ନିକଅପା କୁଟୀରକୁ ସତ୍ୟନାରାୟଣ ବହିଦାର ସ୍ମାରକୀ ଓ ଗବେଷଣା କେନ୍ଦ୍ର ପାଇଁ ସରକାରଙ୍କ ଠାରେ ଦାବି

ସମ୍ବଲପୁର: ସତ୍ୟନାରାୟଣ ବହିଦାରଙ୍କ ୧୧୨ ତମ ଜୟନ୍ତୀ ଓଡିଶା ସାଂସ୍କୃତିକ ସମାଜ ଓ ଓଡିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ବର ଙ୍କ ଦ୍ଵାରା ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି l ଡ ପରେଶ ଦାନୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସେ ସତ୍ୟନାରାୟଣ ବହିଦାରଙ୍କ କର୍ମଭୂମି ନିକଅପା କୁଟୀର କୁ ତାଙ୍କ ସ୍ମାରକୀ ତଥା ଗବେଷଣା କେନ୍ଦ୍ର କରାଯାଉ ବୋଲି ସରକାରଙ୍କ ଠାରେ ଦାବି ରଖିଥିଲେ।ସେ କହିଥିଲେ ମାଧୁର୍ଯ୍ୟ ର ଭାଷା ପରିଭାଷା ପ୍ରତି ସମ୍ମାନଦେବା ହେଉଛି […] The post ନିକଅପା କୁଟୀରକୁ ସତ୍ୟନାରାୟଣ ବହିଦାର ସ୍ମାରକୀ ଓ ଗବେଷଣା କେନ୍ଦ୍ର ପାଇଁ ସରକାରଙ୍କ ଠାରେ ଦାବି appeared first on Odisha.News.

ନିକଅପା କୁଟୀରକୁ ସତ୍ୟନାରାୟଣ ବହିଦାର ସ୍ମାରକୀ ଓ ଗବେଷଣା କେନ୍ଦ୍ର ପାଇଁ ସରକାରଙ୍କ ଠାରେ ଦାବି

