ନିଖୋଜ ସିରିଏଲ ଅଭିନେତା ଗୁରୁଚରଣ ସିଂହଙ୍କ ପତ୍ତା ମିଳିଲା

'ତାରକ ମେହତା କା ଉଲଟା ଚଷମା' ସିରିଏଲରେ ରୋଶନ ସିଂହ ସୋଢ଼ି ଭୂମିକାରେ ଅଭିନୟ କରୁଥିବା କଳାକାର ହେଉଛନ୍ତି ଗୁରୁଚରଣ ସିଂହ।

ନିଖୋଜ ସିରିଏଲ ଅଭିନେତା ଗୁରୁଚରଣ ସିଂହଙ୍କ ପତ୍ତା ମିଳିଲା

ନିଖୋଜ ଥିବା ଲୋକପ୍ରିୟ ଟିଭି ସିରିଏଲ୍‌ ଅଭିତେନା ଗୁରୁଚରଣ ସିଂହଙ୍କ ପତ୍ତା ଲଗାଇଛି ପୁଲିସ। ସିସିଟିଭି ଫୁଟେଜ ଆଧାରରେ ସେ ଦିଲ୍ଲୀର ଥିବା ପୁଲିସ ଜାଣିବାକୁ ପାଇଛି। ଏଥିସହ ପୁଲିସ ଆହୁରି କହିଛି ଯେ, ଅଭିନେତା ଗୁରୁଚରଣ ସିଂହ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଏବଂ ସେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି।

ଗୁରୁଚରଣ ସିଂହ 'ତାରକ ମେହତା କା ଉଲଟା ଚଷମା' ସିରିଏଲରେ ରୋଶନ ସିଂହ ସୋଢ଼ି ଭୂମିକାରେ ଅଭିନୟ କରୁଥିଲେ। ସେ ଏପ୍ରିଲ ୨୨ରେ ମୁମ୍ବାଇ ଯିବେ କହି ବିମାନବନ୍ଦର ଯାଇଥିଲେ। କିନ୍ତୁ ଏହା ପରଠାରୁ ତାଙ୍କର କୌଣସି ପତ୍ତା ମିଳିନଥିଲା। ଏନେଇ ତାଙ୍କ ପରିବାର ଲୋକେ ଥାନାରେ ଖବର ଦେଇଥିଲେ।

ଖୋଜା ଖୋଜି କରିବା ପରେ ବର୍ତ୍ତମାନ ସେ ଦିଲ୍ଲୀରେ ଥିବା ପୁଲିସ ପତ୍ତା ଲଗାଇଛି। ପୁଲିସ କହିବା ଅନୁସାରେ, ଗୁରୁଚରଣ ୨୨ ତାରିଖରେ ମୁମ୍ବାଇ ଯିବେ କହି ଘରୁ ଆସିଥିଲେ ସତ, କିନ୍ତୁ ସେଦିନ ବିମାନବନ୍ଦର ଯାଇନଥିଲେ। ସେବେଠାରୁ ଦିଲ୍ଲୀରେ ହିଁ ଅଛନ୍ତି। ରାଜଧାନୀର ବିଭିନ୍ନ ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁଛି ଯେ, ସେ ଦିଲ୍ଲୀରେ ରହୁଛନ୍ତି। 

ପୁଲିସ ଏହା ମଧ୍ୟ କହିଛି ଯେ, ଗୁରୁଚରଣ ଦିଲ୍ଲୀର ଏକ ଏଟିଏମରୁ ପ୍ରାୟ ୭,୦୦୦ ଟଙ୍କା ଉଠାଇଛନ୍ତି। ଏପ୍ରିଲ ୨୪ ପରଠାରୁ ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ହୋଇଯାଇଛି। ତଦନ୍ତ ଚାଲିଛି, ସେ କେଉଁଠି ରହୁଛନ୍ତି ଖୁବ୍ ଶୀଘ୍ର ଜଣାପଡିଯିବ ବୋଲି ପୁଲିସ କହିଛି।