ନିଆଁରେ ଜଳିଗଲା ୧୦ ଦୋକାନ ଘର, ୨୦ ଲକ୍ଷରୁ ଅଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ

କଣାସ ୧୪/୭: ନିଆଁ ଆଁରେ ପଶିଗଲା ୧୦ ଦୋକାନ ଘର । ୨୦ ଲକ୍ଷରୁ ଅଧିକ ଟଙ୍କାର ସଂପତ୍ତି ପୋଡି ପାଉଁଶ । ପିପିଲି ଦାଣ୍ଡମୁକୁନ୍ଦପୁର ବଜାରରେ ଭୟଙ୍କର ଅଗ୍ନିକାଣ୍ଡ । ଶନିବାର ବିଳମ୍ବିତ ରାତିରେ ଗ୍ରୋସରୀ ଦୋକାନ, ଭେରାଇଟି ଷ୍ଟୋର, ପରିବା ଦୋକାନ,୨ଟା ଜଳଖିଆ ଦୋକାନ,ପାନ ଦୋକାନ,ଡ୍ରେସ ଦୋକାନ ଓ ମାଛ ଦୋକାନ ପୋଡି ପାଉଁଶ ହୋଇଯାଇଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଦାଣ୍ଡମୁକୁନ୍ଦପୁର ବଜାର ଠାରୁ ଅଗ୍ନିଶମ ଅଫିସ ମାତ୍ର ୧କିଲୋମିଟର ହୋଇଥିଲେ ମଧ୍ୟ ଦମକଳ ବାହିନୀ ଘଣ୍ଟାଏ ଡେରିରେ ପହଞ୍ଚିଥିବାରୁ ସବୁକିଛି ଜଳି ପାଉଁଶ ହୋଇଯାଇଥିବା ଅଭିଯୋଗ ହୋଇଛି । ନିଆଁ ସବୁକିଛି ଜାଳିଦେବା ପରେ ଏବେ ଅସହାୟ ହୋଇପଡିଛନ୍ତି ଅନେକ ଦୋକାନୀ । ଆର୍ଥିକ ସହାୟତା ପାଇଁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ଅଗ୍ନିବିପନ୍ନ ।    