ସମ୍ବଲପୁର: ସତ୍ୟନାରାୟଣ ବହିଦାରଙ୍କ ୧୧୨ ତମ ଜୟନ୍ତୀ ଓଡିଶା ସାଂସ୍କୃତିକ ସମାଜ ଓ ଓଡିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ବର ଙ୍କ ଦ୍ଵାରା ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି l ଡ ପରେଶ ଦାନୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସେ ସତ୍ୟନାରାୟଣ ବହିଦାରଙ୍କ କର୍ମଭୂମି ନିକଅପା କୁଟୀର କୁ ତାଙ୍କ ସ୍ମାରକୀ ତଥା ଗବେଷଣା କେନ୍ଦ୍ର କରାଯାଉ ବୋଲି ସରକାରଙ୍କ ଠାରେ ଦାବି ରଖିଥିଲେ।ସେ କହିଥିଲେ ମାଧୁର୍ଯ୍ୟ ର ଭାଷା ପରିଭାଷା ପ୍ରତି ସମ୍ମାନଦେବା ହେଉଛି ଗୋଟିଏ ସରକାରଙ୍କ ପରିଚୟ ଓ ନେତୃତ୍ୱର ଏକତା ବନ୍ଧନରେ ସବୁଦିନ ପାଇଁ ସଂହତିର ସେତୁ।
ସମ୍ପାଦକ ଦୀନବନ୍ଧୁ ପଣ୍ଡା ସମସ୍ତଙ୍କୁ ସ୍ଵାଗତ କରି ଏହି ଅନୁଷ୍ଠାନ ସମ୍ବଲପୁରୀ କଳା, ସାହିତ୍ୟ ଓ ସଂସ୍କୃତିର ବାର୍ତ୍ତାବହ ହୋଇ ସଦା ରହିଥିବ ବୋଲି କହିଥିଲେ l ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ ଡ ଦ୍ଵାରିକାନାଥ ନାୟକ ସମ୍ବଲପୁରୀ ସାହିତ୍ୟର ନିଅଁ ସତ୍ୟନାରାୟଣ ବହିଦାର ତାର ବ୍ୟାକରଣ ଓ ଭାଷାକୋଷ ରଚନା କରି ସମଗ୍ର ଦୁନିଆଁ କୁ ନୁଆଁ କିରଣ ଦେଇ ଭାଷା ସଂସ୍କୃତି ର ପରମ୍ପରା କୁ ଚେତାଇ ଦେଇଥିଲେ। ମୁଖ୍ୟ ଅତିଥି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଯୋଗ ଦେଇ ଏ ସରକାର ସବୁବେଳେ ଏ ଅଞ୍ଚଳର କଳା ଓ ସାହିତ୍ୟର ଉନ୍ନତି ପାଇଁ ଚେଷ୍ଟିତ। ସେ ଏହାର ଲଢେଇରେ ଥିବା ଯୋଗୁଁ ସେ ଅନ୍ୟ ମାନଙ୍କର ଚକ୍ଷୁଶୂଳ ହୁଅନ୍ତି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ ବର୍ତ୍ତମାନ ସମ୍ବଲପୁରୀ ସାହିତ୍ୟ ଲୋକଲୋଚନକୁ ଆଣିବାରେ ସତ୍ୟନାରାୟଣ ବହିଦାର କେବଳ ସମ୍ବଲପୁରୀ ଭାଷାରେ ସାହିତ୍ୟ, ବ୍ୟାକରଣ ଇତ୍ୟାଦି ସ୍ରୁଷ୍ଟି କରି ଏହି ଭାଷାକୁ ସମୃଦ୍ଧ କରିବାରେ ନିଜକୁ ସମର୍ପିତ କରି ଅନ୍ୟ ମାନଙ୍କୁ ପ୍ରେରିତ କରିଥିଲେ।ଏହି ସଭାରେ ପ୍ରତିଷ୍ଠିତ କବି ସୌଭାଗ୍ୟବନ୍ତ ମହାରଣା ଓ ସିଦ୍ଧେଶ୍ବରୀ ଧର୍ମ ସଂସଦ ଅନୁଷ୍ଠାନକୁ ମାନପତ୍ର ସହ ସତ୍ୟନାରାୟଣ ବହିଦାର ସମ୍ମାନ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।ମାନପତ୍ର ପାଠ କରିଥିଲେ ଅଖିଳ ରଞ୍ଜନ ପଟ୍ଟନାୟକ ଓ ଡ଼ ଦୀପକ କୁମାର ପଣ୍ଡା।ପ୍ରାରମ୍ଭିକ ସଙ୍ଗୀତ ତ୍ରିଲୋଚନ ତ୍ରିପାଠୀ ଗୁରୁ ସତ୍ୟନାରାୟଣଙ୍କ ସମ୍ବଲପୁରର ପାନୀ କିରେ ଝରସି ହୀରାନିଲା ଗୀତ ଗାଇଥିଲେ।ଏହି ଅବସରରେ କବି ସୌଭାଗ୍ୟବନ୍ତ ମହାରଣାଙ୍କ ଲିଖିତ କବିତା ସଂକଳନ ସମ୍ବଲପୁରୀ କବି ଆର୍ କବିତା – ସିରିଜୀନାର ସୁରୂତା ଉନ୍ମୋଚିତ ହୋଇଥିଲା।ଏହାପରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର କବି, କବୟତ୍ରୀ ସେମାନଙ୍କର ରଚିତ କବିତା ପାଠ କରିଥିଲେ।ଏହାକୁ ସଂଯୋଜନା କରିଥିଲେ ଲଳିତ ମୋହନ ବେବର୍ତ୍ତା, ତଫିଜୁଲ୍ ହୁସେନ ଓ କ୍ଷେତ୍ରମଣି ବିଭାର। ଶେଷରେ ଯୁଗ୍ମ ସମ୍ପାଦିକା ଶ୍ରୀମତୀ ସୁରେଖା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସହଯୋଗ କରିଥିଲେ ତାପସ ଦାସ, କୈଳାଶ ଚନ୍ଦ୍ର ମିସ୍ତ୍ରୀ, ବିଜୟଲକ୍ଷ୍ମୀ ବେହେରା ଦିଲୀପ ବଘାର ଓ ରାମାନୁଜ ପଣ୍ଡା।

The post ନିକଅପା କୁଟୀରକୁ ସତ୍ୟନାରାୟଣ ବହିଦାର ସ୍ମାରକୀ ଓ ଗବେଷଣା କେନ୍ଦ୍ର ପାଇଁ ସରକାରଙ୍କ ଠାରେ ଦାବି appeared first on Odisha.News.