ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ୍‌

ନିର୍ମାଣାଧୀନ ଟନେଲ୍‌ ଭିତରେ କୌଣସି ଶ୍ରମିକ ଫସି ନାହାନ୍ତି।

ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ୍‌

ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗିର ନିର୍ମାଣାଧୀନ ରେଳ ଟନେଲ୍‌। ବୌଦ୍ଧ ଜିଲ୍ଲା ଆଡ଼େଣିଗଡ଼ ନିକଟରେ ଆଜି ଅପରାହ୍ନରେ ଏହି ଘଟଣା ଘଟିଛି। କୌଣସି କାରଣରୁ ନିର୍ମାଣାଧୀନ ଟନେଲ ଭୁଶୁଡ଼ିଛି। ଫଳରେ ୩୦ ମିଟର ଦୀର୍ଘ ଗର୍ତ୍ତ ସୃଷ୍ଟି ହୋଇଥିବା ସୂଚନା ମିଳିଛି। 

ଏହି ଘଟଣାରେ ନିର୍ମାଣାଧୀନ ଟନେଲରେ କେହି ଶ୍ରମିକ ଫସି ନାହାନ୍ତି। ପୂର୍ବତଟ ରେଳବାଇ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ଗର୍ତ୍ତ ସୃଷ୍ଟି ହୋଇଥିଲେ ବି କେହି ଆହତ ହୋଇ ନାହାନ୍ତି ବୋଲି ପୂର୍ବତଟ ରେଳବାଇ କହିଛି। ନିରନ୍ତର ବର୍ଷା ଯୋଗୁ ମାଟି ଧସିଛି। କାର୍ଯ୍ୟରତ ଶ୍ରମିକ କିମ୍ବା ଯନ୍ତ୍ରପାତି ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଏହି ଘଟଣା ପ୍ରକଳ୍ପର ସାମଗ୍ରିକ ଅଗ୍ରଗତିକୁ ପ୍ରଭାବିତ କରିବ ନାହିଁ। ସମସ୍ତ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ଓ ଯୋଜନା ଅନୁଯାୟୀ କାମ ଜାରି ରହିଛି ବୋଲି ପୂର୍ବତଟ ରେଳବାଇ କହିଛି। 

ସୂଚନାଯୋଗ୍ୟ, ପ୍ରାୟ ୪ କିମି ଦୀର୍ଘ ବିଶିଷ୍ଟ ଏହି ଟନେଲ ନିର୍ମାଣାଧୀନ ଅବସ୍ଥାରେ ରହିଛି। କିଛି ଦିନ ତଳେ ବ୍ରେକ୍‌ଥ୍ରୋ ହୋଇଥିଲା ଟନେଲ୍‌।