଜ୍ ସୁକୁମାରନ୍ ମାଲାୟାଲମ୍ ସିନେମାରେ ଅନେକ ସଫଳ ଚଳଚ୍ଚିତ୍ର ଦେଇଛନ୍ତି। ଫିଲ୍ମ 'ଅଇୟା'ରେ ରାନୀ ମୁଖାର୍ଜୀଙ୍କ ସହ ବଲିଉଡ୍ରେ ନଜର ଆସିଥିଲେ। ଏହା ବ୍ୟତୀତ ଅଭିନେତା ତାପସୀ ପନ୍ନୁଙ୍କ ସହ 'ଶବାନା' ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସୁକୁମାରନଙ୍କ ଏହି ବଲିଉଡ ଚଳଚ୍ଚିତ୍ରଗୁଡ଼ିକ ପ୍ରାୟ ଫ୍ଲପ୍ ହୋଇଛି।