ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରବଣ ପ୍ରକାଶ ଦାସଙ୍କ ଜନସମ୍ପର୍କ ଅଭିଯାନ

ସମ୍ବଲପୁର:ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଗସ୍ତରେ ବିଜେଡ଼ି ରାଜ୍ୟ ସାଂଗଠାନିକ ସମ୍ପାଦକ,ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ।ଆଜି ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ପ୍ରଣବ ଯୋଗଦାନ କରି ବିଭିନ୍ନ ଦେଦ,ଦେବୀଙ୍କ ଆଶିର୍ବାଦ ନେବା ସହ ଜନସାଧାରଣଙ୍କ ଜନ ସଂପର୍କ ସ୍ଥାପନ କରିଥିଲେ। ପ୍ରଥମେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଲବ ଠାରେ ମାଁ ସମଲେଶ୍ଵରୀଙ୍କ ମନ୍ଦିର କୁ ଯାଇ ମାଁ ଙ୍କ ଦର୍ଶନ […] The post ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରବଣ ପ୍ରକାଶ ଦାସଙ୍କ ଜନସମ୍ପର୍କ ଅଭିଯାନ appeared first on Odisha.News.

ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରବଣ ପ୍ରକାଶ ଦାସଙ୍କ ଜନସମ୍ପର୍କ ଅଭିଯାନ

ସମ୍ବଲପୁର:ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଗସ୍ତରେ ବିଜେଡ଼ି ରାଜ୍ୟ ସାଂଗଠାନିକ ସମ୍ପାଦକ,ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ।ଆଜି ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ପ୍ରଣବ ଯୋଗଦାନ କରି ବିଭିନ୍ନ ଦେଦ,ଦେବୀଙ୍କ ଆଶିର୍ବାଦ ନେବା ସହ ଜନସାଧାରଣଙ୍କ ଜନ ସଂପର୍କ ସ୍ଥାପନ କରିଥିଲେ।
ପ୍ରଥମେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଲବ ଠାରେ ମାଁ ସମଲେଶ୍ଵରୀଙ୍କ ମନ୍ଦିର କୁ ଯାଇ ମାଁ ଙ୍କ ଦର୍ଶନ କରିଥିଲେ। ପରେ ଖିଣ୍ଡା ଗ୍ରାମକୁ ଯାଇ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବୀର ସୁରେନ୍ଦ୍ର ସାଏଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷାତ କରିଛନ୍ତି। ଏଥିସହ ରେଙ୍ଗାଲି ଦୁର୍ଗା ମନ୍ଦିରକୁ ଯାଇ ମାଁ ଙ୍କ ମନ୍ଦିର ରେ ପୁଜାର୍ଚ୍ଚନା କରି ଆଶିର୍ବାଦ ନେବା ସହ ରେଙ୍ଗାଲି ଧର୍ମଶାଳା ଠାରେ ମାରୱାଡ଼ି ସମାଜ ,ବରିଷ୍ଠ ନାଗରିକ ଓ ସାମ୍ବାଦିକଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲ। ‌ପରେ ଗୁମଲେଇ ଫରେଷ୍ଟ ଅଫିସ୍ ଛକ ଓ ଠେମରା ଅଶ୍ଵିନୀ ଫାର୍ମ ଠାରେ ଅନୁଷ୍ଠିତ ଜନସମ୍ପର୍କ କାର୍ଯ୍ୟକ୍ରମର ସାଧାରଣ ସଭାରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ରେଙ୍ଗାଲି ବିଧାୟକ ପ୍ରାଥି ସୁଦର୍ଶନ ହରିପାଲଙ୍କ ସହ ଯୋଗ ଦେଇଥିଲେ।ଏଥିସହ ଠେମରା ଅଲେଖ ମହିମା ମଠ , ଠେମରା ରାମଚଣ୍ଡୀ ମନ୍ଦିର ଓ ଘଣ୍ଟେଶ୍ଵରୀ ମନ୍ଦିର କୁ ଯାଇ ଦର୍ଶନ ମଧ୍ୟ କରିଥିଲେ। ଏହି ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ନେତା ବିଶାଳ ଦାସ,ଅନ୍ୟତମ ପର୍ଯ୍ୟବେକ୍ଷକ ସୌଭାଗ୍ୟ କୁମାର ନାୟକ,ରେଙ୍ଗାଲି ବ୍ଳକ ଅଧ୍ୟକ୍ଷ ସତ୍ୟ ନାରାୟଣ ଅଗ୍ରୱାଲ,ବରିଷ୍ଠ ବିଜେଡି ନେତା ଦେଵେନ ପତି,ଏମବି ସତ୍ୟେନ, ପୁର୍ବତନ ବିଧାୟକ ରମେଶ ପଟୁଆ,ରାମ ସାଗର ସାହୁଙ୍କ ସମେତ ରେଙ୍ଗାଲି ବିଧାନସଭାର ବହୁ ବରିଷ୍ଠ ବିଜେଡି ପଦାଧିକାରୀ ମାନଙ୍କ ସହ ବିଭିନ୍ନ ସ୍ଥାନ ବୁଲି ଜନ ସଂପର୍କ ରେ ସାମିଲ ହୋଇଥିଲେ।

The post ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରବଣ ପ୍ରକାଶ ଦାସଙ୍କ ଜନସମ୍ପର୍କ ଅଭିଯାନ appeared first on Odisha.News